ଦୋକାନ ସହିତ ଜଳିଗଲେ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଦୋକାନରେ ଲାଗିଗଲା ନିଆଁ। ନିଆଁରେ ଜୀବନ୍ତ ଦଗ୍ଧ ହୋଇଗଲେ ଦୋକାନ ମାଲିକ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ସହରରେ। ମୃତକଙ୍କ ନାଁ ସୁରଜ କ୍ଷେତି (୨୬)। ତାଙ୍କ ଘର ସହରର ମାଲପଡ଼ାରେ। ବଲାଙ୍ଗିର ସହରର ପିପି ଏକାଡେମୀ ଛକ ନିକଟରେ ସୁରଜଙ୍କର ଏକ ପାନ ଦୋକାନ ଥିଲା। ଗତକାଲି ରାତିରେ ସେ ଦୋକାନରେ ଶୋଇଥିବା ବେଳେ ନିଆଁ ଲାଗି ଯାଇଥିଲା। ରାତି ପ୍ରାୟ ୧୨ଟା ବେଳେ ନିଆଁ ଲାଗିଥିଲା। ଘଟଣା […]

deadbody

deadbody

Jitendra Garnayak
  • Published: Wednesday, 28 November 2018
  • Updated: 28 November 2018, 12:41 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଦୋକାନରେ ଲାଗିଗଲା ନିଆଁ। ନିଆଁରେ ଜୀବନ୍ତ ଦଗ୍ଧ ହୋଇଗଲେ ଦୋକାନ ମାଲିକ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ସହରରେ। ମୃତକଙ୍କ ନାଁ ସୁରଜ କ୍ଷେତି (୨୬)। ତାଙ୍କ ଘର ସହରର ମାଲପଡ଼ାରେ।

ବଲାଙ୍ଗିର ସହରର ପିପି ଏକାଡେମୀ ଛକ ନିକଟରେ ସୁରଜଙ୍କର ଏକ ପାନ ଦୋକାନ ଥିଲା। ଗତକାଲି ରାତିରେ ସେ ଦୋକାନରେ ଶୋଇଥିବା ବେଳେ ନିଆଁ ଲାଗି ଯାଇଥିଲା। ରାତି ପ୍ରାୟ ୧୨ଟା ବେଳେ ନିଆଁ ଲାଗିଥିଲା। ଘଟଣା ସଂପର୍କରେ ଟାଉନ୍ ଥାନା ପିସିଆର୍‌ ଟିମ୍‌  ଅଗ୍ନିଶମ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଆସି ନିଆଁ ଲିଭାଇ ଥିଲେ। ତେବେ ତା’ପରେ ଜଣାପଡ଼ିଥିଲା ଯେ ଦୋକାନ ଭିତରେ ସୁରଜ ଶୋଇଥିଲେ।

ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଏହା ଏକ ହତ୍ୟାକାଣ୍ଡ ବୋଲି ସୁରଜଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତାଙ୍କ ବଡ଼ ଭାଇ କହିଛନ୍ତି, ପୂର୍ବ ଶତ୍ରୁତାରୁ କେହି ନିଆଁ ଲଗାଇ ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ଦୁଇ ତିନି ଦିନ ତଳେ ଦୁଇ ଜଣ ପିଲାଙ୍କ ସହିତ ସୁରଜଙ୍କର କୌଣସି କଥାକୁ ନେଇ ବଚସା ହୋଇଥିଲା। ଗତକାଲି ସେହି ପିଲାମାନେ ମଦ ପିଇ ତାଙ୍କୁ ଧମକ ଚମକ ମଧ୍ୟ ଦେଇଥିଲେ।

ସୁରଜଙ୍କ ମୃତ୍ୟୁ ତାଙ୍କ ପରିବାର ପାଇଁ ଏକ ଶକ୍ତ ଧକ୍କା। କାରଣ ସେ ପରିବାର ଚଳାଉଥିଲେ।

ପୁଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos