କିଏ ଚୋରି କରୁଥିଲା ଅଣ୍ଡା? ଧରାପଡ଼ିଲା ନାଗ!

ବାରିପଦା (ମାଣିକଲାଲ୍‌ ପାଣି): ଅଣ୍ଡା ଚୋରି କରୁଥିଲା ନାଗସାପ! କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ। ପ୍ରକୃତରେ ସାପଟି ଅଣ୍ଡା ଚୋରି କରୁ ନଥିଲା। ଗତ ୨୭ ଦିନ ଗାଁ ଲୋକଙ୍କ ଘରେ ପଶି ଅଣ୍ଡା ଓ କୁକୁଡ଼ା ଗିଳି ଦେଉଥିଲା। ଯାହାର ପତ୍ତା ପାଉନଥିଲେ ଗାଁ ଲୋକେ। ଶେଷରେ ସ୍ନେକ ହେଲ୍‌ପ ଲାଇନ୍‌ ମାଧ୍ୟମରେ କାଠ ଭାଡ଼ି ତଳୁ ସାପଟିକୁ ଉଦ୍ଧାର କରାଯାଇଛି। ସାପଟି ଧରା ପଡ଼ିବା ପରେ ଗିଳିଥିବା କୁକୁଡ଼ା ଅଣ୍ଡା ବାନ୍ତି କରିଛି। ଯାହା […]

snake-rescue-from-baripada

Manoranjan Sial
  • Published: Thursday, 05 September 2019
  • , Updated: 05 September 2019, 05:31 PM IST

ବାରିପଦା (ମାଣିକଲାଲ୍‌ ପାଣି): ଅଣ୍ଡା ଚୋରି କରୁଥିଲା ନାଗସାପ! କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ। ପ୍ରକୃତରେ ସାପଟି ଅଣ୍ଡା ଚୋରି କରୁ ନଥିଲା। ଗତ ୨୭ ଦିନ ଗାଁ ଲୋକଙ୍କ ଘରେ ପଶି ଅଣ୍ଡା ଓ କୁକୁଡ଼ା ଗିଳି ଦେଉଥିଲା। ଯାହାର ପତ୍ତା ପାଉନଥିଲେ ଗାଁ ଲୋକେ। ଶେଷରେ ସ୍ନେକ ହେଲ୍‌ପ ଲାଇନ୍‌ ମାଧ୍ୟମରେ କାଠ ଭାଡ଼ି ତଳୁ ସାପଟିକୁ ଉଦ୍ଧାର କରାଯାଇଛି। ସାପଟି ଧରା ପଡ଼ିବା ପରେ ଗିଳିଥିବା କୁକୁଡ଼ା ଅଣ୍ଡା ବାନ୍ତି କରିଛି। ଯାହା ଏବେ ବାରିପଦା ଟାଉନ୍‌ ଅଞ୍ଚଳରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି।

ବାରିପଦା ଟାଉନ୍‌ଠାରୁ ଅଳ୍ପ ଦୂରରେ ରହିଛି କଦଳୀପାଳ ଗାଁ। ଏହି ଗାଁରୁ ଗତ ୨୭ ଦିନ ହେଲା ଅଣ୍ଡା ଓ କୁକୁଡ଼ା ଚୋରି ହେଉଥିଲା। କିଏ ଚୋରି କରୁଥିଲା, ତାହା ଗାଁ ଲୋକେ ଜଣିପାରୁନଥିଲେ। ତେଣୁ ଅଣ୍ଡା ଓ କୁକୁଡ଼ା ଚୋରକୁ ଧରିବା ପାଇଁ ଗାଁ ଲୋକେ ପାଳିକରି ରାତିରେ ଜଗୁଥିଲେ। ତଥାପି ଚୋରି ହେଉଥିଲା। ସାପ୍‌ଟି ସତର୍କତାମୂଳକ ଭାବେ ରାତିରେ ଅଣ୍ଡା ଓ କୁକୁଡ଼ା ଗିଳି ପଳାଇ ଚାଲି ଯାଉଥିଲା।

ତେବେ ଜଣଙ୍କ ବାଡ଼ିରେ ଥିବା କାଠଭାଡ଼ି ଉପରେ ଗାଁ ଲୋକଙ୍କର ସନ୍ଦେହ ହୋଇଥିଲା। ସେଥିପାଇଁ ସ୍ନେକ ହେଲ୍‌ପ ଲାଇନ୍‌ର ସହଯୋଗ ନେଇଥିଲେ। ସ୍ନେହ ହେଲ୍‌ପଲାଇନ୍‌ କର୍ମକର୍ତ୍ତା ସସ୍ମିତା ଗୋଚ୍ଛାୟତ ଗାଁରେ ପହଞ୍ଚି କାଠଭାଡ଼ି ତଳେ ହୋଇଥିବା ଗର୍ତ୍ତରୁ ନାଗ ସାପଟିକୁ ଉଦ୍ଧାର କରିଥିଲେ। ପରେ ସାପଟି ଗିଳିଥିବା କୁକୁଡ଼ା ଅଣ୍ଡା ଓ ଗୋଟିଏ ମୂଷା ବାନ୍ତି କରିଥିଲା। ବର୍ତ୍ତମାନ ସାପଟି ସୁସ୍ଥ ଅଛି। ତାକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

ଅନ୍ୟପକ୍ଷରେ କାଠଭାଡି ତଳୁ କିଛି କୁକୁଡ଼ା ହାଡ଼ ଓ ପର ଉଦ୍ଧାର କରାଯାଇଛି। ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଏଇ ସାପ ହିଁ କୁକୁଡ଼ା ଓ ଅଣ୍ଡା ଗିଳୁଥିଲା।

Related story