Advertisment

ଏଏସ୍‌ଆଇ ଅଧୀକ୍ଷକଙ୍କ ନାଁରେ ଏତଲା, ଗିରଫ ଦାବି କଲା ଜଗନ୍ନାଥ ସେନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଦିନକୁ ଦିନ ତୀବ୍ର ରୂପ ଧାରଣ କରିବାରେ ଲାଗିଛି। ଗୋଟିଏ ପଟେ ପ୍ରକଳ୍ପକୁ ନେଇ ରାଜନୀତିକ ବିବାଦ ଚାଲିଥିବା ବେଳେ ଆଜି କାର୍ଯ୍ୟରେ ଅବହେଳା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସ୍‌ଆଇ) ଅଧୀକ୍ଷକ ଅରୁଣ ମଲ୍ଲିକଙ୍କ ନାଁରେ ଏଫଆଇଆର ଦେଇଛି ଜଗନ୍ନାଥ ସେନା। ଏଏସ୍‌ଆଇର ଅଫିସ ଲିଙ୍ଗରାଜ ଥାନା ଅଧୀନରେ ଆସୁଥିବାରୁ ଜଗନ୍ନାଥ ସେନା ପକ୍ଷରୁ ଏହି ସ୍ଥାନରେ ହିଁ ଏଫଆଇଆର ଦିଆଯାଇଛି। ଏଥିସହ […]

ଅଦ୍ୟତନ ହୋଇଛି
ଏଏସ୍‌ଆଇ ଅଧୀକ୍ଷକଙ୍କ ନାଁରେ ଏତଲା, ଗିରଫ ଦାବି କଲା ଜଗନ୍ନାଥ ସେନା

FIR

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଦିନକୁ ଦିନ ତୀବ୍ର ରୂପ ଧାରଣ କରିବାରେ ଲାଗିଛି। ଗୋଟିଏ ପଟେ ପ୍ରକଳ୍ପକୁ ନେଇ ରାଜନୀତିକ ବିବାଦ ଚାଲିଥିବା ବେଳେ ଆଜି କାର୍ଯ୍ୟରେ ଅବହେଳା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସ୍‌ଆଇ) ଅଧୀକ୍ଷକ ଅରୁଣ ମଲ୍ଲିକଙ୍କ ନାଁରେ ଏଫଆଇଆର ଦେଇଛି ଜଗନ୍ନାଥ ସେନା।

Advertisment

ଏଏସ୍‌ଆଇର ଅଫିସ ଲିଙ୍ଗରାଜ ଥାନା ଅଧୀନରେ ଆସୁଥିବାରୁ ଜଗନ୍ନାଥ ସେନା ପକ୍ଷରୁ ଏହି ସ୍ଥାନରେ ହିଁ ଏଫଆଇଆର ଦିଆଯାଇଛି। ଏଥିସହ ଜଗନ୍ନାଥ ସେନାର ଆବାହକ ପ୍ରୀୟଦର୍ଶୀ ପଟ୍ଟନାୟକ ଏଏସ୍‌ଆଇ ଅଧୀକ୍ଷକଙ୍କ ଗିରଫ ଦାବି ମଧ୍ୟ କରିଛନ୍ତି।

ସେ କହିଛନ୍ତି, ଏଏସ୍‌ଆଇ ଅଧୀକ୍ଷକ ନିଜ କର୍ତ୍ତବ୍ୟ ଠିକ ଭାବରେ ତୁଲାଇ ନାହାନ୍ତି। ବିନା ଅନୁମତିରେ କିପରି ଶ୍ରୀ ମନ୍ଦିର ଚାରିପାଖରେ ବେଆଇନ ଖନନ କରାଗଲା? ରାଜ୍ୟ ସରକାରଙ୍କ ସହିତ ମଧୁଚନ୍ଦ୍ରିକା ନା କେନ୍ଦ୍ରମନ୍ତ୍ରୀଙ୍କ ଚାପରେ ଏଏସଏସ୍‌ଆଇ କାମ ବନ୍ଦ କରିବାକୁ ହାଇକୋର୍ଟରେ ଅପିଲ କରିନି? ଆଜି ଦିନ ବେଳା ଖୋଳା ଯିବାରୁ ମୂର୍ତ୍ତି ମଧ୍ୟ ବାହାରିଛି। ଶ୍ରୀ ମନ୍ଦିର ସୁରକ୍ଷା ଆମର ପ୍ରାଥମିକତା। କ‘ଣ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ କୌଣସି କାର୍ଯ୍ୟନୁଷ୍ଠାନ ନେଉନି? ଯେହେତୁ ପ୍ରତ୍ନତତ୍ତ୍ୱ ବିଭାଗ ସୁପରିନଟେଣ୍ଡେଟଙ୍କ କାର୍ଯ୍ୟାଳୟ ଲିଙ୍ଗରାଜ ଥାନା ଅଧୀନରେ ଯାଉଛି, ତେଣୁ ଆମେ ଏହି ଥାନାରେ ଏତଲା ଦେଲୁ।

Advertisment

ଆମସାର ଆକ୍ଟ ୧୯୫୮ ମସିହା ୩୦(ଗ), ଆଇପିସି ଧାରା ୧୬୬ ଅନୁଯାୟୀ ଏଏସଆଇ ଅଧୀକ୍ଷକ ଦଣ୍ଡିତ ହେବା କଥା। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ତାଙ୍କ ବିରୋଧରେ ନିଆଯାଇ ନାହିଁ। ଯେହେତୁ ନିଜର କର୍ତ୍ତବ୍ୟ ସେ ଠିକ ଭାବରେ ତୁଲାଇ ନାହାନ୍ତି, ତାଙ୍କୁ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି।

ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି, “୬ମାସ ତଳୁ ଆମେ ଯେତେବେଳେ ବେଆଇନ କାମ ବିରୋଧରେ ଆନ୍ଦୋଳନ କଲୁ ସେତେବେଳେ ଜିଲ୍ଲାପାଳ ମୋଡ଼ା କାଗଜ ଦେଖାଇଲେ। ପୁରୀ ସାଂସଦ ପିନାକୀ ମିଶ୍ର ସଂସଦରେ ମିଛ କହିଲେ। ମୁଖ୍ୟ ଶାସନ ସଚିବ ମଧ୍ୟ ସମସ୍ତଙ୍କୁ ମିମିଛ କହିଲେ। ଏପରି କି ପୂଜ୍ୟ ଗଜପତି ମହାରାଜଙ୍କୁ ମଧ୍ୟ ସାମ୍ନାକୁ ଆସିବାକୁ ପଡ଼ିଲା। ବେଆଇନ ଖନନ ଯୋଗୁ ଶ୍ରୀ ମନ୍ଦିରରେ ଫାଟ ସୃଷ୍ଟି ହୋଇଛି। ବେଆଇନ ଖନନ ପାଇଁ ଏଏସ୍‌ଆଇ ଆମସାର ଆକ୍ଟ ୧୯୫୮ ର ୩୦(କ)(ଖ) ଓ ୧୬୬ ବଳରେ ପ୍ରଥମେ ଏତଲା କରିବା କଥା। ଏଥିସହ କୋର୍ଟରେ ରହିତାଦେଶ ପାଇଁ ଆବେଦନ କରିବାର ଥିଲା।

ହେଲେ ଏଏସ୍‌ଆଇ ସେମିତି କିଛି ବି କରିନି। କେବଳ ଚିଠି ଲେଖି କାର୍ଯ୍ୟ ପାଇଁ ଅନୁମତି ମିଳି ନଥିବା କଥା କହି ବସି ଯାଇଛି। କେବଳ ସତ୍ୟପାଠ ଓ ଚିଠି ଲେଖିଲେ ଚଳିବନି। ଆଇନ କହୁଛି କାର୍ଯ୍ୟରେ ଅବହେଳା ପାଇଁ ଆପଣଙ୍କ ନାଁରେ ୩୦ ଗ ଅନୁଯାୟୀ ମଧ୍ୟ ମାମଲା ହେବ। କ’ଣ ପାଇଁ ଏଏସ୍‌ଆଇ ଅଧୀକ୍ଷକ ଚୁପ ବସିଛନ୍ତି, ତା’ର ତଦନ୍ତ ପାଇଁ ଆମେ ଆଜି ଥାନାରେ ଏଫଆଇଆର ଦେଇଛୁ।

ଯଦି ସେମାନେ ତଦନ୍ତ ନ କରିବେ, ତା’ହେଲେ ଆମେ କୋର୍ଟଙ୍କ ଦ୍ୱାରସ୍ଥ ହେବୁ। ଆମେ ବିକାଶର ବିରୋଧ କରୁନୁ। କିନ୍ତୁ ଆମେ ଆଇନ ଅନୁସାରେ କାମ ହେଉ ବୋଲି ଚାହୁଁଛୁ। କୋର୍ଟରେ ମାମଲା ହୋଇ ଜିଲ୍ଲାପାଳ ଗିରଫ ହେବା ସ୍ଥିତିରେ ରହିଛନ୍ତି। ଏଠି ଏଏସ୍‌ଆଇ ଅଧୀକ୍ଷକ ଗିରଫ ହେବା ଦରକାର। ତାଙ୍କ ଭୁଲ ଯୋଗୁ ଆଜି ଏତେ ସବୁ ଘଟଣା ଘଟିଛି। ତେଣୁ ତାଙ୍କ ନାଁରେ ଆମେ ଏତଲା ଦେଇଛୁ।”

Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe