ବିଚିତ୍ର ନୀତି: ତାର ଟାଣିଲା ବିଦ୍ୟୁତ ବିଭାଗ, ଦଣ୍ଡ ପାଇଲେ ଚାଷୀ

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): କମଳା ବଗିଚାକୁ ତାର ଟାଣିଲା ବିଦ୍ୟୁତ୍‌ ବିଭାଗ। ସେହି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମଲା ମାଈ ହାତୀ। ସେଥିପାଇଁ ଦଣ୍ଡ ଭୋଗିଲେ ଦୁଇ ଚାଷୀ। ହେଲେ ବିଦ୍ୟୁତ୍‌ ବିଭାଗକୁ ସାତଖୁନ ମାଫ୍‌। ସେମାନଙ୍କ ବିରୋଧରେ କାଣିଚାଏ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ ବନ ବିଭାଗ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବନ ବିଭାଗର ଏପରି ବିଚିତ୍ର ଚିତ୍ର ଆସିଛି ଦେବଗଡ଼ ଜିଲ୍ଲାରୁ। ରିଆମାଳ ବନାଞ୍ଚଳରେ ଗତ ୧୫ […]

Forest

  • Published: Friday, 23 December 2022
  • , Updated: 23 December 2022, 07:03 PM IST

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): କମଳା ବଗିଚାକୁ ତାର ଟାଣିଲା ବିଦ୍ୟୁତ୍‌ ବିଭାଗ। ସେହି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମଲା ମାଈ ହାତୀ। ସେଥିପାଇଁ ଦଣ୍ଡ ଭୋଗିଲେ ଦୁଇ ଚାଷୀ। ହେଲେ ବିଦ୍ୟୁତ୍‌ ବିଭାଗକୁ ସାତଖୁନ ମାଫ୍‌। ସେମାନଙ୍କ ବିରୋଧରେ କାଣିଚାଏ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ ବନ ବିଭାଗ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବନ ବିଭାଗର ଏପରି ବିଚିତ୍ର ଚିତ୍ର ଆସିଛି ଦେବଗଡ଼ ଜିଲ୍ଲାରୁ।

ରିଆମାଳ ବନାଞ୍ଚଳରେ ଗତ ୧୫ ତାରିଖରେ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଥିଲା। ହାତୀର ମୃତ୍ୟୁ କେମିତି ହେଲା? ତାହାର ତଦନ୍ତ କରିଥିଲା ବନ ବିଭାଗ। ତଦନ୍ତ ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା। କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ୍‌ ଖିଲବେରେଣୀ ଗାଁରେ ଥିବା କମଳା ବଗିଚାକୁ ଯାଇଥିବା ଝୁଲନ୍ତା ଏଲ୍‌ଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟିଥିବା ତଦନ୍ତ ବେଳେ ବନ ବିଭାଗ ଜାଣିବାକୁ ପାଇଥିଲା। ଏହା ପରେ ବନ ବିଭାଗ ଦୁଇ ଚାଷୀ ରୁଦ୍ର ନାରାୟଣ ପ୍ରଧାନ ଓ ଗୋଲେଖ ବିଶ୍ୱଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବେଆଇନ୍‌ ଭାବେ କମଳା ବଗିଚାକୁ ବିଦ୍ୟୁତ ନେଇଥିବା ଅଭିଯୋଗରେ ଦୁଇ ଚାଷୀଙ୍କୁ ବନ ବିଭାଗ ଗିରଫ କରିଥିଲା।

ଗିରଫ ହୋଇଥିବା ଦୁଇ ଚାଷୀ ପ୍ରତିମାସ ବିଦ୍ୟୁତ ବିଭାଗରେ ବିଲ୍‌ ପୈଠ କରୁଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ଚାଷୀମାନେ ପ୍ରତି ମାସ ବିଲ୍‌ ପୈଠ କରୁଥିଲେ, ତା’ହେଲେ ବେଆଇନ୍‌ ଭାବେ ବିଦ୍ୟୁତ ସଂଯୋଗ କେମିତି ହୋଇଥିଲା? ଅନ୍ୟପକ୍ଷରେ କମଳା ବଗିଚାକୁ ଯାଇଥିବା ଏଲ୍‌ଟି ଲାଇନ୍‌ର ମଝିରେ ଗୋଟିଏ ବିଦ୍ୟୁତ ଖୁଣ୍ଟ ଦୀର୍ଘ ଦିନ ହେଲା ଭାଙ୍ଗି ଯାଇଥିଲା। ଏନେଇ ଚାଷୀମାନେ ବିଦ୍ୟୁତ ବିଭାଗରେ ଅଭିଯୋଗ କରିଥିଲେ। ହେଲେ ବିଦ୍ୟୁତ ବିଭାଗ ଖୁଣ୍ଟ ମରାମତି କରିନଥିଲା କି ନୂଆ ଖୁଣ୍ଟ ପୋତି ନଥିଲା। ଯେଉଁଥିପାଇଁ ବିଦ୍ୟୁତ ତାର ଝୁଲି ରହିଥିଲା। ବିଦ୍ୟୁତ ବିଭାଗର ଖାମଖିଆଲି ମନୋଭାବ ପାଇଁ ମାଈ ହାତୀର ଜୀବନ ଯାଇଥିଲା। ହେଲେ ବନ ବିଭାଗ, ବିଦ୍ୟୁତ ବିଭାଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଦୁଇ ଚାଷୀଙ୍କୁ ଗିରଫ କରି ନିଜ ଦୋଷ ଲୁଚାଇବାକୁ ଚେଷ୍ଟା କରିଛି।

ବିଦ୍ୟୁତ ବିଭାଗ ଦେଇଥିବା ରିପୋର୍ଟ ଆଧାରରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବନଖଣ୍ଡ ଅଧିକାରୀ କହିଛନ୍ତି। ସେ ଆହୁରି କହିଛନ୍ତି, ରେଞ୍ଜର, ଫରେଷ୍ଟର, ଫରେଷ୍ଟଗାର୍ଡଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରାଯାଇଛି। ଉତ୍ତର ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି।

Related story