ଓମିକ୍ରନ୍ ରିସ୍କ ଦେଶରୁ ଓଡ଼ିଶା ଫେରିଲେଣି ୩୮୦, ଆରମ୍ଭରୁ ଯାଞ୍ଚ କଡ଼ାକଡ଼ି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ସମସ୍ତଙ୍କୁ ଓମିକ୍ରନ୍‌ ଭୟ ଲାଗି ରହିଥିବା ବେଳେ ଓମିକ୍ରନ୍ ରିସ୍କ ରାଷ୍ଟ୍ରରୁ ଏଯାବତ୍ ଓଡ଼ିଶାକୁ ୩୮୦ ଜଣ ଫେରିଛନ୍ତି। ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ନଭେମ୍ବର ୨୮ ତାରିଖ ସୁଦ୍ଧା ଓମିକ୍ରନ୍ ରିସ୍କ ଦେଶରୁ ଓଡ଼ିଶାକୁ ୨୨୪ ଜଣ ଆସିଥିବା ବେଳେ ୨୯ରେ ପ୍ରବେଶ କରିଛନ୍ତି ୧୫୬ ଜଣ। ଏବେ ସୁଦ୍ଧା ଦୁଇ ଦିନର ଡାଟା ସରକାରଙ୍କ ପାଖରେ ପହଞ୍ଚିଛି । ଯେଉଁମାନେ ଏବେ […]

test

Niharika Rout
  • Published: Thursday, 02 December 2021
  • , Updated: 02 December 2021, 03:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ସମସ୍ତଙ୍କୁ ଓମିକ୍ରନ୍‌ ଭୟ ଲାଗି ରହିଥିବା ବେଳେ ଓମିକ୍ରନ୍ ରିସ୍କ ରାଷ୍ଟ୍ରରୁ ଏଯାବତ୍ ଓଡ଼ିଶାକୁ ୩୮୦ ଜଣ ଫେରିଛନ୍ତି। ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ନଭେମ୍ବର ୨୮ ତାରିଖ ସୁଦ୍ଧା ଓମିକ୍ରନ୍ ରିସ୍କ ଦେଶରୁ ଓଡ଼ିଶାକୁ ୨୨୪ ଜଣ ଆସିଥିବା ବେଳେ ୨୯ରେ ପ୍ରବେଶ କରିଛନ୍ତି ୧୫୬ ଜଣ। ଏବେ ସୁଦ୍ଧା ଦୁଇ ଦିନର ଡାଟା ସରକାରଙ୍କ ପାଖରେ ପହଞ୍ଚିଛି । ଯେଉଁମାନେ ଏବେ ବିଦେଶରୁ ଫେରୁଛନ୍ତି ସମସ୍ତଙ୍କ ତାଲିକା ଜିଲ୍ଲା ପ୍ରଶାସନକୁ ଦିଆଯାଇଛି।

ଅନ୍ୟପକ୍ଷରେ ଏଥର କରୋନାକୁ ଚେକ୍‌ ଦେବାକୁ ଆରମ୍ଭରୁ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି ।  ବିଦେଶରୁ ଆସୁଥିବା ବ୍ୟକ୍ତି ସାଙ୍ଗରେ ନେଗେଟିଭ ସାର୍ଟିଫିକେଟ ଆଣିବା ବାଧ୍ୟତାମୂଳକ।  ଏୟାରପୋର୍ଟରେ ପହଞ୍ଚିବା ପରେ ସେମାନଙ୍କର ପୁଣି ଥରେ RT-PCR ଟେଷ୍ଟ କରାଯିବ। ରିପୋର୍ଟ ନେଗେଟିଭ ଥିଲେ ରାଜ୍ୟରେ ପ୍ରବେଶ ଅନୁମତି ମିଳିବ। ରିପୋର୍ଟ ପଜିଟିଭି ଥିଲେ ସେମାନଙ୍କୁ ତତ୍‌କ୍ଷଣାତ କ୍ୱାରେଣ୍ଟାଇନ୍‌ରେ ରଖାଯିବ। ସଂପୃକ୍ତ ଯାତ୍ରୀ କେଉଁଠୁ ଆସିଲେ, କୁଆଡ଼େ ଯିବେ ଓ କେଉଁଠି ରହିବେ- ସେ ନେଇ ସେଲ୍ଫ ଡିକ୍ଲାରେସନ୍ ଦେବେ। ଏହା ଦ୍ୱାରା ସେମାନଙ୍କୁ ଖୋଜି ପୁଣି ପରୀକ୍ଷା କରାଯାଇପାରିବ।

ରିପୋର୍ଟ ନେଗେଟିଭ୍ ଥିଲେ ବି ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି। ସେଥି ମଧ୍ୟରୁ ପ୍ରଥମ ୭ ଦିନ କ୍ୱାରେଣ୍ଟାଇନ୍‌ରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି । ଅଷ୍ଟମ ଦିନ ସେମାନଙ୍କର ପୁଣି କୋଭିଡ୍ ଟେଷ୍ଟ କରାଯିବ । ଯଦି ପଜିଟିଭ୍ ଆସେ ସେହି ଅନୁଯାୟୀ ଚିକିତ୍ସା କରାଯିବ । ଯଦି ନେଗେଟିଭ୍ ଆସେ ସେମାନଙ୍କୁ ପୁଣି ୭ ଦିନ ସେଲ୍ଫ ଆଇସୋଲେସନ୍‌ରେ ରହିବାକୁ କୁହାଯିବ । ଯାହାର ପଜିଟିଭ୍ ଆସିବ ତାଙ୍କ ନମୁନାର ଜିନମ ସିକୁଏନ୍ସିଂ କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ଏଥିସହ ସେ କହିଛନ୍ତି, ଯେଉଁମାନେ ବିଦେଶରୁ ଫେରୁଛନ୍ତି, ସେମାନଙ୍କ ଘରେ ସଙ୍ଗରୋଧ ସୁବିଧା ନ ଥିଲେ, ଏହି ଦାୟିତ୍ୱ ଜିଲ୍ଲା ପ୍ରଶାସନ ମୁଣ୍ଡାଇବ। ଏହାବାଦ ପଜିଟିଭି ବାହାରିଲେ କିଛି ନିର୍ଦ୍ଦିଷ୍ଟ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ। ସେମାନେ ଯେପରି ଅନ୍ୟ ପଜିଟିଭ ରୋଗୀଙ୍କଠାରୁ ଅଲଗା ହୋଇ ଚିକିତ୍ସା ହୁଅନ୍ତି, ତାହାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ଓମିକ୍ରନ ପ୍ରଥମେ ୧୨ ଦେଶକୁ ବ୍ୟାପିଥିବା ବେଳେ ଗତକାଲି ଏହି ସଂଖ୍ୟା ୧୫ରେ ପହଞ୍ଚିଥିଲା। ହେଲେ ଆଜି ସୁଦ୍ଧା ଏହା ୨୬ଟି ଦେଶକୁ ବ୍ୟାପିଥିବା WHO ପକ୍ଷରୁ କୁହାଯାଇଛି।

 

Related story