ପାଟକୁରାରେ ବିଜେପିର ବିଶାଳ ନିର୍ବାଚନୀ ସଭା

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ପାଟକୁରାରେ ବିଜେପିର ବିଶାଳ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଛି। ଆଜି ପାଟକୁରା କରିଲୋପାଟଣା ହାଟ ପଡ଼ିଆରେ ଆୟୋଜିତ ସଭାରେ ଏକାଠି ନିର୍ବାଚନ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ପାଟକୁରା ବିଧାୟକ ପାର୍ଥୀ ବିଜୟ ମହାପାତ୍ର । ସମାବେଶରେ ଉପସ୍ଥିତ ପ୍ରାୟ ୨୦ ହଜାର ଲୋକଙ୍କୁ ଉଦ୍‌ବୋଧନ ଦେଇ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଥିଲେ ଧର୍ମେନ୍ଦ୍ର ଓ ଜୟ-ବିଜୟଙ୍କ ଯୋଡ଼ି । ୧୯ […]

980

Tapas Behera
  • Published: Wednesday, 17 April 2019
  • , Updated: 17 April 2019, 09:00 PM IST

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ପାଟକୁରାରେ ବିଜେପିର ବିଶାଳ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଛି। ଆଜି ପାଟକୁରା କରିଲୋପାଟଣା ହାଟ ପଡ଼ିଆରେ ଆୟୋଜିତ ସଭାରେ ଏକାଠି ନିର୍ବାଚନ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ପାଟକୁରା ବିଧାୟକ ପାର୍ଥୀ ବିଜୟ ମହାପାତ୍ର ।

ସମାବେଶରେ ଉପସ୍ଥିତ ପ୍ରାୟ ୨୦ ହଜାର ଲୋକଙ୍କୁ ଉଦ୍‌ବୋଧନ ଦେଇ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଥିଲେ ଧର୍ମେନ୍ଦ୍ର ଓ ଜୟ-ବିଜୟଙ୍କ ଯୋଡ଼ି । ୧୯ ବର୍ଷ କ୍ଷମତାରେ ରହି ବିଜେଡି ସରକାର କେନ୍ଦ୍ରାପଡ଼ାରେ ମେଡିକାଲ କଲେଜଟିଏ କରିପାରି ନ ଥିବାରୁ ଏଥର ବିଜେପି କ୍ଷମତାକୁ ଆସିଲେ କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ୍ ପ୍ରତିଷ୍ଠା ନିଶ୍ଚୟ ହେବ ବୋଲି ପ୍ରତିଶୃତି ରଖିଛନ୍ତି ଧର୍ମେନ୍ଦ୍ର।

ସେପଟେ ଦେଶ ତୁଳନାରେ ଓଡ଼ିଶା ମହିଳା ବିରୋଧୀ ହିଂସା ବଢୁଥିବାରୁ ଏ ସରକାର ପରିବର୍ତ୍ତନ ନହେଲେ ସ୍ଥିତିରେ ପରିବର୍ତ୍ତନ ଆସିବ ନାହିଁ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା । ତେଣେ କିଛି ମୁଷ୍ଟିମେୟ ଅଣ ଓଡ଼ିଆ ଅଫିସର ବିଜେଡି ସରକାରର ମାଲିକ ଭାବି ଲୁଟ୍‌ରେ ମାତୁଥିବାରୁ ଏଭଳି ସରକାରର ଆବଶ୍ୟକତା ନଥିବା କହି ବର୍ଷିଥିଲେ ବିଜୟ।

Related story