ଏହି ବାଇକ୍‌ରେ ଦାଦା-ଝିଆରିଙ୍କ ଯାତ୍ରା ଶେଷ

ଭଦ୍ରକ(ଓଡ଼ିଶା ରିପୋର୍ଟର):ବାଇକ୍‌ ପଡ଼ିଛି। ବାଇକ୍‌ରେ ଓଳିଛି କିଛି ଜିନିଷ ଭର୍ତ୍ତି ବ୍ୟାଗ୍ । ଆଉ କିଛି ଦୂରରେ ଦାଦା-ଝିଆରି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଛନ୍ତି। ଯେଉଁ ଚିତ୍ର ଅତି ବୀଭତ୍ସ ଓ ଦୃଦୟ ବିଦାରକ। ନା ଦେଖି ହେବ ନା ଦେଖାଇ ହେବ। ଯିଏ ଦେଖୁଛି ହତବାକ ହୋଇଯାଉଛି। ଯାହାକୁ ଆମେ ଏଠି ଆପଣଙ୍କୁ ଦେଖାଇ ପାରୁନେ । ଆଜି ଏକ ଅଭାବନୀୟ ଦୁର୍ଘଟଣାରେ ଏମିତି ବାପ-ଝିଅଙ୍କ ଜୀବନ ଚାଲିଯାଇଛି। ଏନ୍‌ଏଚ୍‌-୧୬ ଭଦ୍ରକ ତ୍ରିସଳପୁର ଛକ ନିକଟରେ […]

54321

Tapas Behera
  • Published: Monday, 28 October 2019
  • , Updated: 28 October 2019, 09:03 PM IST

ଭଦ୍ରକ(ଓଡ଼ିଶା ରିପୋର୍ଟର):ବାଇକ୍‌ ପଡ଼ିଛି। ବାଇକ୍‌ରେ ଓଳିଛି କିଛି ଜିନିଷ ଭର୍ତ୍ତି ବ୍ୟାଗ୍ । ଆଉ କିଛି ଦୂରରେ ଦାଦା-ଝିଆରି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଛନ୍ତି। ଯେଉଁ ଚିତ୍ର ଅତି ବୀଭତ୍ସ ଓ ଦୃଦୟ ବିଦାରକ। ନା ଦେଖି ହେବ ନା ଦେଖାଇ ହେବ। ଯିଏ ଦେଖୁଛି ହତବାକ ହୋଇଯାଉଛି। ଯାହାକୁ ଆମେ ଏଠି ଆପଣଙ୍କୁ ଦେଖାଇ ପାରୁନେ । ଆଜି ଏକ ଅଭାବନୀୟ ଦୁର୍ଘଟଣାରେ ଏମିତି ବାପ-ଝିଅଙ୍କ ଜୀବନ ଚାଲିଯାଇଛି।

ଏନ୍‌ଏଚ୍‌-୧୬ ଭଦ୍ରକ ତ୍ରିସଳପୁର ଛକ ନିକଟରେ ଟ୍ରକ୍‌ ଦୁର୍ଘଟଣାରେ ଉଭୟ ଦାଦା-ଝିଆରିଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଦାଦା-ଝିଆରି କୌଣସି କାମରେ ବାଇକ୍‌ରେ ବାହାରିଥିଲେ। ହେଲେ କିଏ ଜାଣିଥିଲା ଆଜି ଉଭୟଙ୍କର ଯାତ୍ରା ଶେଷ ଯାତ୍ରା ହେବ।

ବାଇକ୍‌ରେ ଯାଉଥିବା ବେଳେ ହଠାତ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଟ୍ରକ୍‌ ଧକ୍କାରେ ଦାଦା-ଝିଆରି ଦୁହେଁ ବାଇକ୍‌ରୁ ରାସ୍ତାକୁ ଛିଟିକି ପଡିଥିଲେ। ଆଉ ଏହି ସମୟରେ ଉଭୟଙ୍କ ଉପରେ ଟ୍ରକ୍‌ଟି ଚଢ଼ିଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Related story