ଭୋଟ ଦେବାକୁ ଯାଉଥିବା ବେଳେ ଟଳି ପଡ଼ିଲେ ବୃଦ୍ଧା

ଜଗତସିଂହପୁର (ଶଶାଙ୍କ ପଣ୍ଡା): ଭୋଟ ଦେବାକୁ ଯାଉଥିବା ବେଳେ ରାସ୍ତାରେ ପଡ଼ି ଜଣେ ଭୋଟରଙ୍କ ମୃତ୍ୟୁ ଘଟିଛି। ଏପରି ଘଟଣା ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅଞ୍ଚଳରେ ଘଟିଛି। ଆଜି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଉପ ନିର୍ବାଚନ ପାଇଁ ମତଦାନ ହେଉଛି। ସେଥିପାଇଁ ରେଢୁଆ ଅଞ୍ଚଳର ଜଣେ ବୃଦ୍ଧା ନଗରୀ ସେଠୀ ଭୋଟ ଦେବାକୁ ଯାଉଥିଲେ। ତେବେ ହଠାତ ସେ ରାସ୍ତାରେ ପଡ଼ି ଯାଇଥିଲେ। ସାଥୀରେ ଯାଇଥିବା ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ରେଢ଼ୁଆ […]

jagatsinghpur

Manoranjan Sial
  • Published: Tuesday, 03 November 2020
  • , Updated: 03 November 2020, 03:14 PM IST

ଜଗତସିଂହପୁର (ଶଶାଙ୍କ ପଣ୍ଡା): ଭୋଟ ଦେବାକୁ ଯାଉଥିବା ବେଳେ ରାସ୍ତାରେ ପଡ଼ି ଜଣେ ଭୋଟରଙ୍କ ମୃତ୍ୟୁ ଘଟିଛି। ଏପରି ଘଟଣା ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅଞ୍ଚଳରେ ଘଟିଛି।

ଆଜି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଉପ ନିର୍ବାଚନ ପାଇଁ ମତଦାନ ହେଉଛି। ସେଥିପାଇଁ ରେଢୁଆ ଅଞ୍ଚଳର ଜଣେ ବୃଦ୍ଧା ନଗରୀ ସେଠୀ ଭୋଟ ଦେବାକୁ ଯାଉଥିଲେ। ତେବେ ହଠାତ ସେ ରାସ୍ତାରେ ପଡ଼ି ଯାଇଥିଲେ। ସାଥୀରେ ଯାଇଥିବା ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ରେଢ଼ୁଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ।

Related story