Advertisment

ପଂଚାୟତ ନିର୍ବାଚନ: କାଣ୍ଟଛାଣ୍ଟ୍ ହେବ ଅବଧି, ନିର୍ବାଚନ କମିଶନଙ୍କ ଉପରେ ନଜର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ପଂଚାୟତ ନିର୍ବାଚନରେ ଓବିସିଙ୍କ ନିମନ୍ତେ ସିଟ୍ ସଂରକ୍ଷଣ ରହିବ ନାହିଁ ବୋଲି ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିବା ସହ ସାନି ବିଜ୍ଞପ୍ତି ପ୍ରକାଶ ସପକ୍ଷରେ ମତ ଦେବା ପରେ ଏବେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି। ବିଜେଡି ସରକାରଙ୍କ ‘ଓବିସି’ ବର୍ଗଙ୍କ ପ୍ରତି ଆନ୍ତରିକତାବିହୀନ ପ୍ରୀତି ପଦାରେ ପଡ଼ିଯାଇଛି ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରୁଥିବାବେଳେ ଆଗାମୀ ପଂଚାୟତ ନିର୍ବାଚନ ପ୍ରକ୍ରିୟାକୁ କିଭଳି ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବେ ତାହା […]

author-image
Ordigital Desk
ଅଦ୍ୟତନ ହୋଇଛି
ପଞ୍ଚାୟତ ନିର୍ବାଚନ: ରାଜ୍ୟ ସରକାର ପ୍ରସ୍ତୁତ, ଜାରି ହେଲା ବିଜ୍ଞପ୍ତି

election

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ପଂଚାୟତ ନିର୍ବାଚନରେ ଓବିସିଙ୍କ ନିମନ୍ତେ ସିଟ୍ ସଂରକ୍ଷଣ ରହିବ ନାହିଁ ବୋଲି ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିବା ସହ ସାନି ବିଜ୍ଞପ୍ତି ପ୍ରକାଶ ସପକ୍ଷରେ ମତ ଦେବା ପରେ ଏବେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି। ବିଜେଡି ସରକାରଙ୍କ ‘ଓବିସି’ ବର୍ଗଙ୍କ ପ୍ରତି ଆନ୍ତରିକତାବିହୀନ ପ୍ରୀତି ପଦାରେ ପଡ଼ିଯାଇଛି ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରୁଥିବାବେଳେ ଆଗାମୀ ପଂଚାୟତ ନିର୍ବାଚନ ପ୍ରକ୍ରିୟାକୁ କିଭଳି ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବେ ତାହା ଏବେ ମୁଖ୍ୟ ଚ୍ୟାଲେଞ୍ଜ ପାଲଟିଛି। ନିର୍ବାଚନ ପ୍ରକ୍ରିୟାକୁ ମାର୍ଚ୍ଚ ୮ତାରିଖ ମଧ୍ୟରେ ଶେଷ କରିବାର ବାଧ୍ୟବାଧକତା ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ରହିଥିବାବେଳେ ଏଥର ପଂଚାୟତ ନିର୍ବାଚନରେ ରାଜନୀତିକ ଦଳଗୁଡ଼ିକୁ ପ୍ରଚାର ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ସମୟ ମିଳିନପାରେ ବୋଲି ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା।

Advertisment

ସୂତ୍ର ଅନୁସାରେ, ରାଜ୍ୟ ସରକାରଙ୍କୁ ଚିଠି ଲେଖି ମାର୍ଚ୍ଚ ୮ତାରିଖ ପୂର୍ବରୁ ନିବାଚନ ପ୍ରକ୍ରିୟା ଶେଷ କରିବାର ଆବଶ୍ୟକତା ରହିଛି ବୋଲି ରାଜ୍ୟ ନିର୍ବାଚନ କମିଶନ ଜଣାଇବା ସହ ପଂଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଡିସେମ୍ବର ୨୩ତାରିଖରେ ନିଶ୍ଚିତ ଭାବେ ପ୍ରକାଶ କରାଯିବ ବୋଲି ପ୍ରସ୍ତାବ ଦେଇଥିଲେ । ନିର୍ବାଚିତ ପଂଚାୟତ ସଂସ୍ଥାଗୁଡ଼ିକର ୫ବର୍ଷିଆ କାର୍ଯ୍ୟକାଳ ମାର୍ଚ୍ଚ ୮ ତାରିଖ ସୁଦ୍ଧା ଶେଷ ହେଉଥିବାରୁ ଡିସେମ୍ବର ୨୩ତାରିଖରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରିବା ନିମନ୍ତେ ରାଜ୍ୟ ନିର୍ବାଚନ କମିଶନ ଚିଠି ଲେଖିଥିଲେ । ଯାହାଫଳରେ ମୋଟ ୭୫ଦିନ ଅବଧି ମଧ୍ୟରେ ପଂଚାୟତ ନିର୍ବାଚନ ପ୍ରକ୍ରିୟାକୁ ନିର୍ବାଚନ କମିଶନ ଶେଷ କରିଥାନ୍ତେ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଚିଠି ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କରାଯାଇ ମାମଲାର ଜରୁରୀକାଳୀନ ଶୁଣାଣି ନିମନ୍ତେ ଅନୁରୋଧ କରାଯିବା ସହ ଡିସେମ୍ବର ୨୧ତାରିଖରେ ଏହାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ହାଇକୋର୍ଟ ଏହି ମାମଲାରେ ବିଜ୍ଞପ୍ତିରେ ତ୍ରୁଟି ଥିବା କିମ୍ବା ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ କିଛି ମତାମତ ନଦେଇ କେବଳ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ଏକ ସାନି ପ୍ରକ୍ରିୟା କରିବାକୁ ମତ ଦେଇଥିଲେ । ଏହାସହିତ ୨୦୨୨ ଜାନୁୟାରୀ ୮ତାରିଖରେ ଓଡ଼ିଶା ପଂଚାୟତ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ନିମନ୍ତେ ରାୟ ଦେଇଛନ୍ତି । ତେବେ ସାନି ବିଜ୍ଞପ୍ତି ପାଇଁ ହେଉଥିବା ପ୍ରକ୍ରିୟା ଜାନୁୟାରୀ ୭ତାରିଖ ସୁଦ୍ଧା ଶେଷ ହେବ । ଆଉ ୮ତାରିଖରେ ପଂଚାୟତ ନିର୍ବାଚନ ପାଇଁ କମିଶନ ବିଜ୍ଞପ୍ତି ଜାରି ହୋଇ ମାର୍ଚ୍ଚ ୮ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ କରାଯିବ । ଯାହାଫଳରେ ମାତ୍ର ୬୦ଦିନ ସମୟ ମିଳିବ । ଆଉ ଏହି ୬୦ଦିନ ଅବଧି ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭଠୁ ନାମାଙ୍କନ ପତ୍ର ଦାଖଲ, ସରପଂଚ, ସମିତି ସଭ୍ୟ ଓ ୱାର୍ଡମେମ୍ବର ପ୍ରଚାର ଓ ଫଳାଫଳ ଘୋଷଣା ସହ ନାଏବ ସରପଂଚ ନିର୍ବାଚନ ଶେଷ କରିବାକୁ ପଡ଼ିବ ।

Advertisment

ତେବେ ପଂଚାୟତ ନିର୍ବାଚନର ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବା ପରଠୁ ନିର୍ବାଚନ ତାରିଖ ଘୋଷଣା ହେବା ମଧ୍ୟରେ ୪୫ଦିନର ବ୍ୟବଧାନ ରହୁଥିବାବେଳେ ଚଳିତଥର ଏତେ ଅବଧି ରହିବାର ସମ୍ଭାବନା କ୍ଷୀଣ । ତା’ଛଡ଼ା ୫ଟି ପର୍ଯ୍ୟାୟରେ ଭୋଟଗ୍ରହଣ ଓ ୩ଦିନ ଧରି ଗଣତି କରିବା ପାଇଁ ନିର୍ବାଚନ କମିଶନ ପୂର୍ବରୁ ନେଇଥିବା ନିଷ୍ପତ୍ତି ମଧ୍ୟ ସମ୍ଭବପର ହୋଇନପାରେ । ବିଶେଷକରି ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ର ଦାଖଲଠୁ ପ୍ରଚାର କରିବା ପାଇଁ ପୂର୍ବଭଳି ପର୍ଯ୍ୟାପ୍ତ ସମୟ ମଧ୍ୟ ମିଳିନପାରେ । ଏସବୁକୁ ଦୃଷ୍ଟିରେ ରଖିଲେ ପଂଚାୟତ ନିର୍ବାଚନ ଅବଧି କାଣ୍ଟଛାଣ୍ଟ୍ ହେବା ଜଳଜଳ ହୋଇ ଜଣାପଡ଼ୁଛି ।

ଅନ୍ୟପକ୍ଷରେ ବିଜେଡି ସରକାର ଓବିସି କାର୍ଡ ଖେଳି ରାଜନୀତିକ ଫାଇଦା ନେବାକୁ ଜିଲ୍ଲାପାଳମାନଙ୍କ ଉପରେ ଭରସା କରି ଆସନ ସଂରକ୍ଷଣ କରିବା ମଧ୍ୟ ଏବେ ମହଙ୍ଗା ସାବ୍ୟସ୍ତ ହୋଇଛି। ଏବେ ଶାସକ ବିଜେଡି ଯଦିଓ ନିଜର ଓବିସି କାର୍ଡକୁ ବଂଚାଇ ରଖିବା ପାଇଁ ଦଳୀୟ ଭିତ୍ତିରେ ୨୭ ପ୍ରତିଶତ ପ୍ରାର୍ଥୀଙ୍କୁ ପଂଚାୟତ ନିର୍ବାଚନରେ ଟିକେଟ୍ ଦେବାର ଯୁକ୍ତି ବାଢ଼ୁଛି କିନ୍ତୁ ପ୍ରାୟ ୨ବର୍ଷ ଧରି ଓବିସି କମିଶନକୁ ପଙ୍ଗୁ କରି ରଖିବା ଓ ରାଜ୍ୟବ୍ୟାପୀ ସର୍ଭେ କରାଯିବା କଥା କହି ପରେ ଏ ଦିଗରେ କାର୍ଯ୍ୟ ନକରିବା ହିଁ ବିଜେଡି ସରକାରର ଅସଲ ଚେହେରାକୁ ପଦାରେ ପକାଇଛି ।

Panchayat Election