ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ରାସ୍ତାରେ ଚଲାଇଲେ

ବରଗଡ଼(ଦୀପକ ଶର୍ମା): ବିଦ୍ୟୁତ ବିଭ୍ରାଟକୁ ନେଇ ତାତିଲେ ଲୋକେ। ଖରା ଦିନରେ ଦୀର୍ଘ ସମୟ ଧରି ବିଦ୍ୟୁତ୍‌ କାଟକୁ ନେଇ ବରଗଡ଼ ଜିଲ୍ଲା ଅତାବିରାରେ ଥିବା ବିଦ୍ୟୁତ କାର୍ଯ୍ୟାଳୟରେ ଦୀର୍ଘ ୧୫ ଘଣ୍ଟା ଧରି ଫାଟକରେ ତାଲା ପକାଇଥିଲେ ଉତ୍ତ୍ୟକ୍ତ ଲୋକେ।

ପୂର୍ବତନ ବିଧାୟକ ନିହାର ରଂଜନ ମହାନନ୍ଦଙ୍କ ନେତୃତ୍ୱରେ ଶତାଧିକ ସଂଖ୍ୟାରେ ସ୍ଥାନୀୟ ଲୋକେ ବିଦ୍ୟୁତ୍‌ ବିଭାଗ ଅଫିସ୍ ଆଗରେ ଧାରଣା ଦେଇଥିଲେ। ପରେ ଅପରାହ୍ନରେ ବରଗଡ଼ ଓ ଅତାରିବାର ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ରାସ୍ତାରେ ଚଲାଇ ଚଲାଇ ନେଇଥିଲେ। ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବାକୁ ପ୍ରତିଶ୍ରୁତି ପରେ ଉଭୟ ବିଭାଗୀୟ ଯନ୍ତ୍ରୀଙ୍କୁ ମୁକ୍ତ କରିଥିଲେ ଉତ୍ତ୍ୟକ୍ତ ଲୋକେ।