Advertisment

କଟକ ଲିଙ୍କରେ ରାଉରକେଲାରେ ୩ଟି ମେଡିସିନ୍‌ ଷ୍ଟୋରରେ ଚଢ଼ଉ

ରାଉରକେଲା(ପବନ ତିୱାରୀ): ଶୁକ୍ରବାର କଟକରୁ ବିପୁଳ ନକଲି କରୋନା ମେଡିସିନ୍‌ ‘ଫାଭିପିରାଭିର୍‌’ ଜବତ ହୋଇଥିଲା। ଏହି ଲିଙ୍କରେ ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍‌ ରାଉରକେଲାରେ ତିନିଟି ଦୋକାନ ଉପରେ ଚଢ଼ଉ କରିଛି। GT LANE ରେଥିବା ଭାରତ ଫାର୍ମାସିଟିକାଲ୍‌, ଓରାମ ପଡ଼ାରେ ଥିବା ମେଡିକେୟାର ଓ ଇଣ୍ଡୋ ଇଂଲିଶ ସ୍କୁଲ ନିକଟରେ ଥିବା BR ଫାର୍ମାସିଟୁକାଲରେ ଡ୍ରଗ୍ସ ଇନ୍ସପେରଙ୍କ ନେତୃତ୍ୱରେ ଚଢ଼ଉ ହୋଇଛି। ତିନିଟି ଦୋକାନରୁ ଭେଜାଲ କମ୍ପାନୀର ୩୦୦ରୁ ଅଧିକ ଔଷଧ ଷ୍ଟ୍ରିପ୍‌ ଜବତ ହୋଇଥିବା ସୂଚନା […]

author-image
Manoranjan Sial
କଟକ ଲିଙ୍କରେ ରାଉରକେଲାରେ ୩ଟି ମେଡିସିନ୍‌ ଷ୍ଟୋରରେ ଚଢ଼ଉ

fake anti-covid drugs 'Favipiravir

ରାଉରକେଲା(ପବନ ତିୱାରୀ): ଶୁକ୍ରବାର କଟକରୁ ବିପୁଳ ନକଲି କରୋନା ମେଡିସିନ୍‌ ‘ଫାଭିପିରାଭିର୍‌’ ଜବତ ହୋଇଥିଲା। ଏହି ଲିଙ୍କରେ ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍‌ ରାଉରକେଲାରେ ତିନିଟି ଦୋକାନ ଉପରେ ଚଢ଼ଉ କରିଛି। GT LANE ରେଥିବା ଭାରତ ଫାର୍ମାସିଟିକାଲ୍‌, ଓରାମ ପଡ଼ାରେ ଥିବା ମେଡିକେୟାର ଓ ଇଣ୍ଡୋ ଇଂଲିଶ ସ୍କୁଲ ନିକଟରେ ଥିବା BR ଫାର୍ମାସିଟୁକାଲରେ ଡ୍ରଗ୍ସ ଇନ୍ସପେରଙ୍କ ନେତୃତ୍ୱରେ ଚଢ଼ଉ ହୋଇଛି। ତିନିଟି ଦୋକାନରୁ ଭେଜାଲ କମ୍ପାନୀର ୩୦୦ରୁ ଅଧିକ ଔଷଧ ଷ୍ଟ୍ରିପ୍‌ ଜବତ ହୋଇଥିବା ସୂଚନା ମିଳଛି। ମାକ୍ସ ହେଲଥ୍‌ କେୟାର ପ୍ରାଇଭେଟ ଲିମିଟେଡ ନାଁରେ ବିକ୍ରି ହେଉଥିବା ସମସ୍ତ ନକଲି ଔଷଧକୁ ମାର୍କେଟରେ ବ୍ୟାନ୍‌ କରାଯାଇଛି। ଜବତ ହୋଇଥିବା ମେଡିସିନ୍‌ ଜାଞ୍ଚ ପାଇଁ ପଠାଯାଇଥିବା ଜଣାପଡ଼ିଛି।

Advertisment

ଗତକାଲି କଟକ କନିକା ଛକରେ ଥିବା ମେଡିସିନ ଷ୍ଟୋରରେ ନକଲି ଫାଭିପିରାଭିର୍‌ ମେଡିସିନ୍‌ ବିକ୍ରି ହେଉଥିଲା। ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍‌ ଜାଣିପାରି ଉକ୍ତ ଦୋକାନ ଉପରେ ଚଢ଼ଉ କରି ୧୭୦ ପେଟି ଭର୍ତ୍ତି ଫାଭିପିରାଭିର୍‌ ମେଡିସିନ୍‌ ଜବତ ହୋଇଥିଲା। ସେଥିରେ ୧୭ ହଜାର ଟାବଲେଟ ଥିଲା। ଏହି ମେଡିସିନ୍‌ ରାଉରକେଲା ଆସିଥିବା ଜଣାପଡ଼ିଥିଲା। ଏହା ପରେ ଉଦିତ ନଗର, ପ୍ଲାଣ୍ଟସାଇଡ୍‌ ଥାନା ପୁଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍‌ ମିଳିତ ଭାବେ ଚଢ଼ଉ କରି ନକଲି ମେଡିସିନ୍‌ ଜବତ କରିଥିଲା। ଏବେ ମଧ୍ୟ ଚଢ଼ଉ ଜାରି ରହିଥିବା ଜଣାପଡ଼ିଛି।