ପୋଡ଼ି ହୋଇ ବାପ ଓ ପୁଅ ଗୁରୁତର

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଟସାହି ପଞ୍ଚାୟତର ଶ୍ୟାମଚାନ୍ଦପାଟଣା ଗାଁର ଦୁଃଖଦ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ବାପପୁଅ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଦୋକାନରେ ଧୂପ ଦେବାବେଳେ ବେଳେ ଅସାବଧାନତାଵଶତଃ ଧୂପରୁ ନିଆଁ ଝୁଲ ଖସି ଦୋକାନରେ ବିକ୍ରୀ ହେଉଥିବା ପେଟ୍ରୋଲ ଉପରେ ପଡ଼ିଥିଲା। ଫଳରେ ଦୋକାନରେ ନିଆଁ ଲାଗି ଯାଇଥିଲା। ଦୋକାନର ସମସ୍ତ ଜିନିଷ ପୋଡ଼ି ଯିବା […]

fire

Tapaswini Nayak
  • Published: Saturday, 19 October 2019
  • , Updated: 19 October 2019, 02:11 PM IST

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଟସାହି ପଞ୍ଚାୟତର ଶ୍ୟାମଚାନ୍ଦପାଟଣା ଗାଁର ଦୁଃଖଦ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ବାପପୁଅ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଦୋକାନରେ ଧୂପ ଦେବାବେଳେ ବେଳେ ଅସାବଧାନତାଵଶତଃ ଧୂପରୁ ନିଆଁ ଝୁଲ ଖସି ଦୋକାନରେ ବିକ୍ରୀ ହେଉଥିବା ପେଟ୍ରୋଲ ଉପରେ ପଡ଼ିଥିଲା। ଫଳରେ ଦୋକାନରେ ନିଆଁ ଲାଗି ଯାଇଥିଲା। ଦୋକାନର ସମସ୍ତ ଜିନିଷ ପୋଡ଼ି ଯିବା ସହ ଵାପ ପୁଅ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ।

ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। । ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

Related story