ଭୋଟ କେନ୍ଦ୍ରରେ ପଶିଲେ, ଅନ୍ୟ ଜଣଙ୍କ ନାଁରେ ଭୋଟ ଦେଇ ଛୁ ମାରିଲେ

ନୂଆପଡ଼ା(ମାୟାଧର ସରାଫ): ନୂଆପଡା ଜିଲ୍ଲା ଭରୁଆମୁଣ୍ତା ପଞ୍ଚାୟତର ୨ ନମ୍ବର ମତଦାନ କେନ୍ଦ୍ରରେ ଜଣେ ବ୍ୟକ୍ତି ଅନ୍ୟଜଣଙ୍କ ନାମରେ ଭୋଟ ଦେଇଥିବା ଜଣାଯାଇଛି। ଏହାକୁ କେନ୍ଦ୍ର କରି  ହୋଇଥିବା  ଉକ୍ତ ବୁଥ୍‌ରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏକ ଗୋଷ୍ଠୀର ଲୋକେ ମତଦାନ କେନ୍ଦ୍ର ଭିତରକୁ ପଶି ଯାଇଥିବାରୁ ଭୋଟଦାନ କିଛି ସମୟ ପାଇଁ ବନ୍ଦ ଥିଲା । ଲୋକେ ଅଭିଯୋଗ କରିଛନ୍ତି ଯେ, ଜଣେ ଭୋଟରଙ୍କ ନାମରେ ଅନ୍ୟ ଜଣେ ଭୋଟ ଦେଇଛନ୍ତି । […]

tension situation

Niharika Rout
  • Published: Wednesday, 16 February 2022
  • , Updated: 16 February 2022, 12:54 PM IST

ନୂଆପଡ଼ା(ମାୟାଧର ସରାଫ): ନୂଆପଡା ଜିଲ୍ଲା ଭରୁଆମୁଣ୍ତା ପଞ୍ଚାୟତର ୨ ନମ୍ବର ମତଦାନ କେନ୍ଦ୍ରରେ ଜଣେ ବ୍ୟକ୍ତି ଅନ୍ୟଜଣଙ୍କ ନାମରେ ଭୋଟ ଦେଇଥିବା ଜଣାଯାଇଛି। ଏହାକୁ କେନ୍ଦ୍ର କରି  ହୋଇଥିବା  ଉକ୍ତ ବୁଥ୍‌ରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏକ ଗୋଷ୍ଠୀର ଲୋକେ ମତଦାନ କେନ୍ଦ୍ର ଭିତରକୁ ପଶି ଯାଇଥିବାରୁ ଭୋଟଦାନ କିଛି ସମୟ ପାଇଁ ବନ୍ଦ ଥିଲା ।

ଲୋକେ ଅଭିଯୋଗ କରିଛନ୍ତି ଯେ, ଜଣେ ଭୋଟରଙ୍କ ନାମରେ ଅନ୍ୟ ଜଣେ ଭୋଟ ଦେଇଛନ୍ତି । ପ୍ରିଜାଇଡିଂ ଅଫିସର କହୁଛନ୍ତି ଯେ,ପ୍ରାର୍ଥୀଙ୍କ ଏଜେଣ୍ଟ ଚିହ୍ନଟ କରିବା ପରେ ସମ୍ପୃକ୍ତ ଭୋଟରଙ୍କୁ ଭୋଟ ଦେବାକୁ ସୁଯୋଗ ଦିଆ ଯାଇ ଥିଲା । କିନ୍ତୁ ଭୋଟ ଦେଲା ପରେ ଏଜେଣ୍ଟ ଉକ୍ତ ବ୍ୟକ୍ତିଜଣକ ପ୍ରକୃତ ଭୋଟର ନୁହନ୍ତି ବୋଲି କହିଥିଲେ। ଏପରିକି ଜଣେ ଭୋଟରଙ୍କ ନାମରେ ସେ ଭୋଟ ଦେଇଥିବା କହିଥିଲେ ।  ଏଥିଯୋଗୁ ଉତ୍ତେଜନା ଦେଖାଦେବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋଟଦାନ ବନ୍ଦ ଥିଲା ।

[caption id="attachment_714171" align="aligncenter" width="650"] ଭୋଟଦାନ କେନ୍ଦ୍ର ବାହାରେ ପୁଲିସ୍‌ ମୁତୟନ ।[/caption]

ପରେ ପୁଲିସ, ସେକ୍ଟର ଅଫିସର ଓ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ଏବେ ସୁରୁଖୁରରେ ଭୋଟଦାନ ଚାଲିଥିବା ଜଣାଯାଇଛି।

Related story