/odisha-reporter/media/media_files/2026/02/26/fire-2026-02-26-13-27-00.jpg)
ଭୁବନେଶ୍ୱର ତୋଷାଳି ଭବନରେ ଥିବା ଓଡ଼ିଶା ଲୋକାୟୁତଙ୍କ ଅଫିସରେ ଗୁରୁବାର ଘଟିଛି ଅଗ୍ନିକାଣ୍ଡ । ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଲୋକାୟୁତ ଅଫିସର ରେକର୍ଡ (ଅଭିଲେଖାଳୟ) ରୁମ୍ରେ ଅଗ୍ନିକାଣ୍ଡ ହୋଇଥିଲା।
ଖବର ପାଇ ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଆୟତ୍ତ ହେବା ବେଳକୁ ରେକର୍ଡରୁମରେ ଥିବା ବହୁ କାଗଜପତ୍ର ଜଳି ପାଉଁଶ ହୋଇଯାଇଥିଲା। ବର୍ଷ ବର୍ଷ ଧରି ରଖାଯାଇଥିବା ଗୁରୁତ୍ୱପୂର୍ଣ କାଗଜପତ୍ର ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।
ପ୍ରାଥମିକ ତଦନ୍ତରୁ ଜଣପଡ଼ିଛି ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଛି। ଖାରବେଳ ନଗର ଥାନା ପୁଲିସ ଗଟଣାର ତଦନ୍ତ କରୁଛି। ଏହି ଅଗ୍ନିକାଣ୍ଡ ଘଟିବା ବେଳେ ଅଫିସକୁ କୌଣସି କର୍ମଚାରୀ ବା ଅଧିକାରୀ ଆସି ନଥିଲେ। ତେଣୁ କେହି ହତାହତ ହୋଇନାହାନ୍ତି।
ଗତ ସୋମବାର ରାତି ପ୍ରାୟ ସାଢ଼େ ୧୦ଟାରେ ଭୁବନେଶ୍ୱରର ଲିଙ୍ଗିପୁର ସ୍ଥିତ ସୁପର ମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ସେଠାରେ ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀକୁ ୨୨ ଘଣ୍ଟା ଲାଗିଥିଲା। ପ୍ରାୟ ୪୦ଟି ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଏତେ ସମୟ ଧରି ନିଆଁ ଲାଗିବାରୁ କୋଠାଟି ବିପଦ ସଙ୍କୁଳ ହୋଇଯାଇଛି। ଏହାର ଛାତ ଫାଟି ଯାଇଥିବା ବେଳେ ସେଥିରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଏହି ଅଗ୍ନିକାଣ୍ଡରେ ପ୍ରାୟ ୬ କୋଟି ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି।
ତା’ ପୂର୍ବରୁ ଭୁବନେଶ୍ୱରର ୧ ନମ୍ବର ମାର୍କେଟରେ ଅଗ୍ନିକାଣ୍ଡ ଘଟି ଦୋକାନୀମାନଙ୍କର ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
