ଓଟିଭିକୁ ଟାର୍ଗେଟ କରି ହଟହଟା ହେଲେ ‘କଳିଙ୍ଗ ଷଣ୍ଢ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେବେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ହେଉ ଅବା ରାତି ଅଧିଆ ସଲମନ୍‌ ଖାନଙ୍କୁ ଲାଇକ୍‌ ମାଗି ହେଉ ଅନେକ ସମୟରେ ବିତର୍କିତ ଓ ବିବାଦୀୟ ଘେରରେ ରହୁଥିବା ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଏକ ପୋଷ୍ଟ ଏବେ ସୋଶାଲ ମିଡିଆର ମାହୋଲକୁ ଗରମ କରିଦେଇଛି। କ୍ରମାଗତଭାବେ ରାଜ୍ୟ ସରକାର ଓଡ଼ିଶାର ଏକ ନମ୍ବର ଟେଲିଭିଜନ ଚ୍ୟାନେଲ ‘ଓଟିଭି’ ପଛରେ ପଡ଼ିଯାଇଥିବା ବେଳେ ଏବେ ବିଜେଡି ସାଂସଦ ଅନୁଭବ ଖୋଲମଖୋଲା ନିଶାନା କରିଛନ୍ତି। ହେଲେ […]

anubhaba-1

Tapas Behera
  • Published: Tuesday, 11 August 2020
  • , Updated: 11 August 2020, 11:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେବେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ହେଉ ଅବା ରାତି ଅଧିଆ ସଲମନ୍‌ ଖାନଙ୍କୁ ଲାଇକ୍‌ ମାଗି ହେଉ ଅନେକ ସମୟରେ ବିତର୍କିତ ଓ ବିବାଦୀୟ ଘେରରେ ରହୁଥିବା ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଏକ ପୋଷ୍ଟ ଏବେ ସୋଶାଲ ମିଡିଆର ମାହୋଲକୁ ଗରମ କରିଦେଇଛି। କ୍ରମାଗତଭାବେ ରାଜ୍ୟ ସରକାର ଓଡ଼ିଶାର ଏକ ନମ୍ବର ଟେଲିଭିଜନ ଚ୍ୟାନେଲ ‘ଓଟିଭି’ ପଛରେ ପଡ଼ିଯାଇଥିବା ବେଳେ ଏବେ ବିଜେଡି ସାଂସଦ ଅନୁଭବ ଖୋଲମଖୋଲା ନିଶାନା କରିଛନ୍ତି।

ହେଲେ ଓଟିଭିକୁ ଟାର୍ଗେଟ କରି ନିଜେ ହଟହଟା ହୋଇଛନ୍ତି ଅନୁଭବ। ଓଟିଭି ବିରୋଧରେ ବିଷୋଦଗାର କରି ଚ୍ୟାନେଲକୁ ବାସନ୍ଦ ପାଇଁ ଦେଇଥିବା ଆହ୍ୱାନଙ୍କୁ ତାଙ୍କ ଫଲୋଅରମାନେ ଦେଇଛନ୍ତି ଉଚିତ୍‌ ଜବାବ। ଅନୁଭବ ତାଙ୍କ ଫେସବବୁକ୍‌ ଅଫିସିଆଲ ପେଜ୍‌ରେ ଓଟିଭି ବିରୋଧରେ ଏକ ପୋଷ୍ଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ, ମୁଁ ଯେବେ ହୋଟେଲ ଯାଏ ସେହି ରୁମ୍‌ରେ ଓଟିଭି ଚ୍ୟାନେଲ ଫେସିଲିଟି ଅଛିକି ନାହିଁ ପଚାରେ। ଆଗରୁ ମୁଁ ଅଧିକ ପଇସା ଦେଇ ଏହି ଚ୍ୟାନେଲ ଦେଖିବାକୁ ପସନ୍ଦ କରୁଥିଲି। ପରେ ମୁଁ ଅନୁଭବ କଲି ଯେ, ଏହି ଚ୍ୟାନେଲ ହେଉଛି ଓଡ଼ିଶାର ସବୁଠାରୁ ଖରାପ ଚ୍ୟାନେଲ। ପୂର୍ବରୁ ମୁଁ ଏହି ଚ୍ୟାନେଲରେ କାମ କରିଥିବାରୁ ମୁଁ ନିଜକୁ ଏବେ ଲଜ୍ଜିତ ଅନୁଭବ କରୁଛି। ମୁଁ ହେଉଛି ଜଣେ ଦାୟିତ୍ୱବାନ ଯୁବନେତା। ଆଉ ମୁଁ କେବେ ମୋ ଯୁବକମାନଙ୍କୁ ବିଭ୍ରାନ୍ତି କରିବି ନାହିଁ। ଆସନ୍ତୁ ଏହି ଓଡ଼ିଶା ବିରୋଧୀ ଚ୍ୟନେଲକୁ ବ୍ୟାନ କରିବା ପାଇଁ ଶପଥ ନେବା। ତେବେ ଅନୁଭବଙ୍କ ଏହି ପୋଷ୍ଟ ପରେ ତାଙ୍କ ଫଲୋଅରମାନେ କଡ଼ା ପ୍ରତିକ୍ରିୟା ରଖି ତାଙ୍କୁ ଜବାବ ଦେଇଛନ୍ତି। ଅଧିକାଂଶ ପ୍ରତିକ୍ରିୟା ଅନୁଭବଙ୍କ ଏହି ମତ ବିରୋଧରେ ରହିଛି। ତେବେ କିଛି ଫଲୋଅର ଅନୁଭବଙ୍କୁ ସମର୍ଥନ କରିଛନ୍ତି।

