Advertisment

ଓଡ଼ିଶା ଆସିବ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ‘ଡାକୋଟା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଫେରିବ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅତି ପ୍ରିୟ ସାଥୀ ‘ଡାକୋଟା’। ଏଥିପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଚିଠି ଲେଖାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ର। ବିଜୁବାବୁଙ୍କ କଳିଙ୍ଗ ଏୟାରଲାଇନ୍ସର ଡାକୋଟା ବିମାନ ଏବେ କୋଲକାତାର ନେତାଜୀ ବିମାନ ବନ୍ଦରରେ ଜରାଜୀର୍ଣ୍ଣ ଅବସ୍ଥାରେ ଡମ୍ପିଂୟାର୍ଡରେ ଖତ ଖାଉଛି। ଏହାକୁ ଓଡ଼ିଶା ଆଣିବା […]

ଓଡ଼ିଶା ଆସିବ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ‘ଡାକୋଟା’

dd

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଫେରିବ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅତି ପ୍ରିୟ ସାଥୀ ‘ଡାକୋଟା’। ଏଥିପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଚିଠି ଲେଖାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ର।

Advertisment

ବିଜୁବାବୁଙ୍କ କଳିଙ୍ଗ ଏୟାରଲାଇନ୍ସର ଡାକୋଟାବିମାନ ଏବେ କୋଲକାତାର ନେତାଜୀ ବିମାନ ବନ୍ଦରରେ ଜରାଜୀର୍ଣ୍ଣ ଅବସ୍ଥାରେ ଡମ୍ପିଂୟାର୍ଡରେ ଖତ ଖାଉଛି। ଏହାକୁ ଓଡ଼ିଶା ଆଣିବା ପାଇଁ ଆଜି ଲୋକସେବା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଯେଉଁଠି ଏନେଇ ଅନୁମୋଦନ ମିଳିଥିବା ମନୋଜ ମିଶ୍ର କହିଛନ୍ତି। ଓଡ଼ିଶାକୁ ଡାକୋଟା ଆଣିବା ପରେ ଏହାକୁ କେଉଁଠି ରଖାଯିବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ପରିବହନ ସଚିବ କହିଛନ୍ତି।

୧୯୪୭ ମସିହାରେ ପାକିସ୍ତାନୀ ଶତ୍ରୁ ବଳୟ ଭିତରେ ପଶି ଶ୍ରୀନଗରରେ ଭାରତୀୟ ସେନାଙ୍କୁ ଏୟାଲିଫ୍‌ଟ କରିବା ହେଉ କି ସେନା ପାଇଁ ଗୋଳାବାରୁଦ ଓ ଔଷଧ ପରିବହନ, ଅଥବା ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀଙ୍କୁ ଡଚ୍‌ଙ୍କ କବଳରୁ ଉଦ୍ଧାର, ଏ ସମସ୍ତ ଦୁଃସାହସିକ ଅଭିଯାନରେ ଦୁର୍ଦ୍ଦଶ ପାଇଲଟ୍ ବିଜୁ ପଟ୍ଟନାୟକଙ୍କ ସାଥୀ ଥିଲା ଡାକୋଟା ବିମାନ। ସେହି ବିମାନ ଏବେ କୋଲକାତା ବିମାନ ବନ୍ଦରରେ ପଡ଼ି ରହିଛି। ଯାହାକୁ ଫେରାଇ ଆଣିବା ପାଇଁ ଏୟାରପୋର୍ଟ ଅଥରି ଅଫ୍ ଇଣ୍ଡିଆର ଅଧ୍ୟକ୍ଷଙ୍କୁ ଓଡ଼ିଶା ସରକାର ପୂର୍ବରୁ ପତ୍ର ଲେଖିଥିଲେ।

Advertisment

ବିଶାଳକାୟ ଡାକୋଟା ବିମାନକୁ ଆଣି ସ୍ମାରକୀରେ ପରିଣତ କରିବାକୁ ଯୋଜନା କରାଯାଇଥିଲା। ହେଲେ କେଉଁଠି ରଖାଯିବ ସେ ନେଇ ସ୍ଥାନ ସ୍ଥିର ହୋଇନଥିଲା। ବିଜୁ ବାବୁଙ୍କ ଜନ୍ମସ୍ଥାନ କଟକର ଆନନ୍ଦ ଭବନରେ ଏହାକୁ ରଖିବାକୁ ରାଜ୍ୟ ସରକାର ଯୋଜନା କରୁଥିବା ବେଳେ, ସେଠାରେ ଏହାକୁ ରଖିବା ଭଳି ଏତେ ବଡ଼ ସ୍ଥାନ ନଥିବାରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପରିସରରେ ରଖିବାକୁ ଦାବି ହେଉଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe