ଲିଫ୍‌ଟ ମାଗି ଦୁଇ ନିଶା ମାଫିଆଙ୍କୁ ମାଡ଼ିବସିଲେ

ଜଳେଶ୍ୱର (ଅଜିତ କୁମାର ଦାସ): ହାତ ଦେଖାଇ ଲିଫ୍‌ଟ ମାଗିଲେ। ନିଶା ମାଫିଆ ଗାଡ଼ି ଅଟକାଇବାରୁ ମାଡ଼ି ବସିଲେ। ଆଜି ଏପରି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ। କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଓ ଭୋଗରାଇ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରି ଦୁଇ ନିଶା ମାଫିଆଙ୍କୁ ବାନ୍ଧିଥିବା ବେଳେ ୪୨ ଲକ୍ଷ ଟଙ୍କାର ବାଉନ୍‌ସୁଗର ଓ ଗୋଟିଏ ପଲ୍‌ସର ବାଇକ୍‌ ଜବତ କରିଛି। ପ୍ରାଇଡ୍‌ ପାତ୍ର ଓ କାହ୍ନୁ ଗୋପାଳ […]

Balasore

  • Published: Wednesday, 23 November 2022
  • , Updated: 23 November 2022, 07:17 PM IST

ଜଳେଶ୍ୱର (ଅଜିତ କୁମାର ଦାସ): ହାତ ଦେଖାଇ ଲିଫ୍‌ଟ ମାଗିଲେ। ନିଶା ମାଫିଆ ଗାଡ଼ି ଅଟକାଇବାରୁ ମାଡ଼ି ବସିଲେ। ଆଜି ଏପରି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ। କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଓ ଭୋଗରାଇ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରି ଦୁଇ ନିଶା ମାଫିଆଙ୍କୁ ବାନ୍ଧିଥିବା ବେଳେ ୪୨ ଲକ୍ଷ ଟଙ୍କାର ବାଉନ୍‌ସୁଗର ଓ ଗୋଟିଏ ପଲ୍‌ସର ବାଇକ୍‌ ଜବତ କରିଛି।

ପ୍ରାଇଡ୍‌ ପାତ୍ର ଓ କାହ୍ନୁ ଗୋପାଳ ଦାସ କମର୍ଦ୍ଦା ଅଞ୍ଚଳରୁ ବ୍ରାଉନ୍‌ସୁଗର କିଣି ପଲ୍‌ସର ବାଇକ୍‌ରେ ଫେରୁଥିଲେ। ସେମାନେ ଜାତୀୟ ରାଜପଥରେ ନଯାଇ ନହରା-ବାଲିମ ରାସ୍ତାକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କରେ ଦ୍ରୁତ ଗତିରେ ପଳାଇ ଯାଉଥିଲେ। ତେବେ ରାସ୍ତା ମଝିରେ ଲିପ୍ଟ ବାହାନାରେ ଗାଡ଼ି ଅଟକାଇବାକୁ କହିଥିଲେ ସାଦା ପୋଷାକରେ ଥିବା ଦୁଇ ଜଣ ଅବକାରୀ ବିଭାଗ କର୍ମଚାରୀ। ଏହା ପରେ ପ୍ରାଇଡ୍‌ ଓ କାହ୍ନୁ ଗାଡ଼ି ଅଟକାଇ ଥିଲେ। ତା’ପରେ ଦୁଇ ଜଣଙ୍କୁ ମାଡ଼ି ବସିଥିଲା ଅବକାରୀ ବିଭାଗ।

ଅବକାରୀ ବିଭାଗ, ଗାଡ଼ି ଡିକିରୁ ବ୍ରାଉନସୁଗର ଜବତ କରିଥିଲା। ଯାହାର ଅନୁମାନିକ ମୂଲ୍ୟ ୪୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏଥିସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନେ କେତେଦିନ ଧରି ଏହି କାରବାର କରୁଥିଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଅବକାରୀ ବିଭାଗ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ମୁତାବକ, ବ୍ରାଉନ୍‌ସୁଗର କାରବାର ନେଇ ପୂର୍ବରୁ ଖବର ପାଇଥିଲା କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ୟୁନିଟ। ତେଣୁ ନିଶା ମାଫିଆଙ୍କୁ ଧରିବା ପାଇଁ ଜଳେଶ୍ୱରରେ ଦୁଇ ଦିନ ଧରି ଡେରା ପକାଇଥିଲା। ଆଉ ନିଶା ମାଫିଆଙ୍କୁ ନିଜ ଜାଲରେ ଫସାଇବା ପାଇଁ ଜାଲ ବିଛାଇଥିଲା। ଯୋଜନା ମୁତାବକ ଭୋଗରାଇ ଓ ଜଳେଶ୍ୱରରେ ଦୁଇଟି ସ୍ଥାନରେ ଜଗି ରହିଥିଲା ଅବକାରୀ ବିଭାଗ। ଶେଷରେ ଦୁଇ ନିଶା ମାଫିଆଙ୍କୁ ଧରିବାରେ ସଫଳ ହୋଇଛି।

Related story