ଚାକିରି ଦେବା ନାଁରେ ୩୮ ଜଣଙ୍କୁ ଠକେଇ, ଦୀର୍ଘଦିନ ଫେରାର ପରେ ଆଉ ଜଣେ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାକିରି ଦେବା ନାଁରେ ୧ କୋଟି ୪୭ ଲକ୍ଷ ଟଙ୍କା ଠକେଇ କରିବା ମାମଲାରେ ଗିରଫ ହେଲେ ଫେରାର ଅଭିଯୁକ୍ତ ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱର ଅଞ୍ଚଳର ଜୟନ୍ତ ରାଉଲ। କ୍ରାଇମବ୍ରାଞ୍ଚ ଇଓଡ଼ବ୍ଲ୍ୟୁ ତାଙ୍କୁ ଗିରଫ କରିଥିବା ଆଜି ସୂଚନା ଦେଇଛି। ଦୀର୍ଘଦିନ ଧରି ସେ ଫେରାର ଥିଲେ। ଗୁଇନ୍ଦା ସୂଚନା ଅଧାରରେ ତାଙ୍କୁ ଗିରଫ କରାଯାଇଛି। ପୂର୍ବରୁ କ୍ରାଇମବ୍ରାଞ୍ଚ ଇଓଡ଼ବ୍ଲ୍ୟୁ ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରିଥିଲା। କମ୍ବାଇଣ୍ଡ ପୁଲିସ ସର୍ଭିସ-୨୦୧୩ ସପଲିମେଣ୍ଟରି ସିଲକ୍କ୍ସନ  […]

accuse

  • Published: Saturday, 05 November 2022
  • , Updated: 05 November 2022, 06:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାକିରି ଦେବା ନାଁରେ ୧ କୋଟି ୪୭ ଲକ୍ଷ ଟଙ୍କା ଠକେଇ କରିବା ମାମଲାରେ ଗିରଫ ହେଲେ ଫେରାର ଅଭିଯୁକ୍ତ ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱର ଅଞ୍ଚଳର ଜୟନ୍ତ ରାଉଲ। କ୍ରାଇମବ୍ରାଞ୍ଚ ଇଓଡ଼ବ୍ଲ୍ୟୁ ତାଙ୍କୁ ଗିରଫ କରିଥିବା ଆଜି ସୂଚନା ଦେଇଛି। ଦୀର୍ଘଦିନ ଧରି ସେ ଫେରାର ଥିଲେ। ଗୁଇନ୍ଦା ସୂଚନା ଅଧାରରେ ତାଙ୍କୁ ଗିରଫ କରାଯାଇଛି।

ପୂର୍ବରୁ କ୍ରାଇମବ୍ରାଞ୍ଚ ଇଓଡ଼ବ୍ଲ୍ୟୁ ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରିଥିଲା। କମ୍ବାଇଣ୍ଡ ପୁଲିସ ସର୍ଭିସ-୨୦୧୩ ସପଲିମେଣ୍ଟରି ସିଲକ୍କ୍ସନ  ଲିଷ୍ଟରେ ନାଁ ରହିବା କହି ୩୮ ଜଣଙ୍କୁ ଏମାନେ ଠକିଥିଲେ। ବାଦଲ କୁମାର ରାଉଲଙ୍କ ଅଭିଯୋଗକୁ ଭିତ୍ତିକରି ଇଓଡ଼ବ୍ଲ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବୈକୁଣ୍ଠ ନାଥ ନାୟକ, ଭୀମସେନ ମହାରଣା ଓ ଜୟନ୍ତ ମହାନ୍ତି ନାମରେ ମାମଲା ରୁଜୁ ହୋଇଥିଲା। ପୂର୍ବରୁ ବୈକୁଣ୍ଠ ଓ ଭୀମସେନକୁ କ୍ରାଇମବ୍ରାଞ୍ଚ ଇଓଡ଼ବ୍ଲ୍ୟୁ ଗିରଫ କରିସାରିଛି।

ଗିରଫ ବୈକୁଣ୍ଠ ନିଜକୁ ଗୃହ ବିଭାଗର ଆସିଷ୍ଟାଣ୍ଟ ସେକ୍ସନ ଅଫିସ୍‌ ଓ ଭୀମସେନ ଏହି ବିଭାଗର ଜଣେ ବଡ଼ ଅଧିକାରୀ ବୋଲି ପରିଚୟ ଦେଇ ଲୋକମାନଙ୍କୁ ଭୁଆଁ ବୁଲାଇଥିଲେ। ସେମାନଙ୍କ ଠାରୁ ନକଲି ପରିଚୟପତ୍ର ଜବତ କରାଯାଇଛି। ତଦନ୍ତ ବେଳେ ଭୀମସେନ ଉଚ୍ଚ ଶିକ୍ଷା ବିଭାଗର ଜଣେ ଅବସରପ୍ରାପ୍ତ ବରିଷ୍ଠ ରେକର୍ଡର ବୋଲି ଜଣାପଡ଼ିଥିଲା। ବୈକୁଣ୍ଠଙ୍କ ଠାରୁ ୧୨ଟି ଏଟିଏମ୍ କାର୍ଡ ଓ ନକଲି ପରିଚୟପତ୍ର ଜବତ କରାଯାଇଥିଲା। ଯେତେବେଳେ କି ଜୟନ୍ତ ରାଉଳ ଓ ଅନ୍ୟ ଦୁଇ ଜଣ ନିଜକୁ ଉଚ୍ଚ ଅଧିକାରୀଙ୍କ ଘନିଷ୍ଠ ବୋଲି ଦର୍ଶାଇ ମୁଦାଲା ମାନଙ୍କୁ ଠକିବାର ବାଟ ତିଆରି କରିଥିଲେ।

Related story