ସମିତି ସଭ୍ୟ ପାଇଁ ନାମାଙ୍କନ ଦାଖଲ କଲେ ପୂର୍ବତନ ମନ୍ତ୍ରୀ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ସମିତି ସଭ୍ୟ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତନ ମନ୍ତ୍ରୀ। ୩ ଥର ବିଧାୟିକା ତଥା ୨ ଥର ମନ୍ତ୍ରୀ ହୋଇଥିବା ଅଞ୍ଜଳି ବେହେରା ଗତକାଲି ସମିତି ସଭ୍ୟ ପଦ ପାଇଁ ନାମାଙ୍କନ ଦାଖଲ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗତକାଲି ନାମାଙ୍କନ ଦାଖଲର ଶେଷ ଦିନ ଥିବା ବେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଗିରିଧରପ୍ରସାଦ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ […]

anjali-behera

Niharika Rout
  • Published: Saturday, 22 January 2022
  • , Updated: 22 January 2022, 04:11 PM IST

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ସମିତି ସଭ୍ୟ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତନ ମନ୍ତ୍ରୀ। ୩ ଥର ବିଧାୟିକା ତଥା ୨ ଥର ମନ୍ତ୍ରୀ ହୋଇଥିବା ଅଞ୍ଜଳି ବେହେରା ଗତକାଲି ସମିତି ସଭ୍ୟ ପଦ ପାଇଁ ନାମାଙ୍କନ ଦାଖଲ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଗତକାଲି ନାମାଙ୍କନ ଦାଖଲର ଶେଷ ଦିନ ଥିବା ବେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଗିରିଧରପ୍ରସାଦ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ।

ଅଞ୍ଜଳି କହିଛନ୍ତି, ନିର୍ବାଚନ ଲଢ଼ିବାକୁ ପଡ଼ିବ । ତୃଣମୂଳ ସ୍ତରରେ ସଙ୍ଗଠନ କରିବାକୁ ହେଲେ ଲୋକଙ୍କ ପାଖକୁ ଯିବାକୁ ପଡ଼ିବ । ଦଳ ପରିବର୍ତ୍ତନ ହେତୁ ୭ ବର୍ଷ ହେଲା ଲୋକଙ୍କଠାରୁ ଦୂରେଇ ଯାଇଥିଲି।   ଲୋକଙ୍କ ନିକଟକୁ ଯିବାକୁ ହେଲେ ଏବେ ନିର୍ବାଚନ ଥିବାରୁ ନିର୍ବାଚନ ଲଢ଼ୁଛି।

ଅଞ୍ଜଳି ପୂର୍ବରୁ ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ଦୁଇ ଦୁଇ ଥର ମନ୍ତ୍ରୀ ପଦରେ ମଧ୍ୟ ବସିଥିଲେ। ବିଜେଡିରେ ବିଧାୟକ ହେବା ପରେ ଥରେ ବୟନଶିଳ୍ପ ମନ୍ତ୍ରୀ ଓ ପରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ହୋଇଥିଲେ। ପରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ ହୋଇଥିଲେ ଓ ଟିକେଟ୍ ମଧ୍ୟ ପାଇ ନ ଥିଲେ। ଗତ କିଛି ଦିନ ତଳେ ଅଞ୍ଜଳି ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ, ଦୁଇ ପୂର୍ବତନ ବିଧାୟକ ହେଲେ ପ୍ରଫୁଲ୍ଲ ଜେନା ଓ ହାଲୁ ମୁଣ୍ଡାରି ମଧ୍ୟ ଏଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେମାନେ ଜିଲ୍ଲା ପରିଷଦ ସଭ୍ୟ ହେବା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

https://youtu.be/-sFg11vR-3E

 

Related story