ଘିଅ ପରେ ନକଲି ସିମେଣ୍ଟ କାରଖାନା ଠାବ

କଟକ(ଓଡ଼ିଶା ରିପୋର୍ଟର): ନକଲି ଘିଅ, ତେଲ ଓ ଜର୍ଦ୍ଦା ପରେ  ଏବେ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି। କଟକ ଜଗତପୁର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଏହି ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି।

ଜଗତପୁର ପୋଲିସ  ସେହି କାରଖାନାରୁ ସାତ ହଜାର ପାଞ୍ଚ ଶହ ବସ୍ତା ନକଲି ସିମେଣ୍ଟ ସହ ବିଭିନ୍ନ  ବ୍ରାଣ୍ଡର ତିନି ଶହ ଖାଲି ବ୍ୟାଗ୍, ନମୁନା ଓ ଯାନ୍ତ୍ରାଂଶକୁ ପୋଲିସ ଚଢ଼ାଉ କରି ଜବତ କରିଛି ।

ଘଟଣାରେ କାରଖାନା ମାଲିକ ଲଳିତ କୁମାର ଜୈନଙ୍କୁ  ପୋଲିସ ଗିରଫ କରିଛି। ଦୀର୍ଘ ୮-୯ ବର୍ଷ ହେବ ଜଗତପୁର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଭିତରେ ଏହି ନକଲି ସିମେଣ୍ଟ କାରବାର ଚାଲିଥିଲା ବୋଲି କୁହାଯାଉଛି। କାରଖାନାର ମାଲିକ ଲଳିତ କୁମାର ଜୈନ ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ସିମେଣ୍ଟ ପାଇଁ  ଫ୍ରାଞ୍ଚାଇଜି ନେଇଥିଲେ  ତେବେ ସେଥିରୁ ନଷ୍ଟ ହୋଇଯାଉଥିବା ସିମେଣ୍ଟରେ ଅପମିଶ୍ରଣ କରି ତାହାକୁ ପୁଣି ନୂଆ ଭଳି ପ୍ୟାକେଜିଂ କରି ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଉଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି।  ତେବେ ଏହି ସିମେଣ୍ଟ ବ୍ୟାଗ୍ ଗୁଡ଼ିକ କେଉଁଠାରେ ତିଆରି ହେଉଥିଲା ସେନେଇ ପୋଲିସ ତଦନ୍ତ କରୁଛି।

Ordigital Desk
• Published: Sunday, 06 May 2018
• Updated: 06 May 2018, 02:08 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ନକଲି ଘିଅ, ତେଲ ଓ ଜର୍ଦ୍ଦା ପରେ  ଏବେ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି। କଟକ ଜଗତପୁର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଏହି ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି।

ଜଗତପୁର ପୋଲିସ  ସେହି କାରଖାନାରୁ ସାତ ହଜାର ପାଞ୍ଚ ଶହ ବସ୍ତା ନକଲି ସିମେଣ୍ଟ ସହ ବିଭିନ୍ନ  ବ୍ରାଣ୍ଡର ତିନି ଶହ ଖାଲି ବ୍ୟାଗ୍, ନମୁନା ଓ ଯାନ୍ତ୍ରାଂଶକୁ ପୋଲିସ ଚଢ଼ାଉ କରି ଜବତ କରିଛି ।

ଘଟଣାରେ କାରଖାନା ମାଲିକ ଲଳିତ କୁମାର ଜୈନଙ୍କୁ  ପୋଲିସ ଗିରଫ କରିଛି। ଦୀର୍ଘ ୮-୯ ବର୍ଷ ହେବ ଜଗତପୁର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଭିତରେ ଏହି ନକଲି ସିମେଣ୍ଟ କାରବାର ଚାଲିଥିଲା ବୋଲି କୁହାଯାଉଛି। କାରଖାନାର ମାଲିକ ଲଳିତ କୁମାର ଜୈନ ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ସିମେଣ୍ଟ ପାଇଁ  ଫ୍ରାଞ୍ଚାଇଜି ନେଇଥିଲେ  ତେବେ ସେଥିରୁ ନଷ୍ଟ ହୋଇଯାଉଥିବା ସିମେଣ୍ଟରେ ଅପମିଶ୍ରଣ କରି ତାହାକୁ ପୁଣି ନୂଆ ଭଳି ପ୍ୟାକେଜିଂ କରି ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଉଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି।  ତେବେ ଏହି ସିମେଣ୍ଟ ବ୍ୟାଗ୍ ଗୁଡ଼ିକ କେଉଁଠାରେ ତିଆରି ହେଉଥିଲା ସେନେଇ ପୋଲିସ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos