କଥା ଦେଇ ଆଣିଲେ, ପ୍ରେମିକାଙ୍କୁ ଅଧା ବାଟରେ ଓହ୍ଲାଇଦେଲେ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): କଥା ଦେଇ ପ୍ରେମିକାକୁ ସାଥୀରେ ଧରି ଆସିଲେ। ହେଲେ ଅଧାରାସ୍ତାରେ ଓହ୍ଲାଇ ଦେଇ ପଳାଇଗଲେ ପ୍ରେମିକ ଓ ତାଙ୍କ ପରିବାର ଲୋକ। ଏବେ ନ୍ୟାୟ ପାଇଁ ପ୍ରେମିକଙ୍କ ଘର ସାମ୍ନାରେ ଧାରଣାରେ ବସିଛି ପ୍ରେମିକା। ଦିନେ କି ଦୁଇ ଦିନ ନୁହେଁ, ତିନି ଦିନ ଧରି ସେ ଧାରଣାରେ ବସିଛନ୍ତି। ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଞ୍ଚଳରୁ। ପୂରା ଘଟଣାଟି ଏମିତି। ସଇଁନ୍ତଲା ଥାନା ଅଞ୍ଚଳର ନେହା(ଛଦ୍ମନାମ)ଙ୍କୁ କନ୍ଧେନବାହଲି […]

bolangir

Manoranjan Sial
  • Published: Saturday, 12 December 2020
  • , Updated: 12 December 2020, 08:14 PM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): କଥା ଦେଇ ପ୍ରେମିକାକୁ ସାଥୀରେ ଧରି ଆସିଲେ। ହେଲେ ଅଧାରାସ୍ତାରେ ଓହ୍ଲାଇ ଦେଇ ପଳାଇଗଲେ ପ୍ରେମିକ ଓ ତାଙ୍କ ପରିବାର ଲୋକ। ଏବେ ନ୍ୟାୟ ପାଇଁ ପ୍ରେମିକଙ୍କ ଘର ସାମ୍ନାରେ ଧାରଣାରେ ବସିଛି ପ୍ରେମିକା। ଦିନେ କି ଦୁଇ ଦିନ ନୁହେଁ, ତିନି ଦିନ ଧରି ସେ ଧାରଣାରେ ବସିଛନ୍ତି। ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଞ୍ଚଳରୁ।

ପୂରା ଘଟଣାଟି ଏମିତି। ସଇଁନ୍ତଲା ଥାନା ଅଞ୍ଚଳର ନେହା(ଛଦ୍ମନାମ)ଙ୍କୁ କନ୍ଧେନବାହଲି ଗାଁର ସରୋଜ ହରପାଲ ଭଲ ପାଉଥିଲେ। ଉଭୟଙ୍କ ଭଲ ପାଇବା ଦୀର୍ଘ ୭ ବର୍ଷର। ହେଲେ ଦୁଇ ପରିବାର ଲୋକଙ୍କ ଅଜ୍ଞାତରେ ପ୍ରେମିକା ଓ ପ୍ରେମିକା ଲେଖିଥିଲେ ନିଜର ପ୍ରେମ କାହାଣୀ। ତେବେ ଗତ ୭ ତାରିଖରେ ନେହାଙ୍କ ଗାଁକୁ ପ୍ରେମିକ ସରୋଜ ଯାଇ କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ଉଭୟଙ୍କ ଉପରେ ନେହାଙ୍କ ପରିବାର ଲୋକଙ୍କ ନଜର ପଡ଼ିଥିଲା। ଆଉ ତା’ପରେ ଚୋରା ପିରତିର ପର୍ଦ୍ଦାଫାସ ହୋଇଥିଲା।

ପ୍ରେମ ସମ୍ପର୍କରେ ଜାଣିବା ପରେ ନେହାଙ୍କୁ ସାଥୀରେ ନେବା ପାଇଁ ତାଙ୍କ ପରିବାର ଲୋକେ ସରୋଜକୁ କହିଥିଲେ। ଏହା ପରେ ସରୋଜ ତାଙ୍କ ବାପା ଓ ଭାଇଙ୍କୁ ଡାକିଥିଲେ। ପୁଅର ଡାକରା ପାଇ ପୂରା ପରିବାର ନେହାଙ୍କ ଗାଁକୁ ଆସିଥିଲେ। କିଛି ସମୟ ଧରି ଉଭୟ ପାକ୍ଷକଙ୍କ ଭିତରେ ହୋଇଥିଲା ଆଲୋଚନା। ଏହା ପରେ ନେହାଙ୍କୁ ଧରି ସରୋଜଙ୍କ ପରିବାର ଗାଁକୁ ବାହାରି ଥିଲେ। କିଛି ବାଟ ଗଲା ପରେ ଅଧା ରାସ୍ତାରେ ନେହାଙ୍କୁ ଛାଡ଼ି ସରୋଜଙ୍କ ପରିବାର ପଳାଇ ଯାଇଥିଲେ। କିଛି ଉପାୟ ନପାଇ ନେହା ଘରକୁ ଫେରିଥିଲେ।

ଘରକୁ ଫେରିବା ପରେ ପ୍ରେମିକ ସରୋଜଙ୍କୁ ଫୋନ କରିଥିଲେ। ମାତ୍ର ତାଙ୍କ ଫୋନ ବନ୍ଦ ରହିଥିଲା। ଅନ୍ୟ ଉପାୟ ନପାଇ ଗତ ୧୦ ତାରିଖରେ ନେହା ପ୍ରେମିକର ଗାଁକୁ ଯାଇ ସରୋଜଙ୍କ ସଂର୍ପକରେ ପଚାରିଥିଲେ। ସରୋଜ କେଉଁଠି ଅଛି? ସେ ସମ୍ପର୍କରେ ପରିବାର ଲୋକେ ଜାଣିନଥିବା ନେହାଙ୍କୁ କହିଥିଲେ। ଏହା ପରେ ନେହା ସରୋଜଙ୍କ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି। ଗତ ତିନି ଦିନ ଧରି ସେ ପ୍ରେମିକର ଘର ସମ୍ମୁଖରେ ଧାରଣାରେ ବସିଛନ୍ତି। ଆଜି ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ତୁଷୁରା ଥାନା ପୁଲିସ ଗାଁରେ ପହଞ୍ଚି ନେହାଙ୍କୁ ବହୁତ ବୁଝାସୁଝା କରିଥିଲେ। କିନ୍ତୁ ନିଜ ଜିଦରେ ଅଟଳ ରହିଥିଲେ ନେହା।

ଥାନାରେ ଲିଖିତ ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

Related story