ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ: ନିଜ ଅଞ୍ଚଳରେ ଥିବା ଅଫିସରଙ୍କୁ ନଭେମ୍ବର ୧୫ ସୁଦ୍ଧା ହଟାଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପଂଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଜୋରସୋରରେ ଆରମ୍ଭ ହୋଇଥିବାବେଳେ ନିଜ ଅଂଚଳରେ ରହିଥିବା ଅଫିସରମାନଙ୍କୁ ଆସନ୍ତା ନଭେମ୍ବର ୧୫ତାରିଖ ସୁଦ୍ଧା ଅନ୍ୟତ୍ର ବଦଳି କରିବା ନିମନ୍ତେ ରାଜ୍ୟ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ପଂଚାୟତ ନିର୍ବାଚନକୁ ଅବାଧ,ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ସମ୍ବିଧାନର ଧାରା ୨୪୩(କେ)ର ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ରାଜ୍ୟ ସରକାରଙ୍କୁ କମିଶନର ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ […]

election

election

Ordigital Desk
  • Published: Wednesday, 20 October 2021
  • Updated: 20 October 2021, 10:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପଂଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଜୋରସୋରରେ ଆରମ୍ଭ ହୋଇଥିବାବେଳେ ନିଜ ଅଂଚଳରେ ରହିଥିବା ଅଫିସରମାନଙ୍କୁ ଆସନ୍ତା ନଭେମ୍ବର ୧୫ତାରିଖ ସୁଦ୍ଧା ଅନ୍ୟତ୍ର ବଦଳି କରିବା ନିମନ୍ତେ ରାଜ୍ୟ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ପଂଚାୟତ ନିର୍ବାଚନକୁ ଅବାଧ,ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ସମ୍ବିଧାନର ଧାରା ୨୪୩(କେ)ର ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ରାଜ୍ୟ ସରକାରଙ୍କୁ କମିଶନର ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଗତ ଶୁକ୍ରବାର ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଚିଠି ଲେଖି ପଂଚାୟତ ନିର୍ବାଚନ ୨୦୨୨ ମସିହାର ପ୍ରଥମ ଭାଗରେ ହେବ ଓ କମିଶନ ଏଥିପାଇଁ ପ୍ରକ୍ର୍ରିୟା ଆରମ୍ଭ କରିସାରିଛନ୍ତି। ତେଣୁ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ନିଜ ଅଂଚଳରେ ଅବା ନିଜ ଜନ୍ମ ସ୍ଥାନରେ କାର୍ଯ୍ୟ କରୁଥିବା ଅଫିସରମାନଙ୍କୁ ( ପଂଚାୟତଠୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ) ନଭେମ୍ବର ୧୫ତାରିଖ ସୁଦ୍ଧା ନିଶ୍ଚିତ ଭାବେ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ କର୍ମଚାରୀ ବା ଅଫିସରଙ୍କ ବଦଳି ହେବ ସେମାନେ ଯେପରି ଛୁଟି ନରହିବେ ଏବଂ ବଦଳି ସ୍ଥାନରେ ଯୋଗ ଦେବେ ତାହା ମଧ୍ୟ ସୁନିଶ୍ଚିତ କରିବାକୁ ମଧ୍ୟ କମିଶନର କହିଛନ୍ତି। ତେବେ ଯେଉଁ କର୍ମଚାରୀମାନେ ୨୦୨୨ ମାର୍ଚ୍ଚ ସୁଦ୍ଧା ସରକାରୀ ଚାକିରିରୁ ଅବସର ନେବାକୁ ଥିବ ସେମାନଙ୍କୁ ଏହି ବଦଳି ପ୍ରକ୍ରିୟାରୁ ବାଦ୍ ଦେବା ସହ ନିର୍ବାଚନ ଡ୍ୟୁଟିରେ ନପକାଇବାକୁ ନିର୍ବାଚନ କମିଶନର ପରାମର୍ଶ ଦେଇଛନ୍ତି । ଏହି ବଦଳି ପ୍ରକ୍ରିୟା ଆରମ୍ଭ ନିମନ୍ତେ ସମସ୍ତ ବିଭାଗକୁ ତୁରନ୍ତ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବାକୁ ରାଜ୍ୟ ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କୁ କମିଶନର କହିଛନ୍ତି।

ଯେଉଁ କର୍ମଚାରୀ ଓ ଅଫିସରମାନେ ନିଜ ଅଂଚଳରେ ରହିଲେ ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧାପ୍ରାପ୍ତ ହେବାର ଆଶଙ୍କା କମିଶନର କରିଛନ୍ତି ସେମାନଙ୍କର ତାଲିକା ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ସେସବୁ ଅଫିସର ଓ କର୍ମଚାରୀମାନେ ହେଲେ ପଂଚାୟତସ୍ତରରେ ପଂଚାୟତ ନିର୍ବାହୀ ଅଧିକାରୀ, ବ୍ଲକସ୍ତରରେ ବିଡିଓ, ଏବିଡିଓ,ତହସିଲଦାର, ଅତିରିକ୍ତ ତହସିଲଦାର, ପଂଚାୟତ ସମ୍ପ୍ରସାରଣ ଅଫିସର ଓ ଅନ୍ୟ ସମ୍ପ୍ରସାରଣ ଅଧିକାରୀ ଯିଏକି ନିଜ ଗୃହ ବ୍ଲକରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଅନ୍ୟତ୍ର ବଦଳି ପାଇଁ ପରାମର୍ଶ ଦେଇଛନ୍ତି। ସେହିପରି ସବଡିଭିଜନସ୍ତରରେ ସବକଲେକ୍ଟର, ଆଇଟିଡିଏ ପ୍ରକଳ୍ପ ଅଧିକାରୀ, ଅତିରିକ୍ତ ସବକଲେକ୍ଟର, ଏସଡିପିଓ, ସବଡିଭିଜିନାଲ ପଂଚାୟତ ଅଫିସରଙ୍କ ସମେତ ଜିଲ୍ଲାସ୍ତରରେ ଜିଲ୍ଲାପାଳ, ଏସପି, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌, ଡିଆରଡିଏ ପ୍ରକଳ୍ପ ଅଧିକାରୀ, ଅତିରିକ୍ତ ଏସପି, ଜିଲ୍ଲା ପଂଚାୟତ ଅଫିସରଙ୍କୁ ନିଜ ଗୃହ ଜିଲ୍ଲାରୁ ଅନ୍ୟତ୍ର ବଦଳି କରିବା ପାଇଁ ନିର୍ବାଚନ କମିଶନର ପରାମର୍ଶ ଦେଇଛନ୍ତି। ଏହାସହିତ ପଂଚାୟତ ନିର୍ବାଚନ ଧାର୍ଯ୍ୟ ସମୟସୀମା ଭିତରେ କରାଯିବ ବୋଲି କମିଶନର ସ୍ପଷ୍ଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos