ଭୋଜି ଖାଇ ଫେରୁଥିବା ବେଳେ ଉପରୁ ଖସିଲା ମୃତ୍ୟୁ

ତେଲକୋଇ(ଚିନ୍ମୟ ସାହୁ): ଭୋଜି ଖାଇ ଫେରୁଥିବା ବେଳେ ବୃଦ୍ଧାଙ୍କ ଉପରେ ଗଛ ଭାଙ୍ଗି ପଡ଼ିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଏପରି ଦୁର୍ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ତେଲକୋଇ ଥାନା ରାସସୁଆଁ ପଞ୍ଚାୟତ ମାରଦା ଗାଁରେ ଜଣଙ୍କ ଘର ପ୍ରତିଷ୍ଠା ଉତ୍ସବ ଥିଲା। ସେଥିପାଇଁ ସେ ଭୋଜି ଆୟୋଜନ କରିଥିଲେ। ତେଣୁ ଭୋଜି ଖାଇବା ପାଇଁ ସେହି ଗାଁର ରାଶ ବେହେରା ଯାଇଥିଲେ। ଭୋଜି ଖାଉଥିବା ବେଳେ ଅପରାହ୍ନ ପ୍ରାୟ ୪ଟା […]

Telcoi

Telcoi

Manoranjan Sial
  • Published: Wednesday, 06 April 2022
  • Updated: 06 April 2022, 08:27 PM IST

Sports

Latest News

ତେଲକୋଇ(ଚିନ୍ମୟ ସାହୁ): ଭୋଜି ଖାଇ ଫେରୁଥିବା ବେଳେ ବୃଦ୍ଧାଙ୍କ ଉପରେ ଗଛ ଭାଙ୍ଗି ପଡ଼ିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଏପରି ଦୁର୍ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି।

ତେଲକୋଇ ଥାନା ରାସସୁଆଁ ପଞ୍ଚାୟତ ମାରଦା ଗାଁରେ ଜଣଙ୍କ ଘର ପ୍ରତିଷ୍ଠା ଉତ୍ସବ ଥିଲା। ସେଥିପାଇଁ ସେ ଭୋଜି ଆୟୋଜନ କରିଥିଲେ। ତେଣୁ ଭୋଜି ଖାଇବା ପାଇଁ ସେହି ଗାଁର ରାଶ ବେହେରା ଯାଇଥିଲେ। ଭୋଜି ଖାଉଥିବା ବେଳେ ଅପରାହ୍ନ ପ୍ରାୟ ୪ଟା ବେଳେ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ବାଦଲ। ତା’ପରେ ପ୍ରବଳ ବେଗରେ ପବନ ବୋହିବା ସହିତ ମେଘ ଓ ଘଡଘଡ଼ି ମାରିଥିଲା।

କାଳବୈଶାଖୀର ତାଣ୍ଡବ ରୂପ ଦେଖି ଭୋଜି ଖାଇବାକୁ ଯାଇଥିବା ଲୋକମାନେ ନିରାପଦ ସ୍ଥାନରେ ଆଶ୍ରୟ ନେଇଥିଲେ। ବର୍ଷା ଓ ପବନ କମିବା ପରେ ରସ ଚାଲି ଚାଲି ଘକରୁ ଫେରୁଥିଲେ। ଠିକ୍‌ ଏହି ସମୟରେ ତାଙ୍କ ଉପରେ ଗୋଟିଏ ଗଛ ଭାଙ୍ଗି ପଡ଼ିଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos