ପାଚେରୀ ଡେଇଁ ଚମ୍ପଟ ମାରିଲେ ୫ ଶିଶୁ ଅପରାଧୀ

ରାଉରକେଲା(ପବନ ତିୱାରୀ): ଅଗଷ୍ଟ ୩୦ ତାରିଖରେ ରାଉରକେଲା ଜେଲ୍‌ ରୋଡ ସ୍ଥିତ ଜୁଭେନାଇଲ ଜେଲ୍‌ରୁ ପାଞ୍ଚ ଜଣ ପିଲା ଫେରାର ହୋଇଯାଇଛନ୍ତି। ଆଜି ସୁଦ୍ଧା ପିଲାଙ୍କ ପତ୍ତା ମିଳୁନି। ଜୁଭେନାଇଲ ଜେଲ୍‌ କର୍ତ୍ତୃପକ୍ଷ ଏ ନେଇ ରଘୁନାଥପାଲୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛି। ଅଭିଯୋଗରୁ ପ୍ରକାଶ, ପିଲାମାନେ ଫେରାର୍ ହେବା ସମୟରେ ସ୍ଵଧାର ଗୃହରେ ଲାଗିଥିବା CCTVକୁ ସଂଯୋଗ […]

rkl

Manoranjan Sial
  • Published: Wednesday, 02 September 2020
  • , Updated: 02 September 2020, 04:42 PM IST

ରାଉରକେଲା(ପବନ ତିୱାରୀ): ଅଗଷ୍ଟ ୩୦ ତାରିଖରେ ରାଉରକେଲା ଜେଲ୍‌ ରୋଡ ସ୍ଥିତ ଜୁଭେନାଇଲ ଜେଲ୍‌ରୁ ପାଞ୍ଚ ଜଣ ପିଲା ଫେରାର ହୋଇଯାଇଛନ୍ତି। ଆଜି ସୁଦ୍ଧା ପିଲାଙ୍କ ପତ୍ତା ମିଳୁନି। ଜୁଭେନାଇଲ ଜେଲ୍‌ କର୍ତ୍ତୃପକ୍ଷ ଏ ନେଇ ରଘୁନାଥପାଲୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛି।

ଅଭିଯୋଗରୁ ପ୍ରକାଶ, ପିଲାମାନେ ଫେରାର୍ ହେବା ସମୟରେ ସ୍ଵଧାର ଗୃହରେ ଲାଗିଥିବା CCTVକୁ ସଂଯୋଗ କରୁଥିବା ତା’ର କାଟି ଦେଇଛନ୍ତି। ପରେ ସିସିଟିଭି ଆଗରେ ଏକ ବେଡ୍‌ସିଟ୍‌କୁ ଟାଙ୍ଗି ସ୍ୱଧାର ଗୃହ ପରିସରରେ ଥିବା ଗଛ ଚଢ଼ି ପାଚେରୀ ଡେଇଁ ପଳାଇ ଭାଙ୍ଗି ପଳାଇ ଯାଇଛନ୍ତି।

ଅନ୍ୟପଟେ କର୍ତ୍ତୃପକ୍ଷ କହିଛନ୍ତି, ତିନି ଜଣ ପିଲାଙ୍କ ବେଲ୍ ହୋଇସାରିଥିଲା। ମାତ୍ର ମହାମାରୀ କରୋନା ପାଇଁ ସେମାନଙ୍କ ଅଭିଭାବକ ଆସିପାରୁନଥିଲେ। ତେବେ ସେମାନେ କାହିଁକି ଫେରାର ହେଲେ ସେ ନେଇ ଯାଞ୍ଚ ଚାଲିଛି ବୋଲି ଜୁଭେନାଇଲ ଜେଲ୍‌ କର୍ତ୍ତୃପକ୍ଷ।

ସୂଚନାରୁ ପ୍ରକାଶ, ଏଠାରୁ ମେ ମାସରେ ଦୁଇ ଜଣ ପିଲା ଫେରାର୍ ହୋଇଯାଇଥିଲେ।

Related story