ପୁଅ ଦେଲା ସୂଚନା, ବାପାଙ୍କୁ ପୁଣି ଥରେ ଡାକିଲା ଇଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡିରେ ଆଜି ହାଜର ହୋଇଛନ୍ତି ପୂର୍ବତନ ଆଇଏଫ୍ଏସ୍ ଅଧିକାରୀ ଅଭୟକାନ୍ତ ପାଠକ । ଏହାକୁ ମିଶାଇ ଅଭୟକାନ୍ତ ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି । ଚାକିରୀ ଦେବା ନାଁରେ ଠକେଇ ଓ ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ଆଜି ସେ ହାଜର ହୋଇଛନ୍ତି  । ଏହା ପୂର୍ବରୁ ତାଙ୍କ ପୁଅ ଆକାଶ ପାଠକକଙ୍କୁ ଡାକି ଇଡି ଜେରା କରିଥିଲା । ଆକାଶଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଅଭୟଙ୍କୁ […]

ifs

Niharika Rout
  • Published: Thursday, 25 November 2021
  • , Updated: 25 November 2021, 01:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡିରେ ଆଜି ହାଜର ହୋଇଛନ୍ତି ପୂର୍ବତନ ଆଇଏଫ୍ଏସ୍ ଅଧିକାରୀ ଅଭୟକାନ୍ତ ପାଠକ । ଏହାକୁ ମିଶାଇ ଅଭୟକାନ୍ତ ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି ।

ଚାକିରୀ ଦେବା ନାଁରେ ଠକେଇ ଓ ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ଆଜି ସେ ହାଜର ହୋଇଛନ୍ତି  । ଏହା ପୂର୍ବରୁ ତାଙ୍କ ପୁଅ ଆକାଶ ପାଠକକଙ୍କୁ ଡାକି ଇଡି ଜେରା କରିଥିଲା । ଆକାଶଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଅଭୟଙ୍କୁ ଡକାଯାଇଥିବା କୁହାଯାଉଛି ।

ପୂର୍ବରୁ  ଅକ୍ଟୋବର ୫ରେ ଅଭୟଙ୍କୁ ଇଡି ଜେରା କରିଥିଲା । ଆର୍ଥିକ ହେରଫେର ମାମଲାରେ ସେତେବେଳେ ତାଙ୍କୁ ଜେରା କରାଯାଇଥିଲା । ସେପଟେ ଦୁର୍ନୀତି, ଭ୍ରଷ୍ଟାଚାର ଓ କ୍ଷମତାର ଅପବ୍ୟବହାର ଅଭିଯୋଗ ପରେ ରାଜ୍ୟ ସରକାରଙ୍କ ସୁପାରିଶ ଆଧାରରେ ଗତ ମେ’ ମାସରେ କେନ୍ଦ୍ର ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ।

୯.୩ କୋଟି ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଗତବର୍ଷ ନଭେମ୍ବର ୨୭ ତାରିଖରେ ଅଭୟ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଥିଲା ଗତ ଜୁନ୍ ମାସରେ ଅଭୟକାନ୍ତ ଜାମିନରେ ମୁକୁଳିଥିଲେ   ।

Related story