ଅତର୍କିତ ଚଢ଼ାଉ କଲା ପୁଲିସ୍‌, ଗୁଳି ଚଳାଇଲେ ଲୁଟେରା

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ):ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ଯାଇଥିବା ପୁଲିସ୍‌ ଉପରକୁ ଅତର୍କିତ ଗୁଳି ଚଳାଇଲେ ଲୁଟେରା । ଏହି ଫାୟାରିଂରେ କେହି ପୁଲିସ୍‌ କର୍ମୀ ଆହତ ହୋଇ ନ ଥିବା ବେଳେ ୩ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ପୁଲିସ୍‌ । ସେମାନଙ୍କ ନିକଟରୁ ୫ଟି ବାଇକ୍, ୫ଟି ମୋବାଇଲ୍ ଏବଂ ୧ଟି ଦେଶୀ ପିସ୍ତଲ ଜବତ ହୋଇଛି। ଏପରି ଘଟଣା ଆଜି ଭୋରରୁ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଞ୍ଚଳରେ ଘଟିଛି। ଗିରଫ ୩ ଜଣ […]

firing-

Niharika Rout
  • Published: Friday, 13 May 2022
  • , Updated: 13 May 2022, 12:07 PM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ):ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ଯାଇଥିବା ପୁଲିସ୍‌ ଉପରକୁ ଅତର୍କିତ ଗୁଳି ଚଳାଇଲେ ଲୁଟେରା । ଏହି ଫାୟାରିଂରେ କେହି ପୁଲିସ୍‌ କର୍ମୀ ଆହତ ହୋଇ ନ ଥିବା ବେଳେ ୩ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ପୁଲିସ୍‌ । ସେମାନଙ୍କ ନିକଟରୁ ୫ଟି ବାଇକ୍, ୫ଟି ମୋବାଇଲ୍ ଏବଂ ୧ଟି ଦେଶୀ ପିସ୍ତଲ ଜବତ ହୋଇଛି। ଏପରି ଘଟଣା ଆଜି ଭୋରରୁ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଞ୍ଚଳରେ ଘଟିଛି। ଗିରଫ ୩ ଜଣ ହେଲେ ଖଇରପଟି ଗ୍ରାମର ରମେଶ ବେହେରା, ଚାନ୍ଦପୁର ଦାଣ୍ଡସାହିର ସୋମନାଥ ସାହୁ , କଇଁଫୁଲିଆ ଗ୍ରାମର ଅଶୋକ ସେନାପତି।

ସୂଚନା ଅନୁଯାୟୀ, ଏହି ୩ ଜଣ ଦୀର୍ଘ ଦିନ ହେଲା ବିଭିନ୍ନ ସ୍ଥାନରେ ଲୁଟ୍ ଓ ରାହାଜାନୀ ଚଳାଇ ଆସୁଥିଲେ। ଲୋକଙ୍କଠାରୁ ରାସ୍ତାରୁ ମୋବାଇଲ୍ ଏବଂ ବାଇକ୍ ଛଡ଼ାଇ ନେଉଥିଲେ । ଏମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଥିବାରୁ ଶରଣକୁଳ ପୁଲିସ୍‌ ସେମାନଙ୍କୁ ଧରିବା ପାଇଁ ଯୋଜନା କରିଥିଲା ।

ଏହି ୩ ଜଣ ଗୁରୁବାର ଭୋରରୁ ଖଇରପଟିରେ ଥିବା ରମେଶଙ୍କ ଅର୍ଦ୍ଧନିର୍ମିତ ଘରେ ଆଶ୍ରୟ ନେଇଥିବା ଖବର ପାଇ ଶରଣକୁଳ ପୁଲିସ୍‌ ସେଠାରେ ଚଢ଼ଉ କରିଥିଲା। ପୁଲିସ୍‌କୁ ଦେଖୁ ସେମାନେ ଗୁଳି ଚଳାଇଥିବା ବେଳେ ସୌଭାଗ୍ୟବଶତଃ ଗୁଳି କାହା ଦେହରେ ବାଜି ନ ଥିଲା। ଏହାପରେ ପୁଲିସ୍‌ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା।

ଏହି ୩ ଜଣଙ୍କୁ ପୁଲିସ୍‌ ଗିରଫ କରିଥିବା ବେଳେ ସେମାନଙ୍କ ଉପରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି । ଜବତ ବାଇକ୍‌ଗୁଡ଼ିକ ଚୋରା କି ନୁହେଁ ତଥା କେଉଁ କେଉଁ ମାମଲାରେ ସେମାନେ ସମ୍ପୃକ୍ତ ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

Related story