ଓଡ଼ିଶାରୁ ୫ ଜଣ ପାଇବେ ପଦ୍ମଶ୍ରୀ ସମ୍ମାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘୋଷଣା ହୋଇଛି ଚଳିତ ବର୍ଷର ପଦ୍ମ ସମ୍ମାନ। ଏଥର ଏହି ସମ୍ମାନଜନକ ପୁରସ୍କାର ତାଲିକାରେ ଅଛନ୍ତି ୫  ଜଣ ଓଡ଼ିଆ। ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଏହି ୫ ଓଡ଼ିଆଙ୍କୁ ୨୦୧୮ ବର୍ଷ ଲାଗି ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ  କରାଯାଇଛି। ପବ୍ଲିକ୍ ଆଫାୟାର୍ସ ପାଇଁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀଚରଣ ପଟ୍ଟନାୟକ, ସାହିତ୍ୟ ଓ ଶିକ୍ଷା ପାଇଁ ଚନ୍ଦ୍ରଶେଖର ରଥ, କଳା ସ୍ଥାପତ୍ୟରେ ପ୍ରଭାକର ମହାରଣା, ବୟନ କଳା ପାଇଁ ଗୋବର୍ଦ୍ଧନ ପାଣିକାଙ୍କୁ ପଦ୍ମଶ୍ରୀ […]

chandra sekhara sahoo

Rakesh Mallick
  • Published: Thursday, 25 January 2018
  • , Updated: 25 January 2018, 11:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘୋଷଣା ହୋଇଛି ଚଳିତ ବର୍ଷର ପଦ୍ମ ସମ୍ମାନ। ଏଥର ଏହି ସମ୍ମାନଜନକ ପୁରସ୍କାର ତାଲିକାରେ ଅଛନ୍ତି ୫  ଜଣ ଓଡ଼ିଆ। ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଏହି ୫ ଓଡ଼ିଆଙ୍କୁ ୨୦୧୮ ବର୍ଷ ଲାଗି ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ  କରାଯାଇଛି।

ପବ୍ଲିକ୍ ଆଫାୟାର୍ସ ପାଇଁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀଚରଣ ପଟ୍ଟନାୟକ, ସାହିତ୍ୟ ଓ ଶିକ୍ଷା ପାଇଁ ଚନ୍ଦ୍ରଶେଖର ରଥ, କଳା ସ୍ଥାପତ୍ୟରେ ପ୍ରଭାକର ମହାରଣା, ବୟନ କଳା ପାଇଁ ଗୋବର୍ଦ୍ଧନ ପାଣିକାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯିବ। ସେହିପରି ଚଳଚ୍ଚିତ୍ର ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ପଦ୍ମ ସମ୍ମାନ ପାଇଁ ଆଜି ୮୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ଘୋଷିତ ହୋଇଛି। ୩ ଜଣଙ୍କୁ ପଦ୍ମବିଭୂଷଣ, ୯ ଜଣଙ୍କୁ ପଦ୍ମଭୂଷଣ ସମ୍ମାନ ଓ ୭୩ ଜଣ ବିଶିଷ୍ଟ ବ୍ୟକ୍ତି ପାଇବେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯିବ।

ସାହିତ୍ୟ ଓ ଶିକ୍ଷା ପାଇଁ ଅରବିନ୍ଦ ଗୁପ୍ତା, ମେଡିସିନ ପାଇଁ ଲକ୍ଷ୍ମୀ କୁଟ୍ଟୀ ଓ ଏମ୍ଆର ରାଜଗୋପାଳ, କଳା କ୍ଷେତ୍ରରେ ଉତ୍କର୍ଷ ପାଇଁ ଭଜ୍ଜୁ ଶ୍ୟାମ, ସମାଜ ସେବା ପାଇଁ ସୁଧାଂଶୁ ବିଶ୍ୱାସ, କ୍ରୀଡ଼ା କ୍ଷେତ୍ରରେ ଅବଦାନ ପାଇଁ ମୂରଲୀକାନ୍ତ ପେଟକର, ସମାଜସେବା ପାଇଁ ସୁଭାଷିନୀ ମିସ୍ତ୍ରୀ, ସାହିତ୍ୟ ଓ ଶିକ୍ଷା ପାଇଁ ବିଜୟଲକ୍ଷ୍ମୀ ନବନିତା କ୍ରୀଷ୍ଣନ, ସୁଲାଗାଟି ନରସିହ୍ମା, ୟେସି ଧୋଡ଼େନଙ୍କୁ ମେଡିସିନ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି।

Related story