ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ସଂରକ୍ଷଣ ତାଲିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଅନୁସୂଚିତ ଜାତି, ଜନଜାତି ଓ ମହିଳାମାନଙ୍କ ପାଇଁ ଏହି ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ପଞ୍ଚାୟତିରାଜ ବିଭାଗ  ତରଫରୁ ମୋଟ ୪୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ସେଥିମଧ୍ୟରୁ ୧୫ଟି   ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏହାବାଦ ଅନୁସୂଚିତ ଜନଜାତି ପାଇଁ ୭ ପଦବୀ ସଂରକ୍ଷିତ ରହିଛି । […]

election

Niharika Rout
  • Published: Saturday, 08 January 2022
  • , Updated: 08 January 2022, 11:18 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଅନୁସୂଚିତ ଜାତି, ଜନଜାତି ଓ ମହିଳାମାନଙ୍କ ପାଇଁ ଏହି ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ।

ପଞ୍ଚାୟତିରାଜ ବିଭାଗ  ତରଫରୁ ମୋଟ ୪୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ସେଥିମଧ୍ୟରୁ ୧୫ଟି   ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏହାବାଦ ଅନୁସୂଚିତ ଜନଜାତି ପାଇଁ ୭ ପଦବୀ ସଂରକ୍ଷିତ ରହିଛି । ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ୩ ଅଧ୍ୟକ୍ଷ ପଦ ମହିଳାଙ୍କୁ ମିଳିବ ।  ଅନୁସୂଚିତ ଜାତିଙ୍କ ପାଇଁ ୫ ଅଧ୍ୟକ୍ଷ ପଦବୀ ସଂରକ୍ଷିତ ଘୋଷଣା ହୋଇଛି  । ୧୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅଣ ସଂରକ୍ଷିତ ଘୋଷଣା ରହିଛି  ।

ଅପରପକ୍ଷେ, କରୋନା ସଂକ୍ରମଣ ଦିନକୁ ଦିନ ମାଡି ଚାଲିଥିବାରୁ କିଭଳି ହେବ ପଞ୍ଚାୟତ ନିର୍ବାଚନ ସେନେଇ ରାଜ୍ୟ ନିର୍ବାଚନ ଆୟୋଗ ଆଜି ଡାକିଛନ୍ତି ଉଚ୍ଚସ୍ତରୀୟ ବୈଠକ । ଆଜି ଦିନ ୧୧ଟାରେ ଏନେଇ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ରାଜ୍ୟ ନିର୍ବାଚନ ଆୟୋଗ ଆଲୋଚନା କରିବେ ।  ଏଥିରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପସ୍ଥିତ ରହିବେ।

କୋଭିଡ୍ ସମୟରେ କିଭଳି ହେବ ନିର୍ବାଚନ, କିଭଳି ହେବ ପ୍ରଚାର ଏବଂ ଯଦି ନିର୍ବାଚନ ହୁଏ, ତେବେ ଗାଇଡଲାଇନ୍‌ରେ କ’ଣ ସବୁ ବ୍ୟବସ୍ଥା ରହିବ, ସେନେଇ ବିସ୍ତୃତ ଭାବେ ରାଜ୍ୟ ନିର୍ବାଚନ କମିଶନ ଆଲୋଚନା କରିବେ । ବିଭିନ୍ନ ରାଜନୈତିକ ଦଳ କୋଭିଡ୍ ସମୟରେ ନିର୍ବାଚନ ନକରିବା ଉପରେ ମତ ରଖିଛନ୍ତି ।

ଇତି ମଧ୍ୟରେ ଗତ ୫ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୨ ଜାରି ହୋଇଛି । ଚୂଡ଼ାନ୍ତ ଭୋଟର ତାଲିକା ଅନୁସାରେ ରାଜ୍ୟରେ ମୋଟ ୩ କୋଟି ୨୯ଲକ୍ଷ ୮୩ହଜାର ୬୪୩ଜଣ ଭୋଟର ଥିବାବେଳେ ସେଥିରେ ୧କୋଟି ୬୭ଲକ୍ଷ ୯୬ହଜାର ୬୦୩ଜଣ ପୁରୁଷ, ୧କୋଟି ୬୧ଲକ୍ଷ ୮୩ହଜାର ୮୩୫ଜଣ ମହିଳା ଭୋଟର ଓ ୩୦୨୫ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି।

Related story