Advertisment

ମିଛ କହୁଛି ରସିକିଆ ଡାକ୍ତର ରମେଶ ସ୍ୱାଇଁ, ହେବ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମିଛ କହୁଛି ରସିକିଆ ଓ ମିଛୁଆ ଡାକ୍ତର ରମେଶ ସ୍ୱାଇଁ। ତା’ର ମିଛ ଧରିବା ପାଇଁ କମିଶନରେଟ୍‌ ପୁଲିସ୍‌ ମିଛଧରା ଯନ୍ତ୍ର (ଲାଏ ଡିଟେକ୍ସନ ଟେଷ୍ଟ)ର ସାହାଯ୍ୟ ନେଉଛି। ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ। ବାରମ୍ବାର ବିଭ୍ରାନ୍ତିକର ତଥ୍ୟ ଦେଉଥିବାରୁ ଲାଏ ଡିଟେକ୍ସନ କରିବ ପୁଲିସ୍‌। ଏଥିପାଇଁ ନକଲି ଡାକ୍ତର ରମେଶ ଅନୁମତି ଦେଇଛନ୍ତି। ଆସନ୍ତା ବୁଧବାର ଲାଏ ଡିଟେକ୍ସନର ସାମ୍ନା କରିବେ ନକଲି ଡାକ୍ତର। […]

ଅଦ୍ୟତନ ହୋଇଛି
ମିଛ କହୁଛି ରସିକିଆ ଡାକ୍ତର ରମେଶ ସ୍ୱାଇଁ, ହେବ ଲାଏ ଡିଟେକ୍ସନ ଟେଷ୍ଟ

Ramesh-swai

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମିଛ କହୁଛି ରସିକିଆ ଓ ମିଛୁଆ ଡାକ୍ତର ରମେଶ ସ୍ୱାଇଁ। ତା’ର ମିଛ ଧରିବା ପାଇଁ କମିଶନରେଟ୍‌ ପୁଲିସ୍‌ ମିଛଧରା ଯନ୍ତ୍ର (ଲାଏ ଡିଟେକ୍ସନ ଟେଷ୍ଟ)ର ସାହାଯ୍ୟ ନେଉଛି। ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ। ବାରମ୍ବାର ବିଭ୍ରାନ୍ତିକର ତଥ୍ୟ ଦେଉଥିବାରୁ ଲାଏ ଡିଟେକ୍ସନ କରିବ ପୁଲିସ୍‌। ଏଥିପାଇଁ ନକଲି ଡାକ୍ତର ରମେଶ ଅନୁମତି ଦେଇଛନ୍ତି। ଆସନ୍ତା ବୁଧବାର ଲାଏ ଡିଟେକ୍ସନର ସାମ୍ନା କରିବେ ନକଲି ଡାକ୍ତର। ରମେଶଙ୍କ ଲାଏ ଡିଟେକ୍ସନ କରାଯିବା ନେଇ ମହିଳା ଥାନା ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସେପଟେ ଆଇଟିବିପିର ଜଣେ କମାଣ୍ଡାଣ୍ଟଙ୍କୁ ବିବାହ କରି ଠକିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏପରିକି ତାଙ୍କଠାରୁ ୧୯ ଲକ୍ଷ ଟଙ୍କା ଠକି ନେଇଥିବା ସେ ଅଭିଯୋଗ କରିଛନ୍ତି। ପୀଡ଼ିତାଙ୍କ ଅଭିଯୋଗ ପରେ କମିଶନରେଟ୍‌ ପୁଲିସ ତତ୍ପର ହୋଇଛି। ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରିବାକୁ ଯାଉଛି। ଯେଉଁ ପୁଲିସ୍‌ ତିନିତିନି ଥର ରମେଶକୁ ଜାମିନ୍‌ରେ ଆଣି ଜେରା କରିଥିଲେ ମଧ୍ୟ ସତ ଓଗାଳି ପାରିନାହିଁ। ସେପରି ସ୍ଥିତିରେ ଲାଏ ଡିଟେକ୍ସନ୍‌ ଟେଷ୍ଟରୁ କଣ ସତ ଓଗାଳି ପାଳିବ?

ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଘର କେନ୍ଦ୍ରାପଡ଼ାରେ। ସେ ୧୯୮୨ରେ ପ୍ରଥମ ବିବାହ କରିଥିଲା। ପ୍ରଥମ ପତ୍ନୀଙ୍କଠାରୁ ୩ ପିଲା ଅଛନ୍ତି। ସେମାନେ ସମସ୍ତେ ଡାକ୍ତର। ୨୦୦୨ ମସିହାରେ ସେ ଦ୍ୱିତୀୟ ବିବାହ କରିଥିଲା। ତାଙ୍କର ମଧ୍ୟ ଦୁଇ ପିଲା ଅଛନ୍ତି। ତା’ ପରେ ସେ ଆଉ ୧୮ ମହିଳାଙ୍କୁ ବିବାହ କରିଥିଲା। ମହିଳାଙ୍କୁ ପ୍ରେମ୍‌ ଜାଲରେ ଫସାଇବା ପାଇଁ ସେ ଡ୍ରାମା କରୁଥିଲା। କେତେବେଳେ ମିଛି ମିଛିକା କାନ୍ଦୁଥିଲା ତ ଆଉ କେତେ ଦେହ ଅସୁସ୍ଥ ରହିଛି ବୋଲି ଅଭିନୟ କରୁଥିଲା। ଯାହାକୁ ସହଜରେ ବିଶ୍ୱାସ କରିନେଉଥିଲେ ଅସହାୟ, ବିଧବା, ସ୍ୱାମୀ ପରିତ୍ୟକ୍ତା ମହିଳାମାନେ। ଆଉ ତା’ପରେ ସେମାନଙ୍କୁ ବିବାହ କରି ଅୟସ୍‌ କରୁଥିଲେ ରମେଶ।

Advertisment

ରମେଶ ଅଧିକାଂଶ ସମୟ ଗୌହାଟୀରେ ରହୁଥିଲା। ପରିଚୟ ବଦଳାଉଥିଲା। କେତେ ବେଳେ ବିଦୁପ୍ରସାଦ ତ ଆଉ କେତେବେଳେ ସେ ପାଲଟି ଯାଉଥିଲା ରମଣୀରଞ୍ଜନ। ୨୦୧୮ ମସିହାରେ ସେଣ୍ଟ୍ରାଲ୍‌ ଆର୍ମଡ ଫୋର୍ସରେ କାର୍ଯ୍ୟରତ ପଞ୍ଜାବର ଜଣେ ମହିଳାଙ୍କୁ ବିବାହ କରି ତାଙ୍କଠାରୁ ୧୦ ଲକ୍ଷ ଠଙ୍କା ଠକି ନେଇଥିଲା। ସେହିପରି ଦିଲ୍ଲୀର ଜଣେ ମହିଳାଙ୍କୁ ବିବାହ କରି ଭୁବନେଶ୍ୱର ଆଣି ରଖିଥିଲା। ଏପରିକି ତାଙ୍କଠାରୁ ୧୩ ଲକ୍ଷ ରମେଶ ଚଳୁ କରିନେଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe