Advertisment

ବଢ଼ିଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡ଼ୁଆ, ସାନି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ

ସାଲେପୁର(ମନୋଜ ଆଚାର୍ଯ୍ୟ): ମାହାଙ୍ଗା ଡବଲ ମର୍ଡର ମାମଲାରେ ବଢ଼ିଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ। ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ପ୍ରସଙ୍ଗରେ ସାନି ତଦନ୍ତ କରିବାକୁ ମାହାଙ୍ଗା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଲେ ସାଲେପୁର JMFC କୋର୍ଟ। ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ IICଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ପ୍ରୋଟେଷ୍ଟ ପିଟିସନ ଆଧାରରେ ନିର୍ଦ୍ଦେଶ ଦେଲେ JMFC କୋର୍ଟ। ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ପ୍ରୋଟେଷ୍ଟ ପିଟିସନ କରିଥିଲେ। ଚାର୍ଜସିଟ୍‌ରେ ମନ୍ତ୍ରୀଙ୍କ ନାଁ ନଥିବାରୁ କୋର୍ଟରେ ପିଟିସନ […]

ଅଦ୍ୟତନ ହୋଇଛି
ବଢ଼ିଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡ଼ୁଆ, ସାନି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ

Kulamani-and-Pratap

Advertisment

ସାଲେପୁର(ମନୋଜ ଆଚାର୍ଯ୍ୟ): ମାହାଙ୍ଗା ଡବଲ ମର୍ଡର ମାମଲାରେ ବଢ଼ିଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ। ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ପ୍ରସଙ୍ଗରେ ସାନି ତଦନ୍ତ କରିବାକୁ ମାହାଙ୍ଗା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଲେ ସାଲେପୁର JMFC କୋର୍ଟ। ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ IICଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ପ୍ରୋଟେଷ୍ଟ ପିଟିସନ ଆଧାରରେ ନିର୍ଦ୍ଦେଶ ଦେଲେ JMFC କୋର୍ଟ। ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ପ୍ରୋଟେଷ୍ଟ ପିଟିସନ କରିଥିଲେ। ଚାର୍ଜସିଟ୍‌ରେ ମନ୍ତ୍ରୀଙ୍କ ନାଁ ନଥିବାରୁ କୋର୍ଟରେ ପିଟିସନ କରିଥିଲେ। ମନ୍ତ୍ରୀଙ୍କ ନାଁକୁ ବାଦ ଦେଇ ଚାର୍ଜସିଟ୍‌ ଦାଖଲ କରିଥିଲା ପୁଲିସ।

Advertisment

ଗତ ଜାନୁଆରୀରେ ସାଲେପୁରର ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବାଇକ୍‌ରେ ଘରକୁ ଆସୁଥିଲେ। ଘରଠାରୁ ଅଳ୍ପ ଦୂରରେ ତାଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା। ଘଟଣାସ୍ଥଳରେ କୁଳମଣିଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିଲେ ଦିବ୍ୟସିଂହ। ତାଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା।  ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ମର୍ଡରରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା ଦର୍ଶାଇ କୁଳମଣିଙ୍କ ପୁଅ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ମନ୍ତ୍ରୀଙ୍କୁ ଛାଡ଼ି ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ତଥାକଥିତ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କର ଗିରଫ ପୂର୍ବରୁ ମୃତ୍ୟୁ ହୋଇଥିଲା। ଫେରାର ହେବାର କିଛି ଦିନ ପରେ ଟ୍ରକ୍‌ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ତାଙ୍କ ମୁଣ୍ଡ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିବା ବେଳେ ତାକୁ ଚିହ୍ନଟ କରିବା ସମ୍ଭବପର ହୋଇପାରି ନ ଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe