ମାଟ୍ରିକ୍‌ ପାସ୍‌ କରିନି, କିନ୍ତୁ ସେ ଡାକ୍ତର; ଖୋଜୁଥିଲା ନୂଆ ନୂଆ ଶଯ୍ୟାସଙ୍ଗିନୀ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଟ୍ରିକ୍‌ ପାସ୍‌ କରିନାହିଁ। କିନ୍ତୁ ସେ ଡାକ୍ତର। ଖାଲି ଡାକ୍ତର ତ ନୁହେଁ, ତା’ ସାଙ୍ଗକୁ ରସିକିଆ। ପ୍ରତିକ୍ଷଣ ଓ ପ୍ରତିମୁହୂର୍ତ୍ତରେ ଖୋଜୁଥିଲା ନୂଆ ନୂଆ ଶଯ୍ୟାସଙ୍ଗିନୀ। ଜଣେ କି ଦୁଇ ଜଣ ନୁହେଁ, ସେ ୧୭ ଜଣଙ୍କୁ ବିବାହ କରିଛି। ତଥାପି ମନ ପୂରିନଥିଲା। ଆଉ ଥରେ ବାହା ହେବାକୁ ଝିଅ ଖୋଜୁଥିଲା। ହେଲେ ତା’ ପୂର୍ବରୁ କମିଶନରେଟ୍‌ ପୁଲିସ୍‌ ହାବୁଡ଼ରେ ପଡ଼ିଗଲା ରସିକିଆ ଡାକ୍ତର ରମେଶ ସ୍ୱାଇଁ। ରସିକିଆ ନକଲି […]

Fake Docter

Fake Docter

Manoranjan Sial
  • Published: Thursday, 17 February 2022
  • Updated: 17 February 2022, 09:11 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଟ୍ରିକ୍‌ ପାସ୍‌ କରିନାହିଁ। କିନ୍ତୁ ସେ ଡାକ୍ତର। ଖାଲି ଡାକ୍ତର ତ ନୁହେଁ, ତା’ ସାଙ୍ଗକୁ ରସିକିଆ। ପ୍ରତିକ୍ଷଣ ଓ ପ୍ରତିମୁହୂର୍ତ୍ତରେ ଖୋଜୁଥିଲା ନୂଆ ନୂଆ ଶଯ୍ୟାସଙ୍ଗିନୀ। ଜଣେ କି ଦୁଇ ଜଣ ନୁହେଁ, ସେ ୧୭ ଜଣଙ୍କୁ ବିବାହ କରିଛି। ତଥାପି ମନ ପୂରିନଥିଲା। ଆଉ ଥରେ ବାହା ହେବାକୁ ଝିଅ ଖୋଜୁଥିଲା। ହେଲେ ତା’ ପୂର୍ବରୁ କମିଶନରେଟ୍‌ ପୁଲିସ୍‌ ହାବୁଡ଼ରେ ପଡ଼ିଗଲା ରସିକିଆ ଡାକ୍ତର ରମେଶ ସ୍ୱାଇଁ।

ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁ ବର୍ତ୍ତମାନ ଜେଲ୍‌ରେ ଥିବା ବେଳେ ତାଙ୍କ ନାଁରେ ପ୍ରତିଦିନ ଯୋଡ଼ି ହୋଇଯାଉଛି ନୂଆ ନୂଆ କଥା। ୧୭ ମହିଳାଙ୍କୁ ବିବାହ କରିବା ପରେ ପୁଣି ଥରେ ବାହା ହେବାକୁ ଯୋଜନା କରୁଥିଲା ରମେଶ। ବାହାଘର ପାଇଁ ଅନେକ ମହିଳାଙ୍କ ସହ ଯୋଗାଯୋଗରେ ଥିଲା ବୋଲି ପୁଲିସ୍‌ କହିଛି। ରମେଶରେ କଟକ ଜିଲ୍ଲା ବଡ଼ମ୍ବାରେ ଦୁଇଟି କ୍ଲିନିକ ଅଛି। ଦୀର୍ଘ ମାସ ଧରି କର୍ମଚାରୀଙ୍କୁ ଦରମା ଦେଇ ନଥିଲେ। ଜଣେ ଡାକ୍ତରଙ୍କ ପୁଅକୁ MBBS ସିଟ୍‌ ଦେବାକୁ ୬୦ ହଜାର ନେଇଥିଲେ। ଭୁବନେଶ୍ୱର ପାତ୍ରପଡ଼ାରେ ଗୋଟିଏ ଘର ଠାବ ହୋଇଥିବା ସୂଚନା ଦେଇଛି ପୁଲିସ୍‌।

