ମାଛ ଧରିବା ବେଳେ କଟିଗଲା ହାତ, ଚାଲିଗଲା ଜୀବନ

କୋଣାର୍କ(ଓଡ଼ିଶା ରିପୋର୍ଟର): ମାଛ ଧରିବା ବେଳେ ଟ୍ରଲରକୁ ଗତିଶୀଳ କରୁଥିବା ପ୍ୟାନ୍‌ ବ୍ଲେଡ୍‌ରେ ହାତ କଟି ଟ୍ରଲର କର୍ମଚାରୀ ମୃତ। ସମୁଦ୍ର ମଝିରେ ଘଟିଛି ଏହି ଅଘଟଣ। ଚନ୍ଦ୍ରଭାଗା ସମୁଦ୍ରରେ ଟ୍ରଲରରେ ମାଛ ଧରୁଥିବା ସମୟରେ ଆଜି ଏହି ଅଘଟଣ ଘଟିଛି। ମୃତକ ଜଣକ ଭଦ୍ରକ ଜିଲ୍ଲା ବାସୁଦେବପୁର ଅନ୍ତର୍ଗତ ପୋରୁଆଁ ଗାଁର ନରେନ୍ଦ୍ର କୁମାର ମଲ୍ଲିକ। ସୂଚନା ମୁତାବକ, ଆଜି ଏକ ଟ୍ରଲର ପାରାଦୀପରୁ ଆସି ଚନ୍ଦ୍ରଭାଗରେ ଉପକୂଳରେ ମାଛ ଧରୁଥିବା ବେଳେ ଏଭଳି ଅଘଟଣ […]

desi-boat

  • Published: Saturday, 29 October 2022
  • , Updated: 29 October 2022, 09:54 PM IST

କୋଣାର୍କ(ଓଡ଼ିଶା ରିପୋର୍ଟର): ମାଛ ଧରିବା ବେଳେ ଟ୍ରଲରକୁ ଗତିଶୀଳ କରୁଥିବା ପ୍ୟାନ୍‌ ବ୍ଲେଡ୍‌ରେ ହାତ କଟି ଟ୍ରଲର କର୍ମଚାରୀ ମୃତ। ସମୁଦ୍ର ମଝିରେ ଘଟିଛି ଏହି ଅଘଟଣ। ଚନ୍ଦ୍ରଭାଗା ସମୁଦ୍ରରେ ଟ୍ରଲରରେ ମାଛ ଧରୁଥିବା ସମୟରେ ଆଜି ଏହି ଅଘଟଣ ଘଟିଛି। ମୃତକ ଜଣକ ଭଦ୍ରକ ଜିଲ୍ଲା ବାସୁଦେବପୁର ଅନ୍ତର୍ଗତ ପୋରୁଆଁ ଗାଁର ନରେନ୍ଦ୍ର କୁମାର ମଲ୍ଲିକ।

ସୂଚନା ମୁତାବକ, ଆଜି ଏକ ଟ୍ରଲର ପାରାଦୀପରୁ ଆସି ଚନ୍ଦ୍ରଭାଗରେ ଉପକୂଳରେ ମାଛ ଧରୁଥିବା ବେଳେ ଏଭଳି ଅଘଟଣ ଘଟିଥିଲା। ଏହି ଅଘଟଣ ଘଟିବା ଦେଖି ମାଛ ମାରିବାକୁ ଯାଇଥିବା ପୁରୀ ଜିଲ୍ଲା କୋଣାର୍କ ଅନ୍ତର୍ଗତ ଚନ୍ଦ୍ରଭାଗା ନୋଳିଆ ସାହିର ମତ୍ସ୍ୟଜୀବୀମାନେ ହାତ କଟିଥିବା ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ବହୁ ଉଦ୍ୟମ କରିଥିଲେ। ନେରନ୍ଦ୍ରଙ୍କ ହାତ କଟିବା ପରେ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ନୋଳିଆ ସାହିର ମତ୍ସ୍ୟଜୀବୀମାନେ ମାଛ ଧରା ଡଙ୍ଗାରେ ଉଦ୍ଧାର କରି ଗୋପ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରବଳ ରକ୍ତସ୍ରାବ ଯୋଗୁ ତାଙ୍କ ମୃତ୍ୟୁ ଘଟିଥିଲା। ଶବ ଜବତ କରି ଚନ୍ଦ୍ରଭାଗା ମେରାଇନି ପୁଲିସ ଘଟଣାର ତଦନ୍ତ ଚଳାଇଛି।

Related story