ଝାଡ଼ୁ ମାରିଲେ ଗହମ ଗୋରୀ , କହିଲେ ମୁଁ କୋରାପୁଟ ବୋହୂ...

କୋରାପୁଟ( ସୂର୍ଯ୍ୟ ନାରାୟଣ ପଣ୍ଡା): ଘର ଓ ରାସ୍ତା ଉଭୟକୁ ଆମେ ସଫା ରଖିବା ଜରୁରି। ରାସ୍ତା ମଧ୍ୟ ଆମର ଘର ପରି। ଏହି ବାର୍ତ୍ତା ନେଇ କୋରାପୁଟର ଯୁବକ ତଥା ରାଇଜ୍ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ କମଳ କୁମାର ପାତ୍ର ଓ ତାଙ୍କ ସୁଇଜରଲାଣ୍ଡ ସାଥୀ ମାର୍ଟିନା ଷ୍ଟିଜର, ଥେରି ହୁଂଜ଼ୀକର, ଦେବରାହ ରିମଲ ଓ ନଟାଇଲ ଭତ୍ରା ପ୍ରମୁଖ, କୋରାପୁଟ ରାସ୍ତାଘାଟରେ ଆରମ୍ଭ କରିଛନ୍ତି ସଫେଇ କାମ। ଏହି କାର୍ଯ୍ୟକ୍ରମ ଡିସେମ୍ବର ୧୫ […]

43210

Tapas Behera
  • Published: Thursday, 17 October 2019
  • , Updated: 17 October 2019, 05:11 PM IST

କୋରାପୁଟ( ସୂର୍ଯ୍ୟ ନାରାୟଣ ପଣ୍ଡା): ଘର ଓ ରାସ୍ତା ଉଭୟକୁ ଆମେ ସଫା ରଖିବା ଜରୁରି। ରାସ୍ତା ମଧ୍ୟ ଆମର ଘର ପରି। ଏହି ବାର୍ତ୍ତା ନେଇ କୋରାପୁଟର ଯୁବକ ତଥା ରାଇଜ୍ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ କମଳ କୁମାର ପାତ୍ର ଓ ତାଙ୍କ ସୁଇଜରଲାଣ୍ଡ ସାଥୀ ମାର୍ଟିନା ଷ୍ଟିଜର, ଥେରି ହୁଂଜ଼ୀକର, ଦେବରାହ ରିମଲ ଓ ନଟାଇଲ ଭତ୍ରା ପ୍ରମୁଖ, କୋରାପୁଟ ରାସ୍ତାଘାଟରେ ଆରମ୍ଭ କରିଛନ୍ତି ସଫେଇ କାମ।

ଏହି କାର୍ଯ୍ୟକ୍ରମ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ପ୍ରଥମ ଦିନରେ କୋରାପୁଟ ବସଷ୍ଟାଣ୍ଡ ଅଂଚଳ ସଫା କରାଯାଇଥିଲା। ଅନ୍ୟଦିନ ଗୁଡିକରେ କୋରାପୁଟ ସହରର ବିଭିନ୍ନ ବିଦ୍ୟାଳୟରେ ସ୍ୱଛତା ଉପରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ବିଦେଶୀମାନେ ରାସ୍ତାଘାଟ ସଫା କରିବା କୋରାପୁଟରେ ଚର୍ଚ୍ଚାର ବିଷୟ ହୋଇଛି। ସେମାନଙ୍କ ସଫେଇ କାର୍ଯ୍ୟ ଦେଖିବାକୁ ଲୋକଙ୍କ ଗହଳି ଜମିଥିଲା।

ଶେଷରେ ସ୍ୱିଜରଲ୍ୟାଣ୍ଡ ଝିଅମ ମାର୍ଟିନା ଓଡ଼ିଆରେ ଭାଷଣ ଦେଇ କହିଥିଲେ, ମୁଁ କୋରାପୁଟର ବୋହୂ। ଆସନ୍ତୁ ଆମ କୋରାପୁଟକୁ ସଫ ରଖିବା। ତାଙ୍କର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି।

https://youtu.be/UkcD_FeWK-4

Related story