ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ସୋର(ଓଡ଼ିଶା ରିପୋର୍ଟର): ବାପା ବି ଏତେ ନିର୍ଦ୍ଦୟ ହୋଇପାରେ। ଝିଅ ବୋଲି ମାସକର ଶିଶୁକୁ ନେଇ ଘରଠାରୁ ଦୂର ଏକ ଗଛ ମୂଳରେ ରଖି ଦେଇଥିଲା। ଏହି ଅଭାବବୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମେଣ୍ଡାଗଡଡ଼ିଆ ଗାଁରେ। ପ୍ରଥମ ସନ୍ତାନ ଝିଅ ହୋଇଥିବାରୁ ବାପା କୈଳାସ ଚନ୍ଦ୍ର ସାହୁ ଖୁସି ନ ଥିଲେ। ଗତକାଲି ଅପରାହ୍ନରେ ମାଆ ଘରେ ନ ଥିବାର ସୁଯୋଗ ଦେଖି ଝିଅକୁ ନେଇ ଜବାହର ନବୋଦୟ ବିଦ୍ୟାଳୟ ରାସ୍ତାର ଏକ ଗଛ ତଳେ ରଖି ଦେଇଥିଲା କୈଳାସ। ଶିଶୁଟି କାନ୍ଦିବାରୁ ରାସ୍ତାରେ ଯାଉଥିବା ଲୋକେ ତାକୁ ଉଦ୍ଧାର କରି କାହାର ଝିଅ ବୋଲି ଖୋଜାଖୋଜି କରିଥିଲେ। ଏହି ସମୟରେ ଶିଶୁର ମାଆ ଖୋଜି ଖୋଜି କରି ସେଠାରେ ପହଞ୍ଚିଥିଲେ। ପିଲାଟି ତାଙ୍କର ବୋଲି ପରିଚୟ ମିଳିବା ପରେ ଝିଅକୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାରେ ଲୋକେ ଉତ୍ତ୍ୟକ୍ତ ହୋଇ ଶିଶୁଟିର ବାପାକୁ ନିସ୍ତୁକ ମାଡ଼ ମାରିଥିଲେ।</p> <p>&nbsp;</p> <p>&nbsp;</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।