ଧୃତ ଡାକ୍ତର ରମେଶ ସ୍ୱାଇଁ ମାଟ୍ରିମୋନିଆଲ୍‌ ସାଇଟ୍‌ରେ ଭିନ୍ନ ଭିନ୍ନ ନାଁରେ ଆଇଡି ଖୋଲୁଥିଲା। ସେଠାରେ ସେ ଧନୀ ବିଧବା ଓ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଟାର୍ଗେଟ କରୁଥିଲା। ପରେ ବିଭିନ୍ନ ସୋଶାଲ ମିଡିଆରେ ସେ ସେମାନଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଥିଲା। ତା’ ପରେ ମହିଳାଙ୍କ ସହିତ ଯୋଗାଯୋଗ କରୁଥିଲା। ମିଠା ମିଠା କଥା ଚାର୍ଟିଂ କରି ମହିଳାଙ୍କ ଜିଣୁଥିଲା। ତାହା ବିବାହ କରୁଥିଲା। ବିବାହ ପରେ ସେମାନଙ୍କ ଅର୍ଥରେ ଅୟସ୍‌ କରୁଥିଲା ରମେଶ।

ପୁଲିସ୍‌ ତଥ୍ୟ ଅନୁସାରେ ୧୯୮୨ରେ ରମେଶ ପ୍ରଥମ ବିବାହ କରିଥିଲା। ପ୍ରଥମ ପତ୍ନୀଙ୍କଠାରୁ ୩ ପିଲା ଅଛନ୍ତି। ସେମାନେ ସମସ୍ତେ ଡାକ୍ତର। ୨୦୦୨ ମସିହାରେ ସେ ଦ୍ୱିତୀୟ ବିବାହ କରିଥିଲା। ତାଙ୍କର ମଧ୍ୟ ଦୁଇ ପିଲା ଅଛନ୍ତି। ତେବେ ତା’ ପରେ ସେ ଆଉ ୧୭ ମହିଳାଙ୍କୁ ବିବାହ କରିଥିଲା। ସେ ଅଧିକାଂଶ ସମୟ ଗୌହାଟୀରେ ରହୁଥିଲା। ପରିଚୟ ବଦଳାଇ ମହିଳାଙ୍କୁ ବିବାହ କରୁଥିଲା। କେତେବେଳେ ବିଦୁପ୍ରସାଦ ତ ଆଉ କେତେବେଳେ ସେ ପାଲଟି ଯାଉଥିଲା ରମଣୀରଞ୍ଜନ। ୨୦୧୮ ମସିହାରେ ସେଣ୍ଟ୍ରାଲ୍‌ ଆର୍ମଡ ଫୋର୍ସରେ କାର୍ଯ୍ୟରତ ପଞ୍ଜାବର ଜଣେ ମହିଳାଙ୍କୁ ବିବାହ କରି ତାଙ୍କଠାରୁ ୧୦ ଲକ୍ଷ ଠଙ୍କା ଠକି ନେଇଥିଲା। ସେହିପରି ଦିଲ୍ଲୀର ଜଣେ ମହିଳାଙ୍କୁ ବିବାହ କରି ଭୁବନେଶ୍ୱର ଆଣି ରଖିଥିଲା। ଏପରିକି ତାଙ୍କଠାରୁ ୧୩ ଲକ୍ଷ ରମେଶ ଚଳୁ କରିନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos