ଜୀବନ ହାରିଲେ ଆଉ ଜଣେ ଚାଷୀ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲାରୁ ପୁଣି ଆସିଛି ଚାଷୀ ମୃତ୍ୟୁ ଅଭିଯୋଗ । କିଛି ଦିନ ପୂର୍ବେ ଜିଲ୍ଲାର ରେଚକା ବନ୍‌ଛୋର ନାମକ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ଏବେ ଆଉ ଜଣେ ଚାଷୀ ଜୀବନ ହାରିଛନ୍ତି।  ମୃତକ ହେଲେ ପାଟଣାଗଡ଼ ଭାଲୁଜୁରୀ ଗାଁର ଚାଷୀ ଯୁଧିଷ୍ଠିର ଭୋଇ।  ଯୁଧିଷ୍ଠିର ଜଣେ ଭାଗ ଚାଷୀ ହୋଇଥିବା ବେଳେ ଚାଷରେ ହୋଇଥିବା କ୍ଷତି ପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଛନ୍ତି । ଏନେଇ ମୃତ ଯୁଧିଷ୍ଠିରଙ୍କ […]

Farmer

Niharika Rout
  • Published: Monday, 06 September 2021
  • , Updated: 06 September 2021, 02:45 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲାରୁ ପୁଣି ଆସିଛି ଚାଷୀ ମୃତ୍ୟୁ ଅଭିଯୋଗ । କିଛି ଦିନ ପୂର୍ବେ ଜିଲ୍ଲାର ରେଚକା ବନ୍‌ଛୋର ନାମକ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ଏବେ ଆଉ ଜଣେ ଚାଷୀ ଜୀବନ ହାରିଛନ୍ତି।  ମୃତକ ହେଲେ ପାଟଣାଗଡ଼ ଭାଲୁଜୁରୀ ଗାଁର ଚାଷୀ ଯୁଧିଷ୍ଠିର ଭୋଇ।  ଯୁଧିଷ୍ଠିର ଜଣେ ଭାଗ ଚାଷୀ ହୋଇଥିବା ବେଳେ ଚାଷରେ ହୋଇଥିବା କ୍ଷତି ପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଛନ୍ତି ।

ଏନେଇ ମୃତ ଯୁଧିଷ୍ଠିରଙ୍କ ଭାଇ  କହିଛନ୍ତି, ଭାଇ ଧାର ଉଧାର କରି ୫ ଏକର ଜମି ଭାଗ ଚାଷ କରିଥିଲେ । ପାଣି ଅଭାବରୁ ଚାଷରେ ପ୍ରବଳ କ୍ଷତି ହୋଇଥିଲା। ତେଣୁ ଶନିବାର ସେ ବିଷ ପିଇ ଦେଇଥିଲେ। ଭୀମଭୋଇ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

[caption id="attachment_673394" align="aligncenter" width="650"] ଯୁଧିଷ୍ଠିର ଭୋଇଙ୍କ ମୃତଦେହ ନିକଟରେ ଶୋକାକୂଳ ପରିବାର ସଦସ୍ୟ।[/caption]

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ବଲାଙ୍ଗିର ଜିଲ୍ଲା ତୁରେଇକେଲା ବ୍ଳକ୍ କାଦୋବେରା ଗାଁର ରେଚକା ବନ୍‌ଛୋର ନାମକ ଚାଷୀଙ୍କ ମୃତ୍ୟୁ ହୋଇଥିଲା। ସେ ଜମିରୁ ଫେରିବା ପରେ ଘରେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କଣ୍ଟାବାଞ୍ଜି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ବର୍ଷା ଭଲ ହେଉ ନ ଥିବାରୁ କପା ଓ ଧାନ ଚାଷରେ ବହୁତ କ୍ଷତି ହୋଇଥିଲା।  ଋଣ କେମିତି ପରିଶୋଧ କରିବେ ସେହି ଚିନ୍ତାରେ ବାପା ବିଷ ପିଇ ଦେଇଥିବା କହିଥିଲେ ମୃତକଙ୍କ ପୁଅ।

Related story