ସାଇକେଲ୍‌ରେ ସୁରତରୁ ଗଞ୍ଜାମ, ଆସିବାକୁ ଲାଗିଲା ୧୪ ଦିନ

ଛତ୍ରପୁର(ଆଲୋକ ଗୌଡ଼): ଗଞ୍ଜାମରୁ ସୁରତ ସୁଦୀର୍ଘ ପଥ। ଆଖି ପାଉନି। ତଥାପି ହାର ମାନିନାହାନ୍ତି ଗଞ୍ଜାମର ପିଣ୍ଟୁ ସ୍ୱାଇଁ। ‘କରୋନା’ ଯନ୍ତ୍ରଣାରେ ଜର୍ଜରିତ ହୋଇ ଏହି ପଥକୁ ସାଇକେଲରେ ଅତିକ୍ରମ କରି ପହଞ୍ଚିଛନ୍ତି ଘରେ। ସେ ତାଙ୍କର ୩ ସହଯୋଗୀଙ୍କ ସହ ଦୀର୍ଘ ୧୮୦୦ କିଲୋମିଟର ପଥ ଅତିକ୍ରମ କରି ଘରେ ପହଞ୍ଚିଛନ୍ତି। ବିଷ୍ଣୁଚକ୍ର ଗାଁରେ ପିଣ୍ଟୁ, ଡୁଙ୍କାପଡ଼ା ଗ୍ରାମର ବାବୁଲି ବେହେରା ଓ ବାଲିଛାଇ ଗାଁର କର୍ପୁର ନାହାକ ଦୀର୍ଘ ୨୦ ବର୍ଷ ହେବ ସୁରତରେ […]

surat

Manoranjan Sial
  • Published: Wednesday, 29 April 2020
  • , Updated: 29 April 2020, 04:22 PM IST

ଛତ୍ରପୁର(ଆଲୋକ ଗୌଡ଼): ଗଞ୍ଜାମରୁ ସୁରତ ସୁଦୀର୍ଘ ପଥ। ଆଖି ପାଉନି। ତଥାପି ହାର ମାନିନାହାନ୍ତି ଗଞ୍ଜାମର ପିଣ୍ଟୁ ସ୍ୱାଇଁ। ‘କରୋନା’ ଯନ୍ତ୍ରଣାରେ ଜର୍ଜରିତ ହୋଇ ଏହି ପଥକୁ ସାଇକେଲରେ ଅତିକ୍ରମ କରି ପହଞ୍ଚିଛନ୍ତି ଘରେ। ସେ ତାଙ୍କର ୩ ସହଯୋଗୀଙ୍କ ସହ ଦୀର୍ଘ ୧୮୦୦ କିଲୋମିଟର ପଥ ଅତିକ୍ରମ କରି ଘରେ ପହଞ୍ଚିଛନ୍ତି।

ବିଷ୍ଣୁଚକ୍ର ଗାଁରେ ପିଣ୍ଟୁ, ଡୁଙ୍କାପଡ଼ା ଗ୍ରାମର ବାବୁଲି ବେହେରା ଓ ବାଲିଛାଇ ଗାଁର କର୍ପୁର ନାହାକ ଦୀର୍ଘ ୨୦ ବର୍ଷ ହେବ ସୁରତରେ ଶ୍ରମିକ ଭାବେ କାମ କରୁଥିଲେ। ସେଥିରେ ଚଳେ ତାଙ୍କର ପୂରା ପରିବାର। ତେବେ ‘କରୋନା’ ପାଇଁ ଦିଆଯାଇଥିବା ଲକ୍‌ଡାଉନ୍‌ ଯୋଗୁ ଗତ ୪ ମାସ ହେଲା ସୁରତରେ ସବୁ ଠପ୍‌ ହୋଇଯାଇଛି। ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ହୋଇଗଲା।

ଲକ୍‌ଡାଉନ୍‌ ଯୋଗୁଁ ସେଠାରେ ଖାଇବାକୁ ମିଳିଲା ନାହିଁ। ପାଖରେ ଯାହା ସଞ୍ଚିତ ଅର୍ଥ ଥିଲା, ସବୁ ସରିଗଲା। କମ୍ପାନୀ ମାଲିକ ପାଖରୁ କୌଣସି ସାହାଯ୍ୟ ନ ମିଳିବାରୁ ଗତ ୧୫ ତାରିଖରେ ଏହି ୩ ସାଙ୍ଗ ସୁରତରୁ ବାହାରିଲେ। ରାସ୍ତାରେ ଯେଉଁଠି ଯାହା ଖାଇବାକୁ ମିଳିଥିଲା ତାକୁ ଖାଇ ଚଳିଗଲେ। ଦିନକୁ ୧୫ରୁ ୧୭ ଘଣ୍ଟା ସାଇକେଲ୍‌ ଚଲାଉଥିଲେ। ୧୪ ଦିନର ଯାତ୍ରା ପରେ ପିଣ୍ଟୁ ଓ ତାଙ୍କ ସାଙ୍ଗମାନେ ଘରେ ପହଞ୍ଚିଥିଲେ। ଏବେ ସେମାନେ ନିଜ ଗାଁରେ ସଂଘରୋଧ ଗୃହରେ ଅଛନ୍ତି।

Related story