ବଡ଼ମାଛ ଧରିବା ପୂର୍ବରୁ ଦିଲ୍ଲୀ ଯିବ ଇଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଡ଼ମାଛ ଧରିବା ପୂର୍ବରୁ ଦିଲ୍ଲୀ ଯିବ ଇଡି। ସେଠାରେ ଇଡି ମୁଖ୍ୟ କାର୍ଯ୍ୟାଳୟରେ ପାଇଥିବା ତଥ୍ୟକୁ ଯାଞ୍ଚ କରି ଫାଇଲ୍‌କୁ ଆହୁରି ଶକ୍ତିଶାଳୀ କରି ଫେରିବ। ଫଳରେ ଲେଡ଼ି ବ୍ଲାକମେଲର୍ ଅର୍ଚ୍ଚନାର ନାଗଫାଶରେ ପଡ଼ିଥିବା ସବୁ ପ୍ରଭାବଶାଳୀଙ୍କ ଚିତ୍ର ଆଉ ଚରିତ୍ର ସାମ୍ନାକୁ ଆସିବ। କାରଣ ହନିଟ୍ରାପ୍‌ ସୂତ୍ରଧର ଶ୍ରଦ୍ଧାଞ୍ଜଳି ଓ ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନଙ୍କୁ ପଚରାଉଚରା ବେଳେ ସେମାନଙ୍କ ମୁହଁରୁ ଅନେକ ତଥ୍ୟ ଯୋଗାଡ଼ କରିଛି ଇଡ଼ି। ଏପରିକି ଦୁଇ ଦୁଇ ଜଣ […]

archana

  • Published: Saturday, 26 November 2022
  • , Updated: 26 November 2022, 10:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଡ଼ମାଛ ଧରିବା ପୂର୍ବରୁ ଦିଲ୍ଲୀ ଯିବ ଇଡି। ସେଠାରେ ଇଡି ମୁଖ୍ୟ କାର୍ଯ୍ୟାଳୟରେ ପାଇଥିବା ତଥ୍ୟକୁ ଯାଞ୍ଚ କରି ଫାଇଲ୍‌କୁ ଆହୁରି ଶକ୍ତିଶାଳୀ କରି ଫେରିବ। ଫଳରେ ଲେଡ଼ି ବ୍ଲାକମେଲର୍ ଅର୍ଚ୍ଚନାର ନାଗଫାଶରେ ପଡ଼ିଥିବା ସବୁ ପ୍ରଭାବଶାଳୀଙ୍କ ଚିତ୍ର ଆଉ ଚରିତ୍ର ସାମ୍ନାକୁ ଆସିବ। କାରଣ ହନିଟ୍ରାପ୍‌ ସୂତ୍ରଧର ଶ୍ରଦ୍ଧାଞ୍ଜଳି ଓ ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନଙ୍କୁ ପଚରାଉଚରା ବେଳେ ସେମାନଙ୍କ ମୁହଁରୁ ଅନେକ ତଥ୍ୟ ଯୋଗାଡ଼ କରିଛି ଇଡ଼ି। ଏପରିକି ଦୁଇ ଦୁଇ ଜଣ ବ୍ୟବସାୟୀଙ୍କଠୁ ଟଙ୍କା ଟ୍ରାଞ୍ଜାକ୍ସନର ତଥ୍ୟ କାଢ଼ିଛି। ସୌଖିନ୍ ଯାନବାହନ କିଣାର ବି ନୂଆ ତଥ୍ୟ ବି ପାଇଛି। ଏସବୁ ତଥ୍ୟ ପାଇଥିବାରୁ ଏବଂ ଅର୍ଚ୍ଚନା ଓ ଜଗବନ୍ଧୁକୁ ଆଗକୁ ରିମାଣ୍ଡରେ ଆଣିବାକୁ ଥିବାରୁ ଇଡ଼ି ଏବେ ବଡ଼ ଧରଣର ବ୍ଲୁ ପ୍ରିଣ୍ଟ ତିଆରି କରିଛି। ଏହାକୁ ଧରି ଭୁବନେଶ୍ୱରରୁ ଦିଲ୍ଲୀ ମୁଖ୍ୟ ଅଫିସକୁ ଯିବ ଇଡ଼ିର ଏକ ଟିମ୍। ସେଠାରୁ ଇନ୍‌ପୁଟ୍ ପାଇବା ପରେ ଆସନ୍ତା ସପ୍ତାହରୁ ଜଣଙ୍କ ପରେ ଜଣେ ପ୍ରଭାବଶାଳୀଙ୍କୁ ଡକାଇ ପଚରାଉଚରା କରିପାରେ ଇଡ଼ି।

ପ୍ରାଥମିକ ଖୋଳତାଡ଼ ଭିତରେ ଅର୍ଚ୍ଚନା ଓ ଜଗବନ୍ଧୁ ସହ ବିଜନେସ୍ ପାର୍ଟନର୍ ଖଗେଶ୍ୱର ପାତ୍ର ମଧ୍ୟରେ ୩୭ ଲକ୍ଷରୁ ଅଧିକ ଟଙ୍କାର କାରବାର ହୋଇଥିବା ଇଡ଼ି ତଥ୍ୟ ପାଇଛି। ଖଗେଶ୍ୱର ପାତ୍ରକୁ ତୃତୀୟ ଥର ପାଇଁ ରିମାଣ୍ଡ ଆବେଦନ ପିଟିସନ୍‌ରେ ଏକଥା ଦର୍ଶାଇଥିଲା ଇଡ଼ି। ତେଣୁ ନାଗ-ଚାନ୍ଦଙ୍କ ଆର୍ଥିକ କାରବାର ସହ ୫ ବର୍ଷରେ ଅଢ଼େଇ କୋଟିର ସଂପତି ଅର୍ଜନର ଇଡ଼ି ସତ ଖୋଳି ବାହାର କରିବ ବୋଲି କୁହାଯାଉଛି।

ଅର୍ଚ୍ଚନା ନାଗ ଏବଂ ଜଗବନ୍ଧୁ ଚାନ୍ଦ ନିଜର କୌଣସି ଆଖିଦୃଶିଆ ଆୟ ନଥାଇ ଠିଆ କରିଛନ୍ତି କୋଟି କୋଟି ଟଙ୍କା ମୂଲ୍ୟର ବିଶାଳ ଘର ସହିତ ଦାମୀ ଗାଡ଼ି, ଘୋଡା ଓ ଚାକଚକ୍ୟ ଜୀବନ। ସେମାନେ ଲ୍ୟାଣ୍ଡ ରୋଭରର ଭେଲାର୍ କାର୍ କିଣିବାକୁ ଯୋଜନା କରିଥିଲେ। ଯାହାର ଦାମ୍ ୮୩ ଲକ୍ଷ ଟଙ୍କା। ଏଥିପାଇଁ ୩୫ ଲକ୍ଷ ୧୧ ହଜାର ଟଙ୍କା ପୈଠ କରି ଏହି ଗାଡ଼ି ବୁକିଂ ବି କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବୁକିଂ କ୍ୟାନସଲ୍ କରିଦେଲେ। ଏହି ବ୍ୟୟବହୁଳ କାର୍ କିଣା ଡିଲ୍ ସଂପର୍କରେ ଇଡ଼ିରେ ହାଜର ହୋଇ ତଥ୍ୟ ରଖିଥିଲେ ଶୋ’ ରୁମ୍ ମାଲିକ ଗଙ୍ଗାଧର ସାମଲ। ଆଜି ଏହି ସୂଚନା ସେ ଗଣମାଧ୍ୟମକୁ ମଧ୍ୟ ଦେଇଛନ୍ତି। କହିଛନ୍ତି, କୌଣସି ପ୍ରକାର କ୍ୟାସ୍ ଟ୍ରାଞ୍ଜାକ୍ସନ ହୋଇନି। ବ୍ୟାଙ୍କ ଏବଂ ଚେକ୍ ଜରିଆରେ କାରବାର ହୋଇଛି।

ତେଣୁ ଆଶା କରାଯାଉଛି, ଆଗକୁ ଖୋଲିବ ନାଗ ସାମ୍ରାଜ୍ୟକୁ ଅହେତୁକ ଅନୁକମ୍ପା ଦେଖାଇଥିବା ବାବୁ ଭାୟାଙ୍କ ଅସଲ ରୂପ। ଆସନ୍ତା ସପ୍ତାହରେ ଅର୍ଥାତ୍ ୩୦ ତାରିଖରେ ନାଗ-ଚାନ୍ଦଙ୍କୁ ରିମାଣ୍ଡରେ ଆଣିବାକୁ ଥିବାରୁ ତାପୂର୍ବରୁ ଭୁବନେଶ୍ୱର ଶାଖାରୁ ଇଡ଼ିର ଏକ ଟିମ୍ ଯାଉଛନ୍ତି ଦିଲ୍ଲୀ ମୁଖ୍ୟାଳୟ। କୁହାଯାଉଛି, ସେଠାରେ ବହୁ ବଡ଼ବଡ଼ିଆଙ୍କୁ ନେଇ ପ୍ରସ୍ତୁତ ତାଲିକାକୁ ଧରି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ ଭୁବନେଶ୍ୱର ଇଡି ଟିମ୍। ଇଡ଼ିର ଦିଲ୍ଲୀ ଅଫିସ ଏବଂ କୋଲାକାତା ଜୋନ୍‌ ଇନ୍‌ପୁଟ ପାଇବା ପରେ ଆସନ୍ତା ସପ୍ତାହରେ ଓଡ଼ିଶାରେ ଇଡ଼ି ଏହି ମାମଲାରେ ନିଜ ଅପରେସନକୁ ଆହୁରି ଜୋରଦାର କରିବ।

Related story