Advertisment

ମାଟ୍ରିକ୍‌ ମୂଲ୍ୟାୟନ: ସିବିଏସ୍‌ଇ ଢାଞ୍ଚା ଆପଣାଇଲା ବୋର୍ଡ, ମାଗିଲା ନବମ ଶ୍ରେଣୀ ଓ ଟେଷ୍ଟ ମାର୍କ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ମାଟ୍ରିକ ମୂଲ୍ୟାୟନ ସିବିଏସ୍ଇ ଢାଞ୍ଚାରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁସାରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ନବମ ଶ୍ରେଣୀର ପରୀକ୍ଷା ମାର୍କ ଓ ଦଶମ ଶ୍ରେଣୀର ପ୍ରି ବୋର୍ଡ ବା ଟେଷ୍ଟ ମାର୍କକୁ ଭିତ୍ତି କରି ମୂଲ୍ୟାୟନ ହେବ। ତା’ ସହିତ ଦଶମ ଶ୍ରେଣୀର ଇଣ୍ଟରନାଲ୍ ଆସେସମେଣ୍ଟ ମାର୍କକୁ ମଧ୍ୟ ମୂଲ୍ୟାୟନ ପାଇଁ ଗ୍ରହଣ କରାଯିବ। ଏଥିପାଇଁ ଏହିସବୁ ପରୀକ୍ଷାର ଟାବୁଲେସନ ରିପୋର୍ଟ ନିର୍ଦ୍ଧାରିତ ଫର୍ମାଟରେ ପୂରଣ କରି ଗତବର୍ଷର […]

author-image
Jitendra Garnayak
ଅଦ୍ୟତନ ହୋଇଛି
କୋଭିଡ ମନିଟରିଂ ସେଲ୍ ଗଠିତ , ମାସ୍କ ବିନା ସ୍କୁଲରେ ଏଣ୍ଟ୍ରି ମନା

Students

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ମାଟ୍ରିକ ମୂଲ୍ୟାୟନ ସିବିଏସ୍ଇ ଢାଞ୍ଚାରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁସାରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ନବମ ଶ୍ରେଣୀର ପରୀକ୍ଷା ମାର୍କ ଓ ଦଶମ ଶ୍ରେଣୀର ପ୍ରି ବୋର୍ଡ ବା ଟେଷ୍ଟ ମାର୍କକୁ ଭିତ୍ତି କରି ମୂଲ୍ୟାୟନ ହେବ। ତା’ ସହିତ ଦଶମ ଶ୍ରେଣୀର ଇଣ୍ଟରନାଲ୍ ଆସେସମେଣ୍ଟ ମାର୍କକୁ ମଧ୍ୟ ମୂଲ୍ୟାୟନ ପାଇଁ ଗ୍ରହଣ କରାଯିବ।

Advertisment

ଏଥିପାଇଁ ଏହିସବୁ ପରୀକ୍ଷାର ଟାବୁଲେସନ ରିପୋର୍ଟ ନିର୍ଦ୍ଧାରିତ ଫର୍ମାଟରେ ପୂରଣ କରି ଗତବର୍ଷର ମାଟ୍ରିକ ପରୀକ୍ଷା କେନ୍ଦ୍ର ବା ସହଯୋଗୀ କେନ୍ଦ୍ରରେ ଦାଖଲ କରିବାକୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି। ଆଜି ଅର୍ଥାତ୍‌ ମେ’ ୩ ତାରିଖ ସୁଦ୍ଧା ଦାଖଲ କରିବାକୁ ଗତକାଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଅନ୍ୟପକ୍ଷରେ ବୋର୍ଡର ଏଭଳି ବିଜ୍ଞପ୍ତିକୁ ନେଇ ପ୍ରଶ୍ନ ଉଠାଇଛି ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ (ଓଷ୍ଟା)। ସଂଘର ସଂପାଦକ ପ୍ରକାଶ ମହାନ୍ତି କହିଛନ୍ତି, ଗତକାଲି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ବୈଠକ ହେଲା। ତା’ପରେ ସନ୍ଧ୍ୟାରେ ବିଜ୍ଞପ୍ତି ପ୍ରକାଶ କରାଗଲା। ୨୪ ଘଣ୍ଟା ମଧ୍ୟ ସମୟ ଦିଆଯାଇ ନାହିଁ। ଏତେ କମ୍ ସମୟ ଭିତରେ ତଥ୍ୟ ଦାଖଲ କରିବା ଅସମ୍ଭବ। ତେଣୁ ଶିକ୍ଷକମାନଙ୍କୁ ସମୟ ଦିଆଯିବା ଦରକାର।

Advertisment

ସୂଚନାଯୋଗ୍ୟ, ଆଜି ଠାରୁ ରାଜ୍ୟରେ ମ୍ୟାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥା’ନ୍ତା। କିନ୍ତୁ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରୁ ସରକାର ଶେଷରେ ଗତମାସରେ ଏହାକୁ ବନ୍ଦ କରି ଦେଇଥିଲେ। ଏପରିକି ପରୀକ୍ଷା ବାତିଲ କରିବା ଦାବିରେ ରାଜଧାନୀର କିଛି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନବୀନ ନିବାସ ଯାଇଥିଲେ।

Odisha 10th Board Exam Matric Exam