ଲୋୟର ପିଏମ୍‌ଜିରେ ପ୍ରାଥମିକ ଶିକ୍ଷକ ଏକ୍ସ-କ୍ୟାଡର ମହାସଂଘର ବିଶାଳ ବିକ୍ଷୋଭ, କ୍ୟାଡରଭୁକ୍ତ କରିବାକୁ ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୮ ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ଏକ୍ସ-କ୍ୟାଡର ମହାସଂଘର ରାଜଧାନୀରେ ବିଶାଳ ବିକ୍ଷୋଭ ସମାବେଶ। ମାଷ୍ଟରକ୍ୟାଣ୍ଟିନ ଛକଠାରୁ ଲୋୟର ପିଏମଜି ପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ବିଶାଳ ରାଲିରେ ଯାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସମସ୍ତେ ବିଧାନସଭା ଆଡ଼କୁ ମୁହାଁଇବାରୁ ପୁଲିସ ସେମାନଙ୍କୁ ରୋକିଛି। ବିକ୍ଷୋଭର ନେତୃତ୍ୱ ନେଇଥିବା ରାଜ୍ୟ ମହାସଂଘର ସଭାପତି ଶରତ ଚନ୍ଦ୍ର ନାୟକ କହିଛନ୍ତି, ସରକାର ତୁରନ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ଡେପୁଟେସନ ବାତିଲ କରି ଏକ୍ସ-କ୍ୟାଡର ବ୍ୟବସ୍ଥା […]

odisha

  • Published: Tuesday, 27 December 2022
  • , Updated: 27 December 2022, 12:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୮ ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ଏକ୍ସ-କ୍ୟାଡର ମହାସଂଘର ରାଜଧାନୀରେ ବିଶାଳ ବିକ୍ଷୋଭ ସମାବେଶ। ମାଷ୍ଟରକ୍ୟାଣ୍ଟିନ ଛକଠାରୁ ଲୋୟର ପିଏମଜି ପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ବିଶାଳ ରାଲିରେ ଯାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସମସ୍ତେ ବିଧାନସଭା ଆଡ଼କୁ ମୁହାଁଇବାରୁ ପୁଲିସ ସେମାନଙ୍କୁ ରୋକିଛି।

ବିକ୍ଷୋଭର ନେତୃତ୍ୱ ନେଇଥିବା ରାଜ୍ୟ ମହାସଂଘର ସଭାପତି ଶରତ ଚନ୍ଦ୍ର ନାୟକ କହିଛନ୍ତି, ସରକାର ତୁରନ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ଡେପୁଟେସନ ବାତିଲ କରି ଏକ୍ସ-କ୍ୟାଡର ବ୍ୟବସ୍ଥା ଉଚ୍ଛେଦ କରନ୍ତୁ। ଏଥିସହ ୨୦୧୭ ମାର୍ଚ୍ଚ ୧ରୁ କ୍ୟାଡରଭୁକ୍ତ କରନ୍ତୁ। ଏଡାଛଡ଼ା ସମସ୍ତଙ୍କୁ ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ, ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରନ୍ତୁ। ଫଳରେ ସମସ୍ତ ଶିକ୍ଷକ ନ୍ୟାୟ ପାଇବେ। ସରକାର ଦାବିପୂରଣ ନ କଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଶ୍ରୀନାୟକ କହିଛନ୍ତି।

ତେବେ ଏନେଇ ବିଭାଗୀୟ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

Related story