... ମୋ ମରିବା ପାଇଁ ପଡ଼ୋଶୀ... ଦାୟୀ

ଆଳି (ବନମାଳୀ ସାହୁ): … ମୋ ମରିବା ପାଇଁ ପଡ଼ୋଶୀ… ଦାୟୀ। ଏମିତି ସୁଇସାଇଡ୍‌ ନୋଟ୍‌ ଲେଖି ଝୁଲି ପଡ଼ିଲେ ଯୁବତୀ। ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ସୁଇସାଇଡ୍‌ ନୋଟ୍‌ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଜମିବାଡ଼ି ବିବାଦକୁ ନେଇ ସିଙ୍ଗିରି ଗାଁର ସୁକାନ୍ତ ବେହେରା ଓ ପଡୋଶୀ ଅକ୍ଷୟ ବେହେରାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହାକୁ କେନ୍ଦ୍ରକରି ୨ ବର୍ଷ […]

Ali

  • Published: Monday, 12 December 2022
  • , Updated: 12 December 2022, 10:27 PM IST

ଆଳି (ବନମାଳୀ ସାହୁ): ... ମୋ ମରିବା ପାଇଁ ପଡ଼ୋଶୀ... ଦାୟୀ। ଏମିତି ସୁଇସାଇଡ୍‌ ନୋଟ୍‌ ଲେଖି ଝୁଲି ପଡ଼ିଲେ ଯୁବତୀ। ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ସୁଇସାଇଡ୍‌ ନୋଟ୍‌ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ଜମିବାଡ଼ି ବିବାଦକୁ ନେଇ ସିଙ୍ଗିରି ଗାଁର ସୁକାନ୍ତ ବେହେରା ଓ ପଡୋଶୀ ଅକ୍ଷୟ ବେହେରାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହାକୁ କେନ୍ଦ୍ରକରି ୨ ବର୍ଷ ତଳେ ଉଭୟ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତିକ୍ତତା ବଢ଼ିବାରୁ ଅକ୍ଷୟ ଓ ତାଙ୍କ ପରିବାର ଲୋକେ ସୁକାନ୍ତଙ୍କ ଝିଅ ସ୍ନିଗ୍ଧାକୁ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ସ୍ନିଗ୍ଧାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା।

ସ୍ନିଗ୍ଧାଙ୍କୁ ମେଡ଼ିକାଲ୍‌ ନିଆଯାଇଥିଲା। ଚିକିତ୍ସା ପରେ କ୍ଷତ ସିନା ଭରି ଯାଇଥିଲା। ହେଲେ ମୁଣ୍ଡ ଭିତର ଯନ୍ତ୍ରଣା ଭଲ ହୋଇନଥିଲା। ଅସହ୍ୟ ହେଉଥିଲା ଯନ୍ତ୍ରଣା। ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ପରିବାର ଲୋକ ଡାକ୍ତରଖାନା ନେଇ ପାରିନଥିଲେ। ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଶେଷ ରାସ୍ତା ବାଛି ନେଲେ ସ୍ନିଗ୍ଧା। ରବିବାର ବିଳମ୍ୱିତ ରାତିରେ ବେକରେ ରଶି ଲଗାଇ ଝୁଲି ପଡ଼ିଲେ। ଆତ୍ମହତ୍ୟା ପୂର୍ବରୁ ଛାଡ଼ିଗଲେ ସୁଇସାଇଡାଲ୍‌ ନୋଟ୍‌। ଯେଉଁଥିରେ ରହିଛି ସ୍ନିଗ୍ଧାଙ୍କ ଆତ୍ମହତ୍ୟାର କାରଣ।

ସୁଇସାଇଡାଲ୍‌ ନୋଟ୍‌ରେ ଉଲ୍ଲେଖ ରହିଛି, ମୋର ମୁଣ୍ଡରେ ମାଡ଼ ହୋଇଥିବାରୁ ଅସହ୍ୟ ଯନ୍ତ୍ରଣା ହେଉଥିଲା। ପରିବାର ଆର୍ଥିକ ଅବସ୍ଥା ଭଲ ନଥିବାରୁ ମୁଁ ଘରେ ଏକଥା କହି ପାରୁନଥିଲି। ବୁଢ଼ୀ ମା’ ଦେହ ମଧ୍ୟ ଖରାପ ରହିଛି। ତାଙ୍କ ପିଛେ ବହୁ ପଇସା ଖର୍ଚ୍ଚ ହେଉଛି। ମୋର ମୁଣ୍ଡ ଯନ୍ତ୍ରଣା ଅଧିକ ହେଉଥିବାରୁ ମୁଁ ରାଶି ଲଗାଇ ଆତ୍ମହତ୍ୟା କରୁଛି। ମୋ’ ମାରିବା ପାଇଁ ପଡୋଶୀ ଅକ୍ଷୟ ବେହେରା ଓ ତାଙ୍କ ପରିବାର ଲୋକେ ଦାୟୀ, ଏମିତି କେତେକଣ ସେ ଲେଖିଛନ୍ତି।

ସ୍ନିଗ୍ଧା ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକେ ଥାନା ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ସୁଇସାଇଡ୍‌ ନୋଟକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Related story