ଆଜି ଇଡିରେ ହାଜର ହେବେ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡି- ଲିଙ୍କ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହୋଇପାରନ୍ତି ବିଜେଡିର ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ।  ଆଜି ଅପରାହ୍ନ ୩ଟାରେ ହାଜର ହେବା ପାଇଁ ପୂର୍ବରୁ ପ୍ରଣବଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା।  ସମନରେ ପ୍ରଣବଙ୍କୁ ବଳବନ୍ତରାୟ ଟ୍ରାନସପୋର୍ଟ ଓ ମିନେରାଲ ପ୍ରାଇଭେଟ୍‌ ଲିମିଟେଡର ୨୦୦୫-୦୬ରୁ ୨୦୦୯- ୧୦ ମଧ୍ୟରେ ସମସ୍ତ ଅଡିଟ୍‌ ରିପୋର୍ଟ ଆଣି ଦାଖଲ କରିବାକୁ କୁହାଯାଇଛି।

ବଡ କଥା ହେଉଛି ସୁଶାନ୍ତ ଧଳ ସାମନ୍ତ ଓ ସୁଶୀଲ ଧଳ ସାମନ୍ତଙ୍କ ସହ ପ୍ରଣବଙ୍କ କମ୍ପାନୀର କ’ଣ ଆର୍ଥିକ କାରବାର ହୋଇଛି, ଧଳସାମନ୍ତଙ୍କଠାରୁ ପ୍ରଣବଙ୍କ କଂପାନୀ କେତେ ପ୍ରାପ୍ୟ ପାଇଛନ୍ତି, ତା’ର ତଥ୍ୟ ମଧ୍ୟ ଆଣିବାକୁ ଇଡି  କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।