ହୀରାକୁଦ ଡ୍ୟାମ୍‌ର ପଛୁଆ ପାଣି ଦେଲା ଦୁଃଖ, ଅନେକ ଗାଁ ଜଳମଗ୍ନ

ବରଗଡ଼ (ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମ୍‌ରୁ ୩୪ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିବା ବେଳେ ତଳି ଅଞ୍ଚଳରେ ଛୋଟ ଧରଣର ବନ୍ୟା ଆଶଙ୍କା କରିଛି ଜଳ ସଂପଦ ବିଭାଗ। ଏତେ ସଂଖ୍ୟକ ଗେଟ୍ ଖୋଲା ଯାଇଥିବା ଯୋଗୁ ଅନେକ ତଳୁଆ ଅଞ୍ଚଳ ଜଳମଗ୍ନ ହୋଇଗଲାଣି। ତେବେ କେବଳ ତଳୁଆ ଅଞ୍ଚଳ ନୁହେଁ, ହୀରାକୁଦ ଜଳଭଣ୍ଡାରକୁ ଉପରମୁଣ୍ଡରୁ ଛତିଶଗଡ଼ରୁ ଅଧିକ ଜଳ ପ୍ରବେଶ କରୁଥିବା ବେଳେ ଏହାର ପଛୁଆ ପାଣିରେ ଅନେକ ଅଞ୍ଜଳ ଜଳମଗ୍ନ ହୋଇଛି। ହୀରାକୁଦ […]

Flood

Flood

Jitendra Garnayak
  • Published: Sunday, 14 August 2022
  • Updated: 14 August 2022, 11:56 AM IST

Sports

Latest News

ବରଗଡ଼ (ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମ୍‌ରୁ ୩୪ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିବା ବେଳେ ତଳି ଅଞ୍ଚଳରେ ଛୋଟ ଧରଣର ବନ୍ୟା ଆଶଙ୍କା କରିଛି ଜଳ ସଂପଦ ବିଭାଗ। ଏତେ ସଂଖ୍ୟକ ଗେଟ୍ ଖୋଲା ଯାଇଥିବା ଯୋଗୁ ଅନେକ ତଳୁଆ ଅଞ୍ଚଳ ଜଳମଗ୍ନ ହୋଇଗଲାଣି। ତେବେ କେବଳ ତଳୁଆ ଅଞ୍ଚଳ ନୁହେଁ, ହୀରାକୁଦ ଜଳଭଣ୍ଡାରକୁ ଉପରମୁଣ୍ଡରୁ ଛତିଶଗଡ଼ରୁ ଅଧିକ ଜଳ ପ୍ରବେଶ କରୁଥିବା ବେଳେ ଏହାର ପଛୁଆ ପାଣିରେ ଅନେକ ଅଞ୍ଜଳ ଜଳମଗ୍ନ ହୋଇଛି।

ହୀରାକୁଦ ଜଳଭଣ୍ଡାରର ପଛୁଆ ପାଣିରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଚିଖିଲି, ଅନ୍ତରାଡି, ଘୁଘୁରାପାଲି, ବାରଙ୍ଗକୋଟ ଓ ବେନିଆପାଲି ଗାଁ ପ୍ରଭାବିତ ହୋଇଛି। ଏହି ସବୁ ଗାଁ ଗୁଡ଼ିକ ଜଳମଗ୍ନ ହୋଇଛି। ଘରେ ଘରେ ପାଣି ପଶିଯାଇଛି। ଏହି ସବୁ ଗାଁର ହଜାର ହଜାର ହେକ୍ଟର ଚାଷ ଜମି ମଧ୍ୟ ଜଳମଗ୍ନ ହୋଇଛି।

ଗାଁ ଗୁଡ଼ିକ ଜଳମଗ୍ନ ହୋଇଯାଇଥିବା ବେଳେ ଗ୍ରାମବାସୀ ନିଜ ଗୃହ ପାଳିତ ପଶୁଙ୍କୁ ନେଇ ବନ୍ୟା ଆଶ୍ରୟସ୍ଥଳୀକୁ ଚାଲି ଯାଉଛନ୍ତି। ବର୍ତ୍ତମାନ ମଧ୍ୟ ବରଗଡ଼ ଜିଲ୍ଲା ସହ ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ତେଣୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢୁଛି।

ସୂଚନାଯୋଗ୍ୟ, ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ୬୧୬.୬୦ ଫୁଟ୍ ରହିଥିଲା। ଡ୍ୟାମ୍‌କୁ ୫,୭୯,୬୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୫,୬୦,୬୧୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos