୨୦ ଦିନର ଛୁଆକୁ ମାରି ନାଳକୁ ଫିଙ୍ଗିଦେଲା ବାପା!

ଉମରକୋଟ୍‌ (କାର୍ତ୍ତିକ ମଲ୍ଲିକ): ବାପା ନୁହେଁ, ସେ ରାକ୍ଷସ। ନିଜର ୨୦ ଦିନର ଛୁଆକୁ ମାରି ନାଳକୁ ଫିଙ୍ଗିଦେଲା। ଏପରି ଲୋମହର୍ଷଣକାରୀ ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଗାଈବନ୍ଧା ଗାଁରେ ଘଟିଛି। ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଗାଈବନ୍ଧା ଗାଁର ବାସୁଦେବ ଜାନି। ଝିଅ ଓ ପତ୍ନୀଙ୍କୁ ନେଇ ତାଙ୍କ ପରିବାର। ସେ ଗାଁରେ କାମଦାମ କରୁଥିବା ବେଳେ ତାଙ୍କ ପତ୍ନୀ […]

nabarangapur

nabarangapur

Manoranjan Sial
  • Published: Friday, 03 July 2020
  • Updated: 03 July 2020, 06:27 PM IST

ଉମରକୋଟ୍‌ (କାର୍ତ୍ତିକ ମଲ୍ଲିକ): ବାପା ନୁହେଁ, ସେ ରାକ୍ଷସ। ନିଜର ୨୦ ଦିନର ଛୁଆକୁ ମାରି ନାଳକୁ ଫିଙ୍ଗିଦେଲା। ଏପରି ଲୋମହର୍ଷଣକାରୀ ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଗାଈବନ୍ଧା ଗାଁରେ ଘଟିଛି। ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଗାଈବନ୍ଧା ଗାଁର ବାସୁଦେବ ଜାନି। ଝିଅ ଓ ପତ୍ନୀଙ୍କୁ ନେଇ ତାଙ୍କ ପରିବାର। ସେ ଗାଁରେ କାମଦାମ କରୁଥିବା ବେଳେ ତାଙ୍କ ପତ୍ନୀ ଅଙ୍ଗନବାଡ଼ି କର୍ମୀ। ଏହା ସତ୍ତ୍ୱେ ବାସୁଦେବ ପଡ଼ୋଶୀ ଗାଁ ଘଡଙ୍ଗରୀର କମାଏ ପୂଜାରୀଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ନିଜର ପତ୍ନୀ ଥାଉଁ ଥାଉଁ ସେ ଅନ୍ୟ ଜଣେ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ ବାସୁଦେବଙ୍କ ଚୋରା ପୀରତି ବେଶୀ ଦିନ ତିଷ୍ଠି ପାରିନଥିଲା। ଗାଁ ଲୋକଙ୍କ ହାତରେ ସେ ଧରା ପଡ଼ିଯାଇଥିଲେ। ଆଉ କମାଏଙ୍କୁ ଦ୍ୱିତୀୟ ପତ୍ନୀ ଭାବେ ଗ୍ରହଣ କରିଥିଲେ।

ବିବାହ ପରେ କମାଏ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ତେବେ ଗତ ୨୯ ତାରିଖରେ କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବାସୁସେବ ନିଜର ୨୦ ଦିନର ଶିଶୁପୁତ୍ରକୁ ଘରୁ ନେଇ କୁଆଡେ ଚାଲି ଯାଇଥିଲେ। ପରେ ଗାମୁଛାରେ ଛୁଆର ବେକକୁ ଚିପି ହତ୍ୟା କରି ନାଳକୁ ଫିଙ୍ଗି ଦେଇଥିଲା। ହେଲେ ଆଉ ଘରକୁ ଫେରିନଥିଲେ।

ସେପାଖରେ ଘରେ ଛୁଆକୁ ନପାଇ କମାଏ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ସବୁଆଡୁ ନିରାଶ ହୋଇ ସେ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଝରିଗାଁ ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ ମାମଲା ରୁଜୁ କରି ବିଭିନ୍ନ ଅଞ୍ଚଳରେ ଚଢଉ କରିଥିଲେ। ତେବେ ଛୁଆର ବାପା ବାସୁଦେବଙ୍କ ଉପରେ ସନ୍ଦେହ ହେବାରୁ ପୁଲିସ ତାଙ୍କୁ ଗତକାଲି ଧରି ଆଣି ପଚରାଉଚରା କରିଥିଲା। ଏହି ସମୟରେ ସେ ନିଜ ପୁଅକୁ ହତ୍ୟା କରି ନାଳରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଥିଲା। ଝରିଗାଁ ତହସିଲଦାର ଚିନ୍ମୟ ସାଗରଙ୍କ ଉପସ୍ଥିତିରେ ଆଜି ପୁଲିସ ସ୍ଥଳକୁ ଯାଇ ଶିଶୁପୁତ୍ରର ଗଳିତ ମୃତଦେହକୁ ଉଦ୍ଧାର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos