Advertisment

ରସିକିଆ ଡାକ୍ତରଙ୍କ ଅପରାଧିକ ରେକର୍ଡ; ଓଡ଼ିଶା ବାହାରେ ବି ବନ୍ଧା ହୋଇଥିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକଲି ଡାକ୍ତର ରମେଶ ସ୍ୱାଇଁଙ୍କର କଳା କାରନାମାର ରେକର୍ଡ ବହୁତ ଲମ୍ବା। କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ବି ଏଥିଯୋଗୁ ବନ୍ଧା ହୋଇ ସାରିଛନ୍ତି ରମେଶ । ରମେଶଙ୍କ ସବୁ ଅପରାଧରେ ତାଙ୍କ ପ୍ରଥମ ଓ ଦ୍ୱିତୀୟ ପତ୍ନୀ ଯୋଗାଇ ଦେଉଥିଲେ ସବୁ ପ୍ରକାର ସାହାଯ୍ୟ ସହଯୋଗ । ସ୍ୱାମୀ ଜେଲ୍‌କୁ ଗଲେ ତାଙ୍କୁ ମୁକୁଳାଇବାକୁ ଦ୍ୱିତୀୟ ପତ୍ନୀ କମଳା ପାଣି ପରି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବେଲ୍‌ରେ ତାଙ୍କୁ ବାହାର […]

author-image
Niharika Rout
ଅଦ୍ୟତନ ହୋଇଛି
ରସିକିଆ ଡାକ୍ତରଙ୍କ ଅପରାଧିକ ରେକର୍ଡ; ଓଡ଼ିଶା ବାହାରେ ବି ବନ୍ଧା ହୋଇଥିଲେ

Ramesh-Swain

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକଲି ଡାକ୍ତର ରମେଶ ସ୍ୱାଇଁଙ୍କର କଳା କାରନାମାର ରେକର୍ଡ ବହୁତ ଲମ୍ବା। କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ବି ଏଥିଯୋଗୁ ବନ୍ଧା ହୋଇ ସାରିଛନ୍ତି ରମେଶ । ରମେଶଙ୍କ ସବୁ ଅପରାଧରେ ତାଙ୍କ ପ୍ରଥମ ଓ ଦ୍ୱିତୀୟ ପତ୍ନୀ ଯୋଗାଇ ଦେଉଥିଲେ ସବୁ ପ୍ରକାର ସାହାଯ୍ୟ ସହଯୋଗ । ସ୍ୱାମୀ ଜେଲ୍‌କୁ ଗଲେ ତାଙ୍କୁ ମୁକୁଳାଇବାକୁ ଦ୍ୱିତୀୟ ପତ୍ନୀ କମଳା ପାଣି ପରି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବେଲ୍‌ରେ ତାଙ୍କୁ ବାହାର କରୁଥିଲେ ପ୍ରଥମ ପତ୍ନୀ ଶାନ୍ତିଲତା। ତେଣୁ ଉଭୟ ପ୍ରଥମ ଓ ଦ୍ୱିତୀୟ ପତ୍ନୀଙ୍କ ସାହାଯ୍ୟ ସହଯୋଗ ପାଇ ନିଜ ଅପରାଧିକ ରେକର୍ଡକୁ ଲମ୍ବାଇ ଚାଲିଥିଲେ ରମେଶ  । ଏଥିସହ ସେ ସାଜିଥିଲେ ୧୯ ପତ୍ନୀଙ୍କ ସ୍ୱାମୀ ।

Advertisment

ରସିକିଆ ନକଲି ଡାକ୍ତର ଓ ତାଙ୍କ ଦ୍ୱିତୀୟ ପତ୍ନୀ ଏବେ ଗିରଫ ହୋଇ ଜେଲ୍‌ରେ ଥିବା ବେଳେ ପୁଲିସ୍‌ ଘାଣ୍ଟୁଛି ତାଙ୍କ ପୁରୁଣା ରେକର୍ଡ। ଦୀର୍ଘ ୭ ବର୍ଷ ତଳେ ୨୦୧୫ ମସିହାରେ ଗୁରୁଗ୍ରାମରେ ଚାକିରି ଦେବା ନାଁରେ ଠକେଇ କରି ଗିରଫ ହୋଇଥିଲେ ରମେଶ । ଦ୍ୱିତୀୟ ପତ୍ନୀ କମଲା ସ୍ୱାଇଁଙ୍କ ନାମରେ ମଧ୍ୟ ଏହି ଠକେଇ ମାମଲା ଥିବା ବେଳେ ସେ ଆଗୁଆ ଜାମିନ ପାଇପାରିଥିଲେ। କମଳା ସ୍ୱାଇଁଙ୍କୁ ରିମାଣ୍ଡରେ ଆଣି ଜେରା ବେଳେ ଏହି ତଥ୍ୟ ଜଣାପଡ଼ିଥିବା କହିଛନ୍ତି ମହିଳା ଥାନା ଅଧିକାରୀ ।

ଅସହାୟ, ବିଧବା, ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଟାର୍ଗେଟ କରୁଥିବା ରମେଶ ସେମାନଙ୍କୁ ପ୍ରେମ ଜାଲରେ  ଫସାଇବା ପାଇଁ  କରୁଥିଲେ ଡ୍ରାମା।  କେତେବେଳେ ମିଛି ମିଛିକା କାନ୍ଦୁଥିଲେ ତ ଆଉ କେତେବେଳେ ଶରୀର ଅସୁସ୍ଥ ରହିଛି ବୋଲି ଅଭିନୟ କରୁଥିଲେ। ଯାହାକୁ ସହଜରେ ବିଶ୍ୱାସ କରିନେଉଥିଲେ ମହିଳାମାନେ। ଆଉ ତା’ପରେ ସେମାନଙ୍କୁ ବିବାହ କରି ଅୟସ୍‌ କରୁଥିଲେ ରମେଶ। ବର୍ଷ ବର୍ଷ ଧରି ଏହିପରି ଗେମ୍‌ ପ୍ଲାନ୍‌ ପକାଇ ୧୯ ମହିଳାଙ୍କ ସ୍ୱାମୀ ସାଜିଥିଲେ ଧୃତ ନକଲି ଡାକ୍ତର ରମେଶ ସ୍ୱାଇଁ ।

Advertisment

୧୯୮୨ ମସିହାରେ କରିଥିଲେ ପ୍ରଥମ ବିବାହ କରିଥିବା ରମେଶ  ୨୦୦୨ ମସିହାରେ କମଳା ସ୍ୱାଇଁଙ୍କୁ ଦ୍ୱିତୀୟ ବିବାହ କରିଥିଲେ। କମଳାଙ୍କ ପରେ ସେ  ଆଉ  ୧୭ ମହିଳାଙ୍କ ସ୍ୱାମୀ ସାଜିଥିଲେ।  ନିଜ ଦ୍ୱିତୀୟ ପତ୍ନୀ କମଳାଙ୍କ ଜାଣତରେ ଅନ୍ୟ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲେ ରମେଶ। ଏଥିରେ ରମେଶଙ୍କୁ ଭରପୁର ସାହାଯ୍ୟ, ସହଯୋଗ ଯୋଗାଇ ଆସୁଥିଲେ କମଳା।   କେବଳ କମଳା ନୁହନ୍ତି, ରମେଶଙ୍କ ଏହି ଅପରାଧରେ ତାଙ୍କ ଭଉଣୀ ଓ ଡ୍ରାଇଭର ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିଲେ। ଏଥଇସହ ରମେଶ ଲୁଟୁଥିବା ସୁନାଗହଣା, ଟଙ୍କାରେ ସେମାନେ ବି ବସାଉଥିଲେ ଭାଗ ।

Fake Doctor