ସଞ୍ଜିବ ଶୁକ୍ଲା କହିଛନ୍ତି ଓଡ଼ିଶାରେ ଯେଉଁ ଚ୍ୟାନେଲ କେବଳ ସରକାରଙ୍କ ଗୁଣଗାନ କରିବ ସେଇ ଚ୍ୟାନେଲ ହିଁ ଓଡ଼ିଶା ସରକାରଙ୍କ ଦୃଷ୍ଟିରେ ଭଲ। କିନ୍ତୁ ଯେଉଁ ଚ୍ୟାନେଲ ଜନତାଙ୍କ ହିତ ପାଇଁ ସରକାରଙ୍କ ଭୁଲ୍ ଓ ଅପାରଗତାକୁ ଲୋକ ଲୋଚନକୁ ଆଣିବ ସେହି ଗଣମାଧ୍ୟମର ସ୍ୱର କୁ ବନ୍ଦ୍ କରିବା ପାଇଁ ସରକାର କିଛିବି କରିବେ।

ରତିକାନ୍ତ ପଟ୍ଟନାୟକ ଲେଖିଛନ୍ତି ଯେ, ରାଜନେତାମାନଙ୍କୁ ସବୁଠୁ ଅଡ଼ୁଆ ହେଉଛି କୌଣସି ଗଣମାଧ୍ୟମ ପ୍ରଶ୍ନ କରିବା। ଯେ ପର୍ଯ୍ୟନ୍ତ ଚ୍ୟାନେଲ ତାଙ୍କ ଗୁଣଗାନ କରୁଥିବ ସେତେ ଯାଏ ଠିକ୍‌। ଯେତେବେଳେ ସେମାନେ ପ୍ରଶ୍ନ କରୁଛି ସେମାନେ ଭୁଲ ହୋଯାଉଛନ୍ତି। ଆପଣ ଜଣେ ରାଜନେତା ପ୍ରଶ୍ନକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତୁ । ସିଏ ଓଟିଭି ହେଉ ବା ଅନ୍ୟ କୌଣସି ଚ୍ୟାନେଲ।

ରାଧାକାନ୍ତ ପପୁ ମହାନ୍ତି ଲେଖିଛନ୍ତି ଯେ, ଏହି ପୋଷ୍ଟଟି ଅତ୍ୟନ୍ତ ପିଲାଳିଆମି। ସାର୍ଥକ ବ୍ରହ୍ମା ଲେଖିଛନ୍ତି ଯେ, କେବଳ ଓଟିଭି ନୁହେଁ ଉକ୍ତ ଭାଇରାଲ ଅଡ଼ିଓଟି ମଧ୍ୟ ଅଲଗା ଚ୍ୟାନେଲରେ ପ୍ରସାରିତ ହୋଇଛି।  ଅମୁଲ୍ୟ ବିହାରୀ ପଟ୍ଟନାୟକ ଲେଖିଛନ୍ତି ଯେ, ଓଟିଭି ତାର ଗାରିମା ଦୀର୍ଘ ଦିନ ହେଲା ରଖିଆସିଛି। ଏହି ଚ୍ୟାନେଲ ଓଡ଼ିଶାବାସୀଙ୍କ ବିଶ୍ୱାସଭାଜନ ହୋପାରିଛି। ବିନୟ ଜେନା ଲେଖିଛନ୍ତି ଯେ, ଆପଣ ପ୍ରଥମେ ପରିପକ୍ୱ ହୁଅନ୍ତୁ। ଏହି ସମୟରେ ଜଣେ କରୋନା ଯୁଦ୍ଧା ହୁଅନ୍ତୁ । ଆମେ ସତ୍ୟ ଜାଣୁ।

ଭଗବାନ ମଲ୍ଲିକ ଲେଖିଛନ୍ତି ଯେ, ଓଟିଭି ଦେଖିବେକି ନାହିଁ ତାହା ଓଡ଼ିଶାବାସୀ ନିଷ୍ପତ୍ତି ନେବେ। ଏହାକୁ ଓଡ଼ିଶାବିରୋଧୀ କହିବା ଅସିମୀଚିନ।

ଗୌରହରି ସାହୁ ଲେଖିଛନ୍ତି ଯେ, BMCକୁ ସତ କହିବା ପାଇଁ ଓ ସତ ଶୁଣିବା ପାଇଁ ସାହସ ଦରକାର। ରାଜ୍ୟ ସରକାରଙ୍କ ପାଖରେ ସେହି ସାହସ ନାହିଁ। ସେଥିପାଇଁ ଚାମଚାମାନେ ଏମିତି ଫାଲତୁ ପୋଷ୍ଟ କରିବେ ନିଶ୍ଚୟ ବୋଲି ସେ ଲେଖିଛନ୍ତି।

Related story