Advertisment

ରାଜଧାନୀରେ ନାଗା ବେଶଧାରୀ ଚୋର !

ମନଷ୍କାମନା ପୂରଣ କରିଦେବେ ବୋଲି କହି ସମସ୍ତଙ୍କୁ ବଶିଭୂତ କରିଦେଇଥିଲେ। ପରେ ଘରେ ଥିବା ୫ ଲକ୍ଷ ଟଙ୍କାର ସୁନା ଚେନ୍‌ ଲୁଟି ନେଇଥିଲେ।

author-image
Manoj Swain

୩ ଦିନ ତଳେ ନାଗା ସାଧୁ ବେଶରେ କିଛି ବାବା ରାଜଧାନୀ ଉପକଣ୍ଠ ରଘୁନାଥପୁର ଗାଁର ପ୍ରାଣକୃଷ୍ଣ ପଢ଼ିଆରୀ ଓ ତାଙ୍କ ପରିବାରକୁ ମନ୍ତ୍ରତନ୍ତ୍ର କରି ଲୁଟ୍‌ କରିଥିଲେ। ମନଷ୍କାମନା ପୂରଣ କରିଦେବେ ବୋଲି କହି ସମସ୍ତଙ୍କୁ ବଶିଭୂତ କରିଦେଇଥିଲେ। ପରେ ଘରେ ଥିବା ୫ ଲକ୍ଷ ଟଙ୍କାର ସୁନା ଚେନ୍‌ ଲୁଟି ନେଇଥିଲେ। ଏନେଇ ପ୍ରାଣକୃଷ୍ଣ କମିଶନରେଟ ପୁଲିସ୍‌ରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ତେବେ ଆଜି ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ବୁଲୁଥିଲେ ୫ ନାଗା ସାଧୁ, ସେମାନଙ୍କୁ ଜବଦସ୍ତି ଉଠାଇ ଆଣିଛି କମିଶନରେଟ୍‌ ପୁଲିସ୍‌।

Advertisment
Odisha