ଅଟୋ ଚାଳକଙ୍କ ଝିଅକୁ ବାନ୍ଧି ପାରିଲାନି ଅଭାବ ଅନଟନର ବେଡ଼ି

କଟକ(ଓଡ଼ିଶା ରିପୋର୍ଟର):କଥାରରେ ଅଛି ଦୃଢ ଇଚ୍ଛା ଶକ୍ତି ଥିଲେ ସବୁକିଛି ସମ୍ଭବ। ଆଉ ଲକ୍ଷ୍ୟ ଯଦି ସ୍ଥିର ତେବେ ସଫଳତା ନିଶ୍ଚୟ । ଛାତ୍ରୀ ଜୀବନରେ ଏଭଳି ସଫଳତା ହାସଲ କରିଛନ୍ତି କଟକର ଜଣେ ଅଟୋଚାଳକଙ୍କ ଝିଅ ପୁଜା ସାହୁ  । ଯୁକ୍ତ ଦୁଇ କଳାରେ ସେ ୫୪୦ ନମ୍ବର ରଖି ସାରା ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଭବିଷ୍ୟତରେ ଜଣେ ଶିକ୍ଷୟିତ୍ରୀ ହେବାକୁ ଲକ୍ଷ୍ୟ ରଖିଥିବା ପୂଜାଙ୍କ ଏହି ସଫଳତା ପରେ ଘରେ ଖୁସିର […]

sai

Tapas Behera
  • Published: Saturday, 22 June 2019
  • , Updated: 22 June 2019, 07:39 PM IST

କଟକ(ଓଡ଼ିଶା ରିପୋର୍ଟର):କଥାରରେ ଅଛି ଦୃଢ ଇଚ୍ଛା ଶକ୍ତି ଥିଲେ ସବୁକିଛି ସମ୍ଭବ। ଆଉ ଲକ୍ଷ୍ୟ ଯଦି ସ୍ଥିର ତେବେ ସଫଳତା ନିଶ୍ଚୟ । ଛାତ୍ରୀ ଜୀବନରେ ଏଭଳି ସଫଳତା ହାସଲ କରିଛନ୍ତି କଟକର ଜଣେ ଅଟୋଚାଳକଙ୍କ ଝିଅ ପୁଜା ସାହୁ  । ଯୁକ୍ତ ଦୁଇ କଳାରେ ସେ ୫୪୦ ନମ୍ବର ରଖି ସାରା ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଭବିଷ୍ୟତରେ ଜଣେ ଶିକ୍ଷୟିତ୍ରୀ ହେବାକୁ ଲକ୍ଷ୍ୟ ରଖିଥିବା ପୂଜାଙ୍କ ଏହି ସଫଳତା ପରେ ଘରେ ଖୁସିର ଲହରୀ।

ବାପା ଅଟୋ ଚାଳକ।  ଘର କହିଲେ କଟକ ସହରରେ ଗୋଟିଏ ବଖରା॥  ପେଟ ପାଟଣା ପାଇଁ ସାମ୍ନା କରିବାକୁ ପଡେ ଅନେକ ଝଡଝଞ୍ଜା । ହେଲେ ଏହାରି ଭିତରେ ବି ବାପାଙ୍କ ନାଁ ରଖିଛନ୍ତି କଟକର ପୁଜା ସାହୁ  । ରେଭେନ୍ସା ଜୁନିଅର କଲେଜରେ ପଢୁଥିବା ପୂଜା, ଯୁକ୍ତ ୨ କଳା ପରୀକ୍ଷାରେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ପରେ ଏବେ ସେ ଚର୍ଚ୍ଚାରେ।  ସମୁଦାୟ 540 ନମ୍ବର ରଖିଥିବା ପୂଜା ଏହି ସଫଳତା ପାଇଁ ଅନେକ ଅସୁବିଧାର ସାମ୍ନା କରିଛନ୍ତି ।

ଦିନ ବେଳା ପାଠ ପଢା ସମ୍ଭବ ହେଉନଥିବାରୁ ସମସ୍ତେ ଶୋଇବା ପରେ ରାତିରେ ଆରମ୍ଭ ହୁଏ ପାଠ ପଢା। ଅନେକ ପ୍ରତିକୂଳ ସ୍ଥିତି ପରେ ମଧ୍ୟ ପୂଜା ସଫଳତା ପାଇ ବେଶ ଖୁସି । ଆଗକୁ ଜଣେ ପ୍ରଶାସନିକ ଅଧିକାରୀ କିମ୍ବା ଶିକ୍ଷୟିତ୍ରୀ ହେବା ପାଇଁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତିା

ଝିଅର ଏହି ସଫଳତା ପରେ ଖୁସିରେ ଆତ୍ମହରା ବାପା ଓ ମା। ନିଜେ ଅଭାବ ପାଇଁ ପାଠ ପଢି ପାରି ନଥିଲେ ମଧ୍ୟ ଝିଅ ପାଠ ପଢିବ ଆଉ ସ୍ୱପ୍ନ ପୂରଣ କରିବ ବୋଲି ଆଶା ରଖିଥିଲେ । ପିଲାଙ୍କ ପାଠ ପଢା ପାଇଁ  ବିଭିନ୍ନ ଫାଇନାନ୍ସ ସଂସ୍ଥା ଠାରୁ ଋ଼ଣ ମଧ୍ୟ କରିଛନ୍ତି ବାଳକୃଷ୍ନ । ହେଲେ ନା କେବେ ସେ ହାରିଛନ୍ତି ନା ପଛକୁ ଫେରିଛନ୍ତି । ଆଗକୁ ମଧ୍ୟ ଝିଅର ପାଠାପଢା ପାଇଁ ସମସ୍ତ ପ୍ରଚାର ଚେଷ୍ଟା ଜାରି ରଖିବେ ବୋଲି ବାଳକୃଷ୍ଣ କହିଛନ୍ତି।

Related story