‘ବିଏଡ୍ କଲେଜ ପାଇଁ ୯ କୋଟିର କୋଠା ତିଆରି କରି ଭୁଲିଗଲେ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଏଡ୍ କଲେଜର ଆବଶ୍ୟକତାକୁ ଆକଳନ କରିବାରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ମାଲକାନଗିରିରେ ବିଏଡ୍ କଲେଜ ପାଇଁ ନିର୍ମିତ ହୋଇଥିବା ୯.୧୨କୋଟି ଟଙ୍କାର କୋଠା ଏବେ ଭୂତକୋଠି ପାଲଟିଛି। ଉପଯୋଗ ଅଭାବରୁ କୋଠାର ଅଧିକାଂଶ ଝରକା,କବାଟ ଓ ଗ୍ରୀଲ ଚୋରି ହୋଇଗଲାଣି। ତେଣୁ ସମନ୍ୱୟର ଅଭାବରୁ କଲେଜ ଭିତ୍ତିଭୂମି ପ୍ରତିଷ୍ଠା ହୋଇଥିବା ଏହି ଅପଚୟ ନିମନ୍ତେ ସମ୍ପୃକ୍ତ ଅଧିକାରୀମାନଙ୍କୁ […]

CAG

CAG

Ordigital Desk
  • Published: Friday, 10 December 2021
  • Updated: 10 December 2021, 10:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଏଡ୍ କଲେଜର ଆବଶ୍ୟକତାକୁ ଆକଳନ କରିବାରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ମାଲକାନଗିରିରେ ବିଏଡ୍ କଲେଜ ପାଇଁ ନିର୍ମିତ ହୋଇଥିବା ୯.୧୨କୋଟି ଟଙ୍କାର କୋଠା ଏବେ ଭୂତକୋଠି ପାଲଟିଛି। ଉପଯୋଗ ଅଭାବରୁ କୋଠାର ଅଧିକାଂଶ ଝରକା,କବାଟ ଓ ଗ୍ରୀଲ ଚୋରି ହୋଇଗଲାଣି। ତେଣୁ ସମନ୍ୱୟର ଅଭାବରୁ କଲେଜ ଭିତ୍ତିଭୂମି ପ୍ରତିଷ୍ଠା ହୋଇଥିବା ଏହି ଅପଚୟ ନିମନ୍ତେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଉତ୍ତରଦାୟୀ କରିବାକୁ ସିଏଜି ପରାମର୍ଶ ଦେଇଛନ୍ତି।

ରାଜ୍ୟ ବିଧାନସଭାରେ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦ ମାର୍ଚ୍ଚ ଶେଷ ସମାପ୍ତ ବର୍ଷ ପାଇଁ ସାଧାରଣ ଓ ସାମାଜିକ କ୍ଷେତ୍ରର ସିଏଜି ଅଡିଟ ରିପୋର୍ଟକୁ ଉପସ୍ଥାପନ କରିଛନ୍ତି । ସିଏଜି ତାଙ୍କ ଅଡିଟ୍ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ୨୦୧୨ ଏପ୍ରିଲରେ ଆଦିବାସୀ ସବପ୍ଲାନ ଯୋଜନାରେ ଗୁଣାତ୍ମକ ଶିକ୍ଷାଦାନକୁ ସୁନିଶ୍ଚିତ କରିବା ପାଇଁ ବିଏଡ୍ କଲେଜ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ । ବିଶେଷକରି ଆଦିବାସୀ ପ୍ରାଧାନ୍ୟ ଜିଲ୍ଲାରେ ଗୁଣାତ୍ମକ ଶିକ୍ଷାଦାନ ଓ ଯୋଗ୍ୟ ଶିକ୍ଷକ ସୁନିଶ୍ଚିତ କରିବା ପାଇଁ ପ୍ରତି ଅନୁଷ୍ଠାନକୁ ପ୍ରତି ବ୍ୟାଚରେ ୧୦୦ଜଣ ପ୍ରଶିକ୍ଷାର୍ଥୀ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିଲା ।

ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିରେ ୨୦୧୨-୧୩ ମସିହାରେ ମାଲକାନଗିରିରେ ବିଏଡ୍ କଲେଜ ସ୍ଥାପନ କରାଯିବାର ପ୍ରସ୍ତାବ ଦିଆଯାଇଥିଲା । ଅଡିଟ୍ ବେଳେ ଜଣାପଡ଼ିଛି ଯେ, ୨୦୧୨ ଅଗଷ୍ଟରୁ ୨୦୧୬ ଡିସେମ୍ବର ମାସ ମଧ୍ୟରେ ଏହି ବିଏଡ୍ କଲେଜ ନିର୍ମାଣ ପାଇଁ ଅନୁସୂଚିତ ଜନଜାତି ବିଭାଗ ଦ୍ୱାରା ୧୦.୧୨କୋଟି ଟଙ୍କା ଅନୁମୋଦନ କରାଯାଇଛି । କଲେଜକୁ କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ସୃଷ୍ଟି ପାଇଁ ମଧ୍ୟ ଅର୍ଥ ବିଭାଗ ସହମତି ପ୍ରଦାନ କରିଥିଲେ ।

ମାଲକାନଗିରିର ୫ଏକର ଜମିର ୧୮୮୮୫ ବର୍ଗଫୁଟ ଅଂଚଳରେ ଏକାଡେମିକ କୋଠା, ଛାତ୍ର ଓ ଛାତ୍ରୀନିବାସ, ୧୭ଟି କର୍ମଚାରୀ କ୍ୱାର୍ଟର୍ସ ନିର୍ମାଣ କାର୍ଯ୍ୟ ୨୦୧୮ ଫେବୃୟାରୀ ୨୦ତାରିଖରେ ୯.୧୨କୋଟି ଟଙ୍କା ବ୍ୟୟରେ ଶେଷ ହୋଇଥିଲା । ୨୦୧୮ ଜୁଲାଇ ୨୬ରେ ଏହି କଲେଜ ଉଦଘାଟିତ ମଧ୍ୟ ହୋଇଥିଲା । ମାତ୍ର ପରେ ଏହା ଅବ୍ୟବହୃତ ହୋଇ ପଡ଼ି ରହିଥିଲା । ବିଏଡ୍ କଲେଜ ପରିଚାଳନା ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ରହିଥାଏ । ତେଣୁ ଏହି କଲେଜକୁ ୨୦୧୯ ଅକ୍ଟୋବର ୯ତାରିଖରେ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର କରିବା ପାଇଁ ମାଲକାନଗିରି ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ ତତକାଳୀନ ଅନୁସୂଚିତ ଜନଜାତି ନିର୍ଦ୍ଦେଶକଙ୍କୁ ଅନୁରୋଧ କରିଥିଲେ । ଏହାସତ୍ତ୍ୱେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି କୋଠାକୁ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନେଇନଥିଲେ ।

୨୦୨୧ ଜୁନ୍ ମାସ ପର୍ଯ୍ୟନ୍ତ ଏହି କଲେଜର ନିର୍ମାଣ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଇନି । କୋଠାଗୁଡ଼ିକ ଅବ୍ୟବହୃତ ହୋଇ ପଡ଼ିରହିଥିଲା । ବିଏଡ୍ କଲେଜ କାର୍ଯ୍ୟକ୍ଷମ ପାଇଁ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦର ଅନୁମତି ମିଳିନଥିଲା । ଯେଉଁଥିପାଇଁ ଶିକ୍ଷକ ଓ ଅଣଶିକ୍ଷକ ମଧ୍ୟ ସେଠାରେ ନିଯୁକ୍ତି ହୋଇପାରିନାହିଁ । ଏହି କାରଣରୁ ୩ବର୍ଷରୁ ଅଧିକ ସମୟ ଧରି ସେହି କଲେଜ କୋଠା ନିର୍ମାଣରେ ୯.୧୨ କୋଟି ଟଙ୍କା ଅଯଥା ବ୍ୟୟ ହେଲା ବୋଲି ସିଏଜି କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story