ଘାଟିରୁ ଖସି ଜଳିଗଲା ମାଛ ବୋଝେଇ ଟ୍ରକ୍‌

ଖଲ୍ଲିକୋଟ(ଓଡ଼ିଶା ରିପୋର୍ଟର): ଘାଟିରୁ ୩୦ ଫୁଟ୍‌ ତଳକୁ ଖସି ଜଳିଗଲା ମାଛ ବୋଝେଇ ଟ୍ରକ୍। ସୌଭାଗ୍ୟ ବଶଃତ ଏତେ ବଡ଼ ଦୁଃଘଟଣାରୁ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏପରି ସଡ଼କ  ଦୁର୍ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବଡ଼ଘାଟି ଠାରେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଆଜି ସକାଳେ ଏକ ମାଛ ବୋଝେଇ ଟ୍ରକ୍‌ଟି  ଆନ୍ଧ୍ରରୁ ମାଛ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। […]

accident

Tapaswini Nayak
  • Published: Wednesday, 22 June 2022
  • , Updated: 22 June 2022, 03:06 PM IST

ଖଲ୍ଲିକୋଟ(ଓଡ଼ିଶା ରିପୋର୍ଟର): ଘାଟିରୁ ୩୦ ଫୁଟ୍‌ ତଳକୁ ଖସି ଜଳିଗଲା ମାଛ ବୋଝେଇ ଟ୍ରକ୍। ସୌଭାଗ୍ୟ ବଶଃତ ଏତେ ବଡ଼ ଦୁଃଘଟଣାରୁ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏପରି ସଡ଼କ  ଦୁର୍ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବଡ଼ଘାଟି ଠାରେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଆଜି ସକାଳେ ଏକ ମାଛ ବୋଝେଇ ଟ୍ରକ୍‌ଟି  ଆନ୍ଧ୍ରରୁ ମାଛ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ଏହି ସମୟରେ ବଡ଼ଘାଟିରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ୩୦ ଫୁଟ୍‌ ତଳକୁ  ଖସି ପଡ଼ିଥିଲା। ପରେ ଟ୍ରକ୍‌ରେ ନିଆଁ ଲାଗିଯାଇଥିଲା। ଟ୍ରକ୍‌ଟି ହୁତୁହୁତୁ ହୋଇ ଜଳି ଯାଇଥିଲା।   ଡ୍ରାଇଭର ଓ ହେଲପର ନିଆଁ ଲାଗିଯାଇଥିବା ଦେଖି ଚଳନ୍ତା ଗାଡ଼ିରୁ ଡେଇଁ ପଡ଼ିଥିଲେ। ସେମାନଙ୍କର କିଛି ହୋଇ ନାହିଁ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Related story