ବିଜେଡିକୁ କିଶୋର ଚିନ୍ତା, ନବୀନଙ୍କ ଗସ୍ତ ପୂର୍ବରୁ ତାଳିପକା ଉଦ୍ୟମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାୟକ ନବ ଦାସ ବିଜେଡିରେ ମିଶିବା ସ୍ପଷ୍ଟ ହେବା ପରେ ବିଜେଡିରେ ଏବେ କିଶୋର କେଁ ବଢ଼ିବାରେ ଲାଗିଛି। ନବ ମିଶିବା ପାଇଁ ସମସ୍ତ ପ୍ରସ୍ତୁତି ସରିବାକୁ ଥିବା ବେଳେ ଝାରସୁଗୁଡାର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା କିଶୋର ମହାନ୍ତିଙ୍କୁ ନେଇ ବିଜେଡିର ଚିନ୍ତା ବଢ଼ିଯାଇଛି। କିଶୋରଙ୍କୁ ମନାଇବା ପାଇଁ ବିଜେଡିର ଏକ ଟିମ୍ ଲାଗିଥିବା ଜଣାପଡ଼ିଛି। ଆଜି ଝାରସୁଗୁଡ଼ାର ଏକ ହୋଟେଲ୍‌ରେ ଏନେଇ ବୈଠକ ହୋଇଥିବା ସୂଚନା ମିଳିଛି। ହାଇକୋର୍ଟ […]

bjd

bjd

Manoranjan Sial
  • Published: Thursday, 17 January 2019
  • Updated: 17 January 2019, 05:51 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାୟକ ନବ ଦାସ ବିଜେଡିରେ ମିଶିବା ସ୍ପଷ୍ଟ ହେବା ପରେ ବିଜେଡିରେ ଏବେ କିଶୋର କେଁ ବଢ଼ିବାରେ ଲାଗିଛି। ନବ ମିଶିବା ପାଇଁ ସମସ୍ତ ପ୍ରସ୍ତୁତି ସରିବାକୁ ଥିବା ବେଳେ ଝାରସୁଗୁଡାର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା କିଶୋର ମହାନ୍ତିଙ୍କୁ ନେଇ ବିଜେଡିର ଚିନ୍ତା ବଢ଼ିଯାଇଛି। କିଶୋରଙ୍କୁ ମନାଇବା ପାଇଁ ବିଜେଡିର ଏକ ଟିମ୍ ଲାଗିଥିବା ଜଣାପଡ଼ିଛି। ଆଜି ଝାରସୁଗୁଡ଼ାର ଏକ ହୋଟେଲ୍‌ରେ ଏନେଇ ବୈଠକ ହୋଇଥିବା ସୂଚନା ମିଳିଛି। ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଓ ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିକୁ ନେଇ ପଶ୍ଚିମ ଓଡ଼ିଶାର ଲୋକମାନଙ୍କ ମଧ୍ୟରେ ନବୀନ ପଟ୍ଟନାୟକ ସରକାର ପ୍ରତି ବୃଦ୍ଧି ପାଉଥିବା ଆକ୍ରୋଶକୁ ନିର୍ବାଚନୀ ବର୍ଷରେ ପ୍ରଶମିତ କରିବା ଓ ବିଧାୟକ ନବ ଦାସଙ୍କ ମିଶ୍ରଣ ପର୍ବରୁ ବିଜେଡି ଫାଇଦା ନେବାକୁ ରଣନୀତି ପ୍ରସ୍ତୁତ କରିଛି। ଏହା ମାଧ୍ୟମରେ ପଶ୍ଚିମ ଓଡ଼ିଶାରେ ବିଜେଡିର ସ୍ଥିତି ସୁଦୃଢ଼ ଅଛି ବୋଲି ସନ୍ଦେଶ ଦେବାକୁ ପ୍ରୟାସ କରାଯାଉଛି।

ଆସନ୍ତା ୨୪ତାରିଖରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଝାରସୁଗୁଡ଼ା ଗସ୍ତକୁ ସଫଳ କରିବା ପାଇଁ ଦଳ ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି।

କଂଗ୍ରେସରୁ ଇସ୍ତଫା ଦେଇଥିବା ବିଧାୟକ ନବ ଦାସ ଝାରସୁଗୁଡ଼ାରେ ଏକ ବିଶାଳ ଜନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ଓ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ବିଜେଡିରେ ମିଶିବେ। ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଅତିକମରେ ୧ଲକ୍ଷ ଲୋକଙ୍କ ସମାବେଶ ପାଇଁ ପ୍ରସ୍ତୁତି ଚାଲିଛି। ଏହି ବିଶାଳ ଜନସଭା ମାଧ୍ୟମରେ ବିଜେଡି ସମଗ୍ର ପଶ୍ଚିମ ଓଡ଼ିଶାରେ ନିଜର ଦମ୍ ଦେଖାଇବ। ନବ ଦାସଙ୍କ ମିଶ୍ରଣକୁ ନେଇ ଝାରସୁଗୁଡ଼ା ବିଜେଡିର ନେତୃତ୍ୱ ନେଉଥିବା କିଶୋର ମହାନ୍ତି ଓ ତାଙ୍କ ସମର୍ଥକମାନେ ଅସନ୍ତୁଷ୍ଟ ଥିବା ସୂଚନା ମିଳିଛି। ଏହି କାରଣରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉଭୟ ନବ ଓ କିଶୋରଙ୍କ ମଧ୍ୟରେ ବୁଝାମଣା ପାଇଁ ତାଳିପକା ଉଦ୍ୟମ ଆରମ୍ଭ ହୋଇଛି। ଝାରସୁଗୁଡ଼ାରୁ ନବଙ୍କ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ହେଉଛନ୍ତି କିଶୋର। ବିଜେଡିକୁ ନବ ଯିବା ପରେ କିଶୋରଙ୍କ ରାଜନୈତିକ ଭବିଷ୍ୟତ କ’ଣ ହେବ, ତାକୁ ନେଇ ନାନା ଚର୍ଚ୍ଚା ହେଉଛି।

ବିଧାୟକ ସଞ୍ଜୟ ଦାସବର୍ମା ଓ ପ୍ରଣବ ପ୍ରକାଶ ଦାସ ଝାରସୁଗୁଡ଼ା ଯାଇ ସେଠାରେ ଉଭୟ ନବ ଓ କିଶୋରଙ୍କ ସହ ଆଲୋଚନା କରିଛନ୍ତି। ନବ ଓ କିଶୋରଙ୍କ ସହ ଏହି ଦୁଇ ନେତାଙ୍କ ଏକାନ୍ତରେ ଆଲୋଚନାବେଳେ ଜିଲ୍ଲା ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ଥିବା ରବିନାରାୟଣ ପାଣିଙ୍କୁ ଦୂରେଇ ରଖାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ କିଭଳି ସଫଳ କରାଯିବ ଓ ଜିଲ୍ଲାରୁ ଅଧିକ ସଂଖ୍ୟକ ଲୋକଙ୍କୁ କିପରି ସମାବେଶ ସ୍ଥଳକୁ ଅଣାଯିବ ସେହି ପ୍ରସଙ୍ଗରେ ଆଲୋଚନାରେ ଜିଲ୍ଲାର ଅନ୍ୟ ନେତାମାନଙ୍କୁ ସାମିଲ କରାଯାଇଥିବା ସୂଚନା ମିଳିଛି। ନବଙ୍କ ମିଶ୍ରଣ ଦ୍ୱାରା ଜିଲ୍ଲାରେ ନିଜର ପ୍ରଭାବ ହ୍ରାସ ପାଇବାର ଆଶଙ୍କା ଥିଲେ ମଧ୍ୟ ରାଜନୀତିକ ଅସ୍ତିତ୍ୱ ରକ୍ଷା ପାଇଁ କିଶୋର ନିରବ ରହିବାକୁ ଏକରକମ ବାଧ୍ୟ ହୋଇଛନ୍ତି।

ତେବେ ଆଜି ହୋଇଥିବା ବୈଠକ ସମ୍ପର୍କରେ ନିଜେ କିଶୋର ସ୍ପଷ୍ଟ କରିବା ସହ ନବ ବିଜେଡିରେ ମିଶିବା ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଘରକୁ ଅତିଥି ଆସିଲେ ତଡ଼ି ଦିଆଯାଇ ନଥାଏ। ସେ ଆମ ଦଳକୁ ଆସୁଛନ୍ତି, ଆମେ ତାଙ୍କୁ ସ୍ୱାଗତ କରୁଛୁ। ଆମେ ସମସ୍ତେ ବିଜେଡିର ଶୃଙ୍ଖଳିତ କର୍ମୀ। ଆଜି ଯେଉଁ ବୈଠକ ବସିଥିଲା ଏଥିରେ ନିଷ୍ପତ୍ତି ନିଆଯାଇଛି, ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେଇଛନ୍ତି ଆମେ ମାନୁଛୁ। ଝାରସୁଗୁଡା ଜିଲ୍ଲା ସଭାପତି ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ। ଆଜି ସମୁ କର୍ମକର୍ତ୍ତା ନିଜ ମତ ରଖିଛନ୍ତି। ସେମାନଙ୍କ କଥାକୁ ଆମର ଦୁଇ ପର୍ଯ୍ୟବେକ୍ଷକ ଶୁଣିଲେ। ମୁଖ୍ୟମନ୍ତ୍ରୀ ଯାହା କହିବେ ମୁଁ ମାନିବି।”

ସେହିପରି ସଞ୍ଜୟ ଦାସବର୍ମା କହିଛନ୍ତି, “ନବ ଦାସ ବିଜେଡିରେ ମିଶିବା ନେଇ ଶେଷ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ। ବୈଠକରେ ନିଷ୍ପତ୍ତି ନିଆଯାଇଛି, ଦଳ ସୁଦୃଢ଼ ହେବା ପାଇଁ ଯାହା ଆବଶ୍ୟକ ଓ ଦଳର ସଭାପତି ଯାହା ନିଷ୍ପତ୍ତି ନେବେ ତାକୁ ତୃଣମୂଳ ସ୍ତରରୁ ଶୀର୍ଷ ନେତା ପର୍ଯ୍ୟନ୍ତ ସମସ୍ତେ ସେ ନିଷ୍ପତ୍ତିକୁ ସମ୍ମାନ ଦେବେ ଓ କାର୍ଯ୍ୟକାରୀ କରିବେ।”

ସେ ଆହୁରି କହିଛନ୍ତି, “ମୁଖ୍ୟମନ୍ତ୍ରୀ ଝାରସୁଗୁଡା ଗସ୍ତରେ ଆସୁଛନ୍ତି। ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କରିବେ। ଏହାବାଦ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ କାର୍ଯ୍ୟସୂଚି ପ୍ରସ୍ତୁତ କରିବାକୁ ଆମେ ଆସିଥିଲୁ। ଆଜି କର୍ମୀଙ୍କ ସହ ଆଲୋଚନା କରି ଯାଉଛି।”

ସୂଚନା ଅନୁସାରେ ବରଗଡ଼ ଲୋକସଭା ଆସନ ଅଧୀନରେ ଥିବା ନିର୍ବାଚନମଣ୍ଡଳୀରୁ ମୁଖ୍ୟମନ୍ତ୍ରୀଙ୍କ ସଭା ପାଇଁ ସମାବେଶ ସ୍ଥଳକୁ ଲୋକଙ୍କୁ ଅଣାଯିବ। ନବଙ୍କ ବିଜେଡିରେ ମିଶ୍ରଣ ପରେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ସାଂଗଠନିକ ଦାୟିତ୍ୱ ନ୍ୟସ୍ତ କରାଯିବ ଓ କିଶୋରଙ୍କୁ ବରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ କରାଯିବ ବୋଲି ସନ୍ଦେଶ ଦିଆଯାଇଛି। ବରଗଡ଼ ଲୋକସଭା ଆସନ ଅଧୀନରେ ଥିବା ଝାରସୁଗୁଡ଼ା, ବ୍ରଜରାଜନଗର, ଭଟଲୀ, ଅତାବିରା, ବିଜେପୁର,ପଦ୍ମପୁର ଓ ବରଗଡ଼ ବିଧାନସଭା ଆସନ ମଧ୍ୟରୁ ଏବେ ୨ଟି ଆସନରେ ବିଜେପି ବିଧାୟକ ଅଛନ୍ତି। ଏହି ଲୋକସଭା ଆସନ ଅନ୍ତର୍ଗତ ଦୁଇ ବିଜେଡି ବିଧାୟକ ସୁଶାନ୍ତ ସିଂ(ଭଟଲୀ) ଓ ସ୍ନେହାଙ୍ଗିନୀ ଛୁରିଆ(ଅତାବିରା) ଏବେ ମନ୍ତ୍ରୀ ଥିଲେ ମଧ୍ୟ ଦଳର ସ୍ଥିତି ଏହି ଲୋକସଭା ଆସନରେ ଭଲ ନାହିଁ। ତେଣୁ ନବଙ୍କୁ ଦଳରେ ସାମିଲ କରି ଝାରସୁଗୁଡ଼ା ଆସନକୁ ନିଜ କବଜାକୁ ଆଣିବାକୁ ବିଜେଡି ଲକ୍ଷ୍ୟ ରଖିଥିବାବେଳେ ବ୍ରଜରାଜନଗର ଆସନରେ ଅନୁପ ସାଏଙ୍କ ବଦଳରେ ବର୍ତ୍ତମାନର ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କ ଉପରେ ଦଳ ନଜର ପକାଇଥିବା ସୂଚନା ମିଳିଛି।

ତା’ଛଡ଼ା ନିକଟରେ ଉପନିର୍ବାଚନ ହୋଇଥିବା ବିଜେପୁରରେ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କୁ ବିଜୟୀ କରାଇ ବିଜେଡି ସେଠାରେ କଂଗ୍ରେସର ଗଡ଼କୁ ସମ୍ପୂର୍ଣ୍ଣ ଧୂଳିସାତ କରିଥିବାବେଳେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସେହି ସିଟରୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି। ତେଣୁ ଲୋକସଭା ଆସନରୁ କିଶୋର କିଭଳି ବିଜୟୀ ହେବେ ତା’ର ଫର୍ମୂଲା କୁଆଡ଼େ ଦଳ ପକ୍ଷରୁ ତାଙ୍କୁ ଅବଗତ କରାଯାଇଛି। ନିଜର ସ୍ଥିତିକୁ ନେଇ ଆଶଙ୍କିତ କିଶୋର ମଧ୍ୟ ଲୋକସଭା ପ୍ରାର୍ଥୀ ହେବାକୁ ବି ସବୁଜ ସଙ୍କେତ ଦେଇଥିବା ଦଳର ଜଣେ ବରିଷ୍ଠ ନେତାଙ୍କ ସୂତ୍ରରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story