Advertisment

Vigilance Raid: କୁବେର ଖଣି ଅଧିକାରୀଙ୍କୁ ଘାଣ୍ଟିବ କି ଇଡି, ଭିଜିଲାନ୍ସକୁ ମାଗିଲା ବାବୁଙ୍କ କଳା ଚିଠା; ଘରୁ ମିଳିଛି ୪.୨୭ କୋଟି ଟଙ୍କା

ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା କୋଟିପତି ଖଣି ଅଧିକାରୀ ଦେବବ୍ରତ ମହାନ୍ତିଙ୍କ ସଂପର୍କରେ ତଥ୍ୟ ମାଗିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଆୟକର ବିଭାଗ ମଧ୍ୟ ଭିଜିଲାନ୍ସକୁ ମାଗିଛି ତଥ୍ୟ। ଅନ୍ୟପକ୍ଷରେ ଏହି କୁବେର ଖଣି ଅଧିକାରୀଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଆଜି ଆବେଦନ କରିବ ଭିଜିଲାନ୍ସ ।

Debabrata
Advertisment

ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା କୋଟିପତି ଖଣି ଅଧିକାରୀ ଦେବବ୍ରତ ମହାନ୍ତିଙ୍କ ସଂପର୍କରେ ତଥ୍ୟ ମାଗିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଆୟକର ବିଭାଗ ମଧ୍ୟ ଭିଜିଲାନ୍ସକୁ ମାଗିଛି ତଥ୍ୟ। ଅନ୍ୟପକ୍ଷରେ ଏହି କୁବେର ଖଣି ଅଧିକାରୀଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଆଜି ଆବେଦନ କରିବ ଭିଜିଲାନ୍ସ । 

Advertisment

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଲାଞ୍ଚ ନେବା ଅଭିଯୋଗରେ ଗତକାଲି କଟକ ସର୍କଲ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ତାଙ୍କ ଘରୁ ନଗଦ ୪ କୋଟି ୨୭ ଲକ୍ଷ ୧୩ ହଜାର ୬୦୦ ଟଙ୍କା ମିଳିଥିଲା। 

ଜଣେ ଲାଇସେନ୍ସ ପ୍ରାପ୍ତ କୋଇଲା ବେପାରୀଙ୍କଠାରୁ ମଙ୍ଗଳବାର ରାତିରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ସର୍କଲର ଖଣି ଉପନିର୍ଦ୍ଦେଶ ଦେବବ୍ରତ ମହାନ୍ତିଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ଏହା ପରେ ତାଙ୍କ ଭୁବନେଶ୍ୱରର ପଟିଆର ଶ୍ରୀବିହାର ସ୍ଥିତ ନେଚରସ୍ କ୍ରେଷ୍ଟ ଆପାର୍ଟମେଣ୍ଟର ୩୦୨ ନମ୍ବର ଫ୍ଲାଟ୍‌ ସହିତ ଭଦ୍ରକର ମଠସାହି ସ୍ଥିତ ପୈତୃକ ବାସଭବନ ଓ କଟକ ସ୍ଥିତ ତାଙ୍କ ଅଫିସ ଚ୍ୟାମ୍ବରରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। 

Advertisment

ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ଶ୍ରୀ ମହାନ୍ତିଙ୍କର ଭୁବନେଶ୍ୱରର ପଟିଆର ଶ୍ରୀବିହାର ସ୍ଥିତ ନେଚରସ୍ କ୍ରେଷ୍ଟ ଆପାର୍ଟମେଣ୍ଟର ୩୦୨ ନମ୍ବର ଫ୍ଲାଟ୍‌ରୁ ନଗଦ ୪ କୋଟି ୨୭ ଲକ୍ଷ ୧୩ ହଜାର ୬୦୦ ଟଙ୍କା ଜବତ କରାଯାଇଥିଲା। ଟ୍ରଲି ବ୍ୟାଗ୍ ଓ ଆଲମିରାଗୁଡ଼ିକରେ ଏହି ଟଙ୍କା ରଖାଯାଇଥିଲା। ନଗଦ ଟଙ୍କା ଜବତ କରାଯିବାରେ ଏଯାବତ୍ ଏହା ହେଉଛି ଓଡ଼ିଶା ଭିଜିଲାନ୍ସ ଇତିହାସରେ ସବୁଠୁ ଅଧିକ।

ସେହିପରି ଶ୍ରୀ ମହାନ୍ତିଙ୍କର କଟକ ସ୍ଥିତ ଅଫିସ ଚ୍ୟାମ୍ବରର ଟେବୁଲ ଡ୍ରୟରରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଥିଲା। ଏସବୁ ବାଦ୍‌ ଭୁବନେଶ୍ୱରର ପାହାଳରେ ତାଙ୍କର ଏକ ୨୪ ଶହ ବର୍ଗଫୁଟର ଏକ ଦ୍ୱିମହଲା କୋଠା ଠାବ କରାଯାଇଛି। ତାଙ୍କ ଘରୁ ପ୍ରାୟ ୧୩୦ ଗ୍ରାମର ସୁନା ଅଳଙ୍କାର ଜବତ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମାମଲାରେ ଭିଜିଲାନ୍ସର ତଦନ୍ତ ଜାରି ରହିଛି।

୨୨ ବର୍ଷ ତଳେ ୮ ହଜାର ଟଙ୍କାରେ ଚାକିରି ଆରମ୍ଭ କରିଥିଲେ 

୧୯୬୮ରେ ଜନ୍ମ ହୋଇଥିବା ଦେବବ୍ରତ ମହାନ୍ତି ୨୦୦୪ ଅଗଷ୍ଟ ୯ ତାରିଖରେ ଜଣେ କନିଷ୍ଠ ଖଣି ଅଧିକାରୀ (ଜୁନିୟର ମାଇନିଂ ଅଫିସର) ଭାବେ ସରକାରୀ ଚାକିରି ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ପୋଷ୍ଟିଂ ହୋଇଥିଲା ବଲାଙ୍ଗିରର ମାଇନିଂ ଅଫିସ୍‌ରେ। ସେହି ପଦବୀରେ ରହି ସେ ୨୦୦୬ରୁ ୨୦୦୮ ପର୍ଯ୍ୟନ୍ତ ବାରିପଦାରେ, ୨୦୦୯ରୁ ୨୦୧୧ ପର୍ଯ୍ୟନ୍ତ ବ୍ରହ୍ମପୁରରେ ଓ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ କଟକରେ କାର୍ଯ୍ୟ କରିଥିଲେ। ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ସେ ଭୁବନେଶ୍ୱରରେ ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟ କରିଥିଲେ।  

୨୦୧୮ରେ ମାର୍ଚ୍ଚରେ ସେ ଆସିଷ୍ଟାଣ୍ଟ ମାଇନିଂ ଅଫିସର (ଚିଫ୍ ସର୍ଭେୟର) ଭାବେ ପଦୋନ୍ନତି ପାଇଥିଲେ ଓ ଏହି ପଦବୀରେ ସମ୍ବଲପୁରରେ ଯୋଗ ଦେଇଥିଲେ। ୨୦୨୨ରୁ ୨୦୨୫ ପର୍ଯ୍ୟନ୍ତ ସେ ଫୁଲବାଣୀର ମାଇନିଂ ଅଫିସର ଭାବେ କାର୍ଯ୍ୟ କରିଥିଲେ। ତାଙ୍କ କାର୍ଯ୍ୟକ୍ଷେତ୍ର ମଧ୍ୟରେ ଫୁଲବାଣୀ, ବୌଦ୍ଧ ଓ ନୟାଗଡ଼ ରହିଥିଲା। 
୨୦୨୬ ଜାନୁଆରୀ ୭ ତାରିଖରେ ସେ କଟକ ମାଇନିଂ ସର୍କଲର ଉପନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ। ତାଙ୍କ କାର୍ଯ୍ୟକ୍ଷେତ୍ର ମଧ୍ୟରେ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ରହିଥିଲା।   

